Bikash Khabar
ଡେ଼ନମାର୍କ ର ପ୍ରାଥମିକ ସ୍କୁଲରେ ଦିଆଯାଏ ରାଜସ୍ଥାନ ର ଏହି ଗାଁର ଉଦାହରଣ

ରାଜସ୍ଥାନ ଗାଁ ଟିଏ କିପରି ହୋଇଥିବ ? ଯଦି ଏଭଳି ପ୍ରଶ୍ନ ଟିଏ ପଚରାଯାଏ ତେବେ ଅଧିକାଂଶ ଙ୍କ ମନକୁ ଆସିବ ମରୁଭୂମି, ଥିବ ସବୁଜିମା,ଚାରିଆଡେ ବାଲି ଆଉ ବାଲି। ପାଣି ପାଇଁ ଲୋକେ ଭୋଗୁଥିବେ ଦୁର୍ଦଶା ପାଣି ମୁନ୍ଦାଏ ଯୋଗାଡ଼ ପାଇଁ ହୁଏତ ସେମାନଙ୍କୁ ବହୁତ ଦୂର ଯିବାକୁ ପଡୁଥିବ ଇତ୍ୟାଦି..ଇତ୍ୟାଦି.. କିନ୍ତୁ ଉଦୟପୁର ଠାରୁ ୭୧ କିମି ଦୂର ରେ ଏଭଳି ଏକ ଗାଁ ଅଛି ଯେଉଁ ଗାଁ ସାରା ଦେଶ ପାଇଁ ପାଲଟିଛି ପ୍ରେରଣାର ଉତ୍ସ ଏହି ଗାଁଟିର ନାମ ହେଉଛି ପିପିଲନ୍ତ୍ରୀ ରାଜସମନ୍ଦ ଜିଲ୍ଲାରେ ଥିବା ଏହି ଗାଁ କେବଳ ଦେଶରେ ନୁହେଁ ବିଦେଶ ରେ ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ହୋଇଛି। ସୁଦୂର ଡେ଼ନମାର୍କ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଏହି ଗାଁ ବିଷୟରେ ପାଠ ପଢ଼ନ୍ତି ମରୁଭୂମି ତତଲା ବାଲି ଭିତରେ ଥିବା ଏହି ଗାଁର ଚାରିପାଖ ଏବେ କିଭଳି ସବୁଜ ବନାନୀ ଆଉ ନୀଲାଭ ଜଳରାଶି ରେ ଶାନ୍ତ ଶୀତଳ ପରିବେଶ ସୃଷ୍ଟି କରିପାରିଛି ପଢ଼ନ୍ତି ଗାଁ ଉଦେଶ୍ୟରେ କୁନି କୁନି ପାପୁଲି ରେ ମଙ୍ଗଳ ମନାସ କରନ୍ତି ତତଲା ବାଲି ରୁ ନୀଲାଭ ଜଳରାଶି ସୃଷ୍ଟିର ଏହି ଯାତ୍ରା ଏତେ ସହଜ ଥିଲା କହନ୍ତି ଗ୍ରାମର ମୁଖିଆ କେବଳ ଡେ଼ନମାର୍କ ନୁହଁ ରାଜସ୍ଥାନ ସରକାରୀ ବିଦ୍ୟାଳୟର ପଞ୍ଚମ ଶ୍ରେଣୀରେ ମଧ୍ୟ ଗାଁର ସଫା କାହାଣୀ ପଢ଼ାଯାଏ ବୋଲି କହନ୍ତି ସରପଂଚ ଶ୍ୟାମ ସୁନ୍ଦର ପାଳିବାଲ ୨୦୦୫ ମସିହାରୁ ଗ୍ରାମବାସୀ ଗାଁର ଚାରିପଟେ ବୃକ୍ଷରୋପଣ ଧାରା ଆରମ୍ଭ କରିଥିଲେ ବର୍ଷା ଜଳ ସଂରକ୍ଷଣ କୁ ଗାଁରେ ପ୍ରାଥମିକତା ଦିଆଯାଇଥିଲା ଛୋଟ ଛୋଟ ଆଡ଼ିବନ୍ଧ ଜରିଆରେ ଲୋକେ ଜଳକୁ ଅଟକାଇ ରଖିବା ଅଭ୍ୟାସ କଲେ ଗ୍ରାମର  ପ୍ରତ୍ୟେକ ଶିଶୁ ଜନ୍ମର ପ୍ରଥମ ଜନ୍ମଦିନରେ ୧୧୧ ବୃକ୍ଷ ରୋପଣ ଏକ ନିଆରା ପରମ୍ପରା ଗାଁରେ ତିଆରି କରାଯାଇଛି ଏହି ସବୁ ପ୍ରକ୍ରିୟା ଗାଁକୁ ସବୁଜିମା ଜଳ ସମ୍ଭଳ ଦେବାରେ ସହାୟକ ହୋଇଛି

09/08/2019

Leave a Reply

Your email address will not be published. Required fields are marked *

Comments