Bikash Khabar
ଜନ୍ମମାଟି କୁ ଫେରିବ ସୁନ୍ଦରୀ,ସାତକୋଶିଆ ବାଘବଂଶ ବୃଦ୍ଧି ଆଶା ମଉଳିଗଲା

ଓଡ଼ିଶାରେ ବାଘ ବଂଶ ବିସ୍ତାର ଲାଗି ଅଣାଯାଇଥିବା ବାଘୁଣୀ ସୁନ୍ଦରୀ’  ଏବେ ନିଜ ଜନ୍ମ ମାଟିକୁ ଫେରିଯିବ ଓଡ଼ିଶା ସରକାର ସୁନ୍ଦରୀକୁ ରଖିବାକୁ ଚାହୁଁ ନାହାନ୍ତି,ତେଣେ  ମଧ୍ୟପ୍ରଦେଶ ସରକାର ଏହାକୁ ଫେରାଇ ନେବାକୁ ଅରାଜି ଥିଲେ  ଏହି ସ୍ଥିତିରେ ସୁନ୍ଦରୀମାମଲା ଅଦାଲତରେ ପହଞ୍ଚିଥିଲା  ମଧ୍ୟପ୍ରଦେଶର ଜବଲପୁର ହାଇକୋର୍ଟରେ ସଂକ୍ରାନ୍ତରେ ଏକ ମାମଲା ବିଚାର ହୋଇ ରାୟପ୍ରକାଶ ପାଇଛି ସୁନ୍ଦରୀକୁ ତୁରନ୍ତ ଏନକ୍ଲୋଜରରୁ ମୁକ୍ତ କରି ଫେରାଇ ନେବା ତାହାକୁ କାହ୍ନା ବ୍ୟଘ୍ର ଅଭୟାରଣ୍ୟରେ ରଖିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି ଜବଲପୁର ହାଇକୋର୍ଟ ଅନ୍ୟପକ୍ଷରେ  ସୋମବାର ଓଡ଼ିଶା ସରକାର ସୁନ୍ଦରୀ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବା ନିମନ୍ତେ ଏନଟିସିଏ (ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ) ହସ୍ତକ୍ଷେପ ଲୋଡ଼ିଛନ୍ତି ଆନ୍ତଃରାଜ୍ୟ ବ୍ୟାଘ୍ର  ଟ୍ରାନ୍ସଲୋକେସନ୍ କାର୍ଯ୍ୟକ୍ରମ ଅଧୀନରେ ୨୦୧୮ ଜୁନମାସରେ  ମଧ୍ୟପ୍ରଦେଶର ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରୁ ସୁନ୍ଦରୀ ଓଡ଼ିଶା ଆସିଥିଲା ଏହାକୁ ଅନୁଗୋଳ ଜିଲାର ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯାଇଥିଲା ମାତ୍ର ୨୦୧୮ ସେପ୍ଟେମ୍ବର ମାସରେ ସୁନ୍ଦରୀ  ଅଭୟାରଣ୍ୟର କୋର ଅଞ୍ଚଳରେ ଜଣେ ମହିଳା ଜଣେ ବ୍ୟକ୍ତିଙ୍କୁ ମାରିଥିବା ଅଭିଯୋଗ ହୋଇଥିଲା ଏହାପରେ ଲୋକମାନେ ସ୍ଥାନୀୟ ବନବିଭାଗ କାର୍ଯ୍ୟାଳୟରେ ନିଆଁ ଲଗାଇ ଦେଇଥିଲେ ଶେଷରେ ସୁନ୍ଦରୀକୁ ବନ ବିଭାଗ ଅଧିକାରୀମାନେ କାବୁ କରି ଏନକ୍ଲୋଜର ମଧ୍ୟରେ ଛାଡ଼ିଥିଲେ ସେଦିନ ଠାରୁ ସୁନ୍ଦରୀ ଭାଗ୍ୟରେ ବନ୍ଦୀ ଜୀବନ ଯୋଡି ହୋଇଯାଇଥିଲା 

24/11/2020

Leave a Reply

Your email address will not be published. Required fields are marked *

Comments