Bikash Khabar
ବାତ୍ୟା କ୍ଷତି ଆକଳନ,ଭାଙ୍ଗିଥିବା ଘର ର ଫୋଟୋ ସହ ଜିଓ ଟ୍ୟାଗିଙ୍ଗ ହେବ

ଅତିପ୍ରବଳ ସାମୁଦ୍ରିକ ବାତ୍ୟା ଫୋନି ରେ କ୍ଷତି ହୋଇଥିବା ଘର ବଦଳରେ ପକ୍କାଘର ଯୋଗାଇ ଦିଆଯିବ ଜୁନ ପହିଲାରୁ ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ପ୍ରଦାନ କରାଯିବ କମ ସମୟ ମଧ୍ୟରେ ସର୍ଭେ କାର୍ଯ୍ୟାଦେଶ ପ୍ରଦାନ କରାଯାଉଥିବାରୁ ଯେମିତି ଅନିୟମିତତା ହୁଏ ସେଥିପ୍ରତି ଦୃଷ୍ଟି ଦିଆଯାଇଛି ଘରଭଙ୍ଗା ସର୍ଭେ ବେଳେ ପ୍ରତି ଘର କୁ ଜିଓ ଟ୍ୟାଗିଙ୍ଗ କରାଯିବ।

୧୫ ତାରିଖରୁ ରାଜସ୍ବ ନିରୀକ୍ଷକ ମାନେ ଘର ଘର ବୁଲି ସର୍ଭେ କରୁଛନ୍ତି।ଆମ ଘର ନାମରେ ଏକ ମୋବାଇଲି ଆପ ବିକଶିତ କରାଯାଇଛି  ଏଥିରେ ଭଙ୍ଗାଘର ଫୋଟୋ କୁ ଅପଲୋଡ଼ କରି ଗ୍ରାମୀଣ ବାସଗୃହ ଯୋଜନା ପାଇଁ ପୂର୍ଵରୁଥିବା ୱେବ ସାଇଟ ଆର ଏଚ ଓଡିଶା ପୋର୍ଟାଲ ରେ ମେଳ କରାଯିବ  ଫଳରେ ଆଉ କୌଣସି ପ୍ରକାର ଜାଲିଆତି ହୋଇପାରିବନାହିଁ  ଜିଓ ଟ୍ୟାଗିଙ୍ଗପାଇଁ ଘରପିଛା ୫୦ ତାଙ୍କ ଲେଖାଏଁ ପାରିଶ୍ରମିକ ସର୍ଭେକାରି ମାନେ ପାଇବେ।ଏହି ଅର୍ଥ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ପାଣ୍ଠିରୁ ଖର୍ଚ୍ଚ ହେବ  ବିଜୁ ଯୁବ ବାହିନୀ ଙ୍କୁ ଏହି ସର୍ଭେ କାମରେ ନିୟୋଜିତ କରାଯାଉଥିବା ଜଣାପଡିଛି

18/05/2019

Leave a Reply

Your email address will not be published. Required fields are marked *

Comments