Bikash Khabar
ଛୋଟ ରେଳ ଷ୍ଟେସନରେ ରହିବେ ଏସ୍‌ଟିବିଏ

 ଛୋଟ ରେଳ ଷ୍ଟେସନଗୁଡ଼ିକରେ ଟିକେଟ୍ବୁକିଂ କାର୍ଯ୍ୟ ତୁଲାଉଥିବା ସହାୟକ ଷ୍ଟେସନ ମାଷ୍ଟର(ଏଏସ୍ଏମ୍‌)ମାନେ ଏଣିକି ଟ୍ରେନ ଚଳାଚଳ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେବେ। ଛୋଟ ଷ୍ଟେସନଗୁଡ଼ିକରେ ଷ୍ଟେସନ ଟିକେଟ ବୁକିଂ ଏଜେଣ୍ଟ(ଏସ୍ଟିବିଏ)ଙ୍କୁ ନିୟୋଜିତ କରିବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥ ଅଣ ସହର ତଳି ଷ୍ଟେସନ ଗ୍ରୁପ୍ ଗୁଡ଼ିକରେ ଏସ୍ଟିବିଏ ନିୟୋଜନ କରିବାକୁ ସ୍ଥିର କରିଛି। ଏହି ଏସ୍ଟିବିଏମାନେ ସେମାନଙ୍କ ଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିସନ ପାଇବେ। ସ୍ଥିରୀକୃତ ଏସ୍ଟିବିଏମାନେ କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା ଷ୍ଟେସନଗୁଡ଼ିକରେ ଟିକେଟ ବିକ୍ରି କରିବେ।କେଉଁ ଷ୍ଟେସନଗୁଡିକରେ କେତେ ଏସଟିବିଏ କାଉଣ୍ଟର ଖୋଲାଯିବ ସେଥିପାଇଁ ରେଳପଥ ପକ୍ଷରୁ ଏକ କମିଟି ଗଠନ କରାଯିବ। ଯେଉଁଥିରେ ରେଳପଥର ବାଣିଜ୍ୟିକ, ଟ୍ରେନ ପରିଚାଳନା ଆକାଉଣ୍ଟସ୍ବିଭାଗର ଅଧିକାରୀମାନେ ରହିବେ। ସ୍ଥାନୀୟ ବ୍ଲକ କିମ୍ବା ତହସିଲ ପରିସୀମା ଅନ୍ତର୍ଗତ ଷ୍ଟେସନଗୁଡିକରେ ସ୍ଥାନୀୟ ବାସିନ୍ଦା ଥିବା ଯୁବକଙ୍କୁ ଏସଟିବିଏ ଭାବେ ନିୟୋଜିତ କରାଯିବ। ରେଳପଥ ଦ୍ୱାରା କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହ ଏହାର ମେଣ୍ଟେନାନ୍ସ, ବିଦ୍ୟୁତ୍ସଂଯୋଗ, ଦୂରସଞ୍ଚାର ଚ୍ୟାନେଲ ଏହା ପ୍ରତି ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବ। ଏସଟିବିଏମାନେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା କେବଳ ରିହାତି ନଥିବା ଅଣସଂରକ୍ଷିତ ଟିକେଟ୍, ସିଜିନ ଟିକେଟ ପ୍ଳାଟଫର୍ମ ଟିକେଟ ବିକ୍ରି କରିପାରିବେ। ସିଜିନ ଟିକେଟଗୁଡିକର ନବୀକରଣ ବରିଷ୍ଠ ନାଗରିକ ରିହାତି ଟିକେଟଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀରେ ଏସଟିବିଏମାନଙ୍କ ଦ୍ୱାରା ବିକ୍ରୟ କରାଯାଇପାରିବ ଅନ୍ୟ ରିହାତି ଥିବା ଟିକେଟ୍ଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀରେ ଏସଟିବିଏଙ୍କ ଦ୍ୱାରା ସହାୟକ ଷ୍ଟେସନ ମାଷ୍ଟର(ଏଏସଏମ)ଙ୍କ ଦସ୍ତାବିଜ କାଗଜପତ୍ର ଯାଞ୍ଚ ପରେ ବିକ୍ରୟ କରାଯାଇ ପାରିବ। ଅଣ ସହର ତଳି ଷ୍ଟେସନ ଗ୍ରୁପ- ଅନ୍ତର୍ଭୁକ୍ତ ଷ୍ଟେସନଗୁଡିକ ସାଧାରଣତଃ ଛୋଟ ଷ୍ଟେସନ। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଣ ସହର ତଳି ଷ୍ଟେସନ ଗ୍ରୁପ୍ ଅନ୍ତର୍ଭୁକ୍ତ ଷ୍ଟେସନ ପ୍ରାୟ ୨୩୩ଟି ମଧ୍ୟରୁ ୧୩୨ଟି ଷ୍ଟେସନରେ ଏସଟିବିଏମାନଙ୍କୁ ନିୟୋଜିତ କରାଯାଇଛି। ଅନ୍ୟ ଷ୍ଟେସନଗୁଡିକରେ ମଧ୍ୟ ଏସଟିବିଏଙ୍କୁ ନିୟୋଜିତ କରାଯାଇପାରେ। ଏଥିପାଇଁ ଖବରକାଗଜରେ ନୋଟିସ ଅଥବା ବିଜ୍ଞାପନ ଦ୍ୱାରା ସୂଚିତ କରାଯିବ। ଆଶାୟୀ ପ୍ରାର୍ଥୀ ୧୮ ବର୍ଷରୁ ଉର୍ଦ୍ଧ୍ବ ହୋଇଥିବା ଆବଶ୍ୟକ। ଏଥିପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ୧୦ମ ଶ୍ରେଣୀ ପାସ୍ହୋଇଥିବା ଆବଶ୍ୟକ।

 

12/03/2020

Leave a Reply

Your email address will not be published. Required fields are marked *

Comments