Bikash Khabar
ସୂର୍ଯ୍ୟ ପାତ୍ର ବାଚସ୍ପତି

ଷୋଡ଼ଶ ବିଧାନସଭା ଲାଗି ଶନିବାର ପୂର୍ବାହ୍ନରେ ବାଚସ୍ପତି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଦିଗପହଣ୍ଡି ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ବାଚସ୍ପତି ଭାବେ ନିର୍ନ୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ବାଚସ୍ପତି ନିର୍ବାଚନ ପାଇଁ  ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବାଚସ୍ପତି କରିବା ନେଇ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ସୂର୍ଯ୍ୟ ପାତ୍ରଙ୍କ ନାମ ଉପରେ ବିକ୍ରମ କେଶରୀ ଆରୁଖ ଗୃହରେ ପ୍ରସ୍ତାବ ଆଣିବା ସହ ନିଜେ ସମର୍ଥନ ମଧ୍ୟ କରିଥିଲେ। ପରେ ଔପଚାରିକ ଭାବେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ବିଧାନସଭା ସଚିବଙ୍କ ପାଖରେ ଆବେଦନ କରିଥିଲେ ଏହି ଅବସରରେ ଗୃହରେ ଉପସ୍ଥିତ ଥିବା ବରିଷ୍ଠ ବିଧାୟକ ସୂର୍ଯ୍ୟ ନାରାୟଣ ପାତ୍ର ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବରେ ସହମତି ପ୍ରକାଶ କରିଥିଲେ ବିଜେପି କିମ୍ବା କଂଗ୍ରେସ ପକ୍ଷରୁ ବାଚସ୍ପତି ପଦ ପାଇଁ କାହାରି ନାମ ଦିଆଯାଇ ନଥିବାରୁ ନିଦ୍ୱଦ୍ୱରେ ନିର୍ବାଚିତ ହୋଇଛନ୍ତି ସୂର୍ଯ୍ୟନାରାୟଣ ପାତ୍ର

01/06/2019

Leave a Reply

Your email address will not be published. Required fields are marked *

Comments