Bikash Khabar
ରାଜ୍ୟରେ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଲିଗ

ଓଡ଼ିଶାର ସହରାଞ୍ଚଳଗୁଡିକ କେତେ ସଫାସୁତୁରା ରହିଛି ତାହା ଜାଣିବା ଲାଗି ପ୍ରଥମଥର ସାରା ରାଜ୍ୟରେ ସ୍ବଚ୍ଛ ସର୍ବେକ୍ଷଣ (ଏସ୍ଏସ୍‌) ଲିଗ୍୨୦୨୦ ଆରମ୍ଭ ହେବ। ତରଳ, କଠିନ ପ୍ଲାଷ୍ଟିକ ବର୍ଜ୍ୟ ପରିଚାଳନା ସହ ସ୍ବଚ୍ଛତା କ୍ଷେତ୍ରରେ ସମସ୍ତ ୧୧୪ ପୌରସଂସ୍ଥାର ର଼୍ୟାଙ୍କିଙ୍ଗ୍କରାଯିବ। ଲୋକଙ୍କୁ ସ୍ବଚ୍ଛତା କାର୍ଯ୍ୟକ୍ରମରେ ସଂଶ୍ଳୀଷ୍ଟ କରିବା ସହ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସହରକୁ ପରିଷ୍କାର ପରିଚ୍ଛନ୍ନ ରଖିବା ଏବଂ ଜୀବନ ଧାରଣ ମାନରେ ଉନ୍ନତି ଆଣିବା ସର୍ବେକ୍ଷଣର ମୁଖ୍ୟ ଉଦ୍ଦେଶ୍ୟ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି। ବିଭାଗ ପକ୍ଷରୁ ରବିବାର ଏକ ପ୍ରେସ୍ବିବୃତିରେ କୁହାଯାଇଛି ଯେ, ଏସ୍ଏସ୍ ଲିଗ୍ ତ୍ରୈମାସିକ ଅର୍ଥାତ୍ଏପ୍ରିଲ୍‌-ଜୁନ୍, ଜୁଲାଇ-ସେପ୍ଟେମ୍ବର ଅକ୍ଟୋବର-ଡିସେମ୍ବରରେ କାର୍ଯ୍ୟକାରୀ ହେବ। ସ୍ବଚ୍ଛ ଭାରତ ସର୍ବେକ୍ଷଣ ୨୦୨୦ ଲାଗି ସହରାଞ୍ଚଳଗୁଡିକୁ ଏସ୍ଏସ୍ଲିଗ୍ରେ ଅଂଶଗ୍ରହଣ କରିବା ଜରୁରୀ। କାରଣ ତ୍ରୈମାସିକ ସର୍ଭେ ସହ ହେବାକୁ ଥିବା ବାର୍ଷିକ ସର୍ବେକ୍ଷଣରେ ୨୫% ଗ୍ରେସ୍ମାର୍କ ମିଳିବ। ବିଭାଗ ପକ୍ଷରୁ କ୍ଷେତ୍ରରେ ସକରାତ୍ମକ ପଦକ୍ଷେପ ଗ୍ରହଣ କରାଯିବା ସହ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ପୌରସଂସ୍ଥାଗୁଡିକୁ ନେଇ ରାଜ୍ୟ ସ୍ତରରେ ଏକ କର୍ମଶାଳା ଆୟୋଜିତ ହୋଇଛି। ସ୍ବଚ୍ଛ ସର୍ବେକ୍ଷଣରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତି ସଂସ୍ଥାମାନଙ୍କୁ ସଂକ୍ରାନ୍ତ କିଟ୍ଯୋଗାଇ ଦିଆଯାଇଛି। ସ୍ବଚ୍ଛ ସର୍ବେକ୍ଷଣ ଡାଟା ଅପ୍ଲୋଡ ଆବଶ୍ୟକ ଥିବାରୁ ସଂକ୍ରାନ୍ତରେ ଏକ ଦିନିକିଆ ରାଜ୍ୟସ୍ତରୀୟ କର୍ମଶାଳାର ମଧ୍ୟ ଆୟୋଜନ କରାଯାଇଛି। କର୍ମଶାଳା ପରେ ବରିଷ୍ଠ ଅଧିକାରୀଙ୍କ ଲାଗି ବିସ୍ତୃତ କାର୍ଯ୍ୟ ଯୋଜନା ପ୍ରଦାନ କରାଯାଇଥିବାବେଳେ ସ୍ବଚ୍ଛ ସର୍ବେକ୍ଷଣ ସଂକ୍ରାନ୍ତରେ ପୌରାଞ୍ଚଳ ଲୋକଙ୍କୁ ସଚେତନ ଲାଗି ବ୍ୟାପକ ଆଇଇସି ସାମଗ୍ରୀ ଯୋଗାଯାଇଛି।

06/01/2020

Leave a Reply

Your email address will not be published. Required fields are marked *

Comments