Bikash Khabar
ମାର୍ଚ୍ଚରୁ ଉଡ଼ିବ ,ଆଜିଠୁ ହେଲା ଟିକେଟ ବୁକିଂ

 

ମାର୍ଚ୍ଚ ୩୧ ତାରିଖ ଠାରୁ ରାଜ୍ୟର ଇଣ୍ଡଷ୍ଟ୍ରିଆଲ ହବ ଝାରସୁଗୁଡା ଠାରୁ ଦେଶର ୬ ଟି ସ୍ଥାନ କୁ ସ୍ପାଇସ ଜେଟ ର ଉଡାଣ ଆରମ୍ଭ ହେବ ।ଝାରସୁଗୁଡ଼ାରୁ ଦିଲ୍ଲୀ ,ହାଇଦ୍ରାବାଦ,କୋଲକାତା,ମୁମ୍ବାଇ,ରାୟପୁର ଓ ଭୁବନେଶ୍ୱର କୁ ଉଡାଣ ପାଇଁ ନିଷ୍ପତ୍ତି ହୋଇଛି ।ଏହି ସବୁ ସ୍ଥାନକୁ ଯାତ୍ରା ପାଇଁ ମାସେ ପୂର୍ବରୁ ଆଜିଠାରୁ ବୁକିଂ ଆରମ୍ଭ ହୋଇଥିବା ଜଣାଯାଇଛି ।
ଓଡ଼ିଶାର ଏହି ପ୍ରମୁଖ ଶିଳ୍ପାଞ୍ଚଳ ରୁ ଦେଶର ବିଭିନ୍ନ ସ୍ଥାନକୁ ବିମାନ ସେବା ଦୀର୍ଘଦିନର ଅପେକ୍ଷା ଥିଲା ବୋଲି ଅଞ୍ଚଳବାସୀ ବିକାଶ ଖବରକୁ କହିଛନ୍ତି  ।ଫେବୃଆରୀ ୯ ରେ ସ୍ପାଇସ ଜେଟ କର୍ତ୍ତୃପକ୍ଷ ଙ୍କ ଏକ ୯ ଜଣିଆ ପ୍ରତିନିଧି ଦଳ ଝାରସୁଗୁଡା ବିମାନ ବନ୍ଦର ର ସୁରକ୍ଷା ଓ ଭିତ୍ତିଭୂମି ଅନୁଧ୍ୟାନ କରି ଫେରିଥିଲା  ।
 

27/02/2019

Leave a Reply

Your email address will not be published. Required fields are marked *

Comments