Bikash Khabar
ପଦ୍ମଶ୍ରୀ ଦୈତାରୀଙ୍କୁ ମିଳିଲା ସହାୟତା : ତିନିମାସର ୩୦ ହଜାର ଟଙ୍କା ଦେଲେ ସରକାର

ପଦ୍ମଶ୍ରୀ ଦୈତାରୀ ନାଏକଙ୍କୁ ମିଳିଲା ଆର୍ଥିକ ସହାୟତା। ଗତ ଜୁଲାଇ ମାସରେ ରାଜ୍ୟ ସରକାର କରିଥିବା ଘୋଷଣା ଅନୁସାରେ ଆଜି ଜୁଲାଇ, ଅଗଷ୍ଟ ସେପ୍ଟେମ୍ବର ମାସର ମୋଟ ୩୦ ହଜାର ଟଙ୍କାର ଆର୍ଥିକ ସହାୟତା ତାଙ୍କୁ ପ୍ରଦାନ କରାଯାଇଛି। ଏଥିସହିତ, କେନ୍ଦୁଝର ଜିଲ୍ଲାର ଅନ୍ୟତମ ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ତୁଳସୀ ମୁଣ୍ଡା ଏବଂ ଅନ୍ୟ ଜଣଙ୍କୁ ମଧ୍ୟ ଏହି ସହାୟତା ମିଳିଛି ବୋଲି ଓଡ଼ିଆ ଭାଷା, ସାହିତ୍ୟ ସଂସ୍କୃତି ବିଭାଗ ପକ୍ଷରୁ ଏକ ପ୍ରେସ୍ବିଜ୍ଞପ୍ତି ଜରିଆରେ ଜଣାଇ ଦିଆଯାଇଛି। ଉଲ୍ଲେଖଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକ ତଳ ବୈତରଣୀ ଗାଁର ଦୈତାରୀ ନାଏକ ନିଜ ଗାଁକୁ ପାଣି ଆଣିବା ପାଇଁ କିଲୋମିଟର ପାହାଡ଼ କାଟି ଗାଁ ଜମିକୁ ଜଳସେଚନର ବ୍ୟବସ୍ଥା କରିଥିଲେ। ଏଥିନେଇ ସମ୍ବାଦରେ ଓଡ଼ିଶା ମାଉଣ୍ଟେନମ୍ୟାନ ଦୈତାରୀଶୀର୍ଷକରେ ଖବର ପ୍ରକାଶ ପାଇବା ପରେ ସେ ସାରା ରାଜ୍ୟ ଦେଶର ଦୃଷ୍ଟି ଆକର୍ଷଣ କରିଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ କେନ୍ଦ୍ର ସରକାର ସମ୍ମାନିତ କରିଥିଲେ। ପଦ୍ମଶ୍ରୀ ସମ୍ମାନ ମିଳିବା ପରେ ମୂଲମଜୁରି ଲାଗି ଚଳୁଥିବା ଦୈତାରୀଙ୍କୁ ଆଉ କାମଧନ୍ଦା ମିଳି ଥିଲା। ଯେଉଁଥିପାଇଁ ତାଙ୍କର ସଂସାର ଚଳାଇବା କଷ୍ଟକର ହୋଇ ପଡ଼ିଥିଲା। ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ସରକାର ପଦ୍ମଶ୍ରୀ ସମ୍ମାନପ୍ରାପ୍ତ ବ୍ୟକ୍ତିଙ୍କୁ ମାସିକ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତାଦେବାକୁ ଘୋଷଣା କରିଥିଲେ।

19/10/2019

Leave a Reply

Your email address will not be published. Required fields are marked *

Comments