Bikash Khabar
ସମ୍ବିଧାନର ପାଠ ପଢ଼ିବେ ଛାତ୍ରଛାତ୍ରୀ, ଏଥିରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଅଧିକାର ଓ କର୍ତ୍ତବ୍ୟ ବିଷୟରେ ପଢ଼ାଯିବ

 ଭାରତୀୟ ସମ୍ବିଧାନ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯିବ। ନାଗରିକଙ୍କ ମୌଳିକ ଅଧିକାର ବିଷୟରେ ବିଦ୍ୟାଳୟସ୍ତରରୁ ପିଲା ଜାଣିବା ଦରକାର। ତାହାକୁ ଅନୁଭବ କରି ଏଭଳି ନିଷ୍ପତ୍ତି ନେଇଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ। ମିଳିଥିବା ସୂଚନା ଅନୁଯାୟୀ ସମ୍ବିଧାନ ସମ୍ପର୍କରେ ବର୍ଷତମାମ ବିଦ୍ୟାଳୟରେ ବିଭିନ୍ନ କାର୍ଯ୍ୟକ୍ରମ ଚାଲିବ। କେଉଁ ମାସରେ କିଭଳି କାର୍ଯ୍ୟକ୍ରମ କରାଯିବତାହାର ତାଲିକା ପ୍ରସ୍ତୁତ କରାଯାଇଛି। ଏଥିରେ ଛାତ୍ରଛାତ୍ରୀଙ୍କୁ ମୌଳିକ ଅଧିକାର କର୍ତ୍ତବ୍ୟ ବିଷୟରେ ପଢ଼ାଯିବ। ଏନେଇ ସ୍ୱତନ୍ତ୍ର କ୍ଲାସ୍ ହେଲେ ସଚେତନତା କାର୍ଯ୍ୟକ୍ରମ ହେବ। ଏହି କାର୍ଯକ୍ରମରେ ଯେମିତି ସମସ୍ତ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ ସେ ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ପଦକ୍ଷେପ ନେବେ। କାର୍ଯ୍ୟକ୍ରମ ସରିବା ପରେ ତାହାର ଫଟୋ, ଭିଡିଓଗୁଡ଼ିକୁ ‘oepatribal@gmail.com’ରେ ପଠାଇବାକୁ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ଚିଠି ଲେଖାଯାଇଛି।

 

01/02/2020

Leave a Reply

Your email address will not be published. Required fields are marked *

Comments