Bikash Khabar
ପ୍ରଦୂଷଣର ସମାଧାନ ନୁହେଁ ଯୁଗ୍ମ-ଅଯୁଗ୍ମ ବ୍ୟବସ୍ଥା ; ସୁପ୍ରିମକୋର୍ଟ

 ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍‌)ରେ ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ପଦକ୍ଷେପ ନିଆଯାଇଛି, ଜଣାଇବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଦିଲ୍ଲୀର ମୁଖ୍ୟ ସଚିବମାନଙ୍କୁ ସମନ କରିଛନ୍ତି। ପ୍ରଦୂଷଣ ରୋକିବାକୁ ହେଲେ ପ୍ରଭାବଶାଳୀ ପଦକ୍ଷେପ ଜରୁରୀ। ଦିଲ୍ଲୀର ୧୩ଟି ପ୍ରଦୂଷଣ ମୁଖ୍ୟସ୍ଥଳକୁ ପରିଷ୍କାର କରିବାକୁ ହେବ ବୋଲି ଜଷ୍ଟିସ୍ଅରୁଣ ମିଶ୍ର ଏବଂ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି। ଦିଲ୍ଲୀ ସରକାର ଗାଡ଼ି ଚାଳନା ହ୍ରାସ କରିବାକୁ ଯାଇ ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ କରିଥିଲାବେଳେ ସେଥିରୁ ଦୁଇ ତିନି ଚକିଆ ଯାନକୁ ବାଦ୍ଦେଇଥିବାରୁ ଏହା ଉପରେ ସର୍ବୋଚ୍ଚ ଅଦାଲତ ପ୍ରଶ୍ନ ଉଠାଇଛନ୍ତି। ଏହି ନିୟମ ଲାଗୁ କରିବା ସତ୍ତ୍ୱେ ଦିଲ୍ଲୀର ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହା ସମାଧାନର ସୂତ୍ର ନୁହେଁ ବୋଲି ଖଣ୍ଡପୀଠ କହିଛନ୍ତି। ନଡ଼ା ପୋଡି ହ୍ରାସ ପାଇବା ସତ୍ତ୍ୱେ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଅଧିକ ଖରାପ ହେଉଥିବାରୁ ଅଦାଲତ ଉଦ୍ବେଗ ପ୍ରକାଶ କରିଛନ୍ତି। ଯୁଗ୍ମ-ଅଯୁଗ୍ମ ସୂତ୍ର ଲାଗୁ ହେବାଦ୍ୱାରା ପ୍ରଦୂଷଣ ହ୍ରାସ ପାଇଛି। ନଡ଼ା ପୋଡି ଯୋଗୁ ପ୍ରଦୂଷଣ ବଢ଼ୁଥିବା ଦିଲ୍ଲୀ ସରକାର ସର୍ବୋଚ୍ଚ ଅଦାଲତଙ୍କୁ କହିଥିଲେ।

 

16/11/2019

Leave a Reply

Your email address will not be published. Required fields are marked *

Comments