ଓଡିଶା ସମେତ ୧୬ ଟି ରାଜ୍ୟର ୧୧.୮ଲକ୍ଷ ଆଦିବାସୀ ଏବଂ ବାନାବାସୀଙ୍କୁ ଜଙ୍ଗଲ ଜମିରୁ ଉଛେଦ ପାଇଁ ସୁପ୍ରିମକୋର୍ଟ ପୂର୍ବରୁ ନିଜର ଯେଉଁ ରାୟ ଦେଇଥିଲେ ସେଥିରେ ନିଜେ ମାନ୍ୟବର କୋର୍ଟ ରୋକ ଲଗାଇବାପରେ ଏହାକୁ ନେଇ ଓଡ଼ିଶାର ଉଛେଦ ହେବାକୁଥିବା ଦେଢ଼ଲକ୍ଷ ବନବାସୀ ଙ୍କୁ ଆଶ୍ୱସ୍ତ ମିଳିଛି ।
ଚାଳିତମାସ ୧୩ ତାରିଖରେ ସୁପ୍ରିମ କୋର୍ଟ ୧୬ ଟି ରାଜ୍ୟର ଆଦିବାସୀ ଓ ବନବାସୀଙ୍କୁ ବେଦଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ ।କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ମାମଲାର ପୁନଃବିଚାର ପାଇଁ କରାଯାଇଥିବା ଆବେଦନକ୍ରମେ ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଥିବା ଜଣାଯାଇଛି ।
ଜଙ୍ଗଲ ଅଧିକାର ଆଇନ ୨୦୦୬ ଅଧୀନରେ ଯେଉଁ ଆଦିବାସୀ ଓ ଅନ୍ୟ ପାରମ୍ପରିକ ଲୋକଙ୍କ ଜଂଗଲଜମି ରେ ଶିରୋନାମା ଦାବି ଓ ଖାରଜ କରାଯାଇଛି ସେମାନଙ୍କୁ ଜଙ୍ଗଲାଂଚଳରୁ ହଟାଇବା ନେଇ ସୁପ୍ରିମକୋର୍ଟ ସ୍ପଷ୍ଟ କରିଦେଇଥିଲେ ।କୋର୍ଟ ରାଜ୍ୟମାନଙ୍କୁ ବିସ୍ତୃତ ସତ୍ୟପାଠ ଦାଖଲ କରିବା ପାଇଁ ନିର୍ଦେଶ ଦେଇଥିଲେ ।୪ ମାସ ଭିତରେ ରାଜ୍ୟମାନେ ଜମି ମାଲିକାନା ଦାବିକୁ ବିଚାର କରିବା ସମ୍ପର୍କିତ ସମସ୍ତ ପ୍ରକ୍ରିୟା ତଥା ଦାବି ଖାରଜ ସମ୍ପର୍କରେ ବିବରଣୀ ପ୍ରଦାନ ପାଇଁ କୋର୍ଟ ନିର୍ଦେଶ ଦେଇଛନ୍ତି ।
01/03/2019