Bikash Khabar
ଆଗକୁ ରହିଛି ସର୍ଭେ ,ବିଏମସି ପକ୍ଷରୁ ଶିଶୁ ଦିବସରୁ ଗଡିବ ସ୍ଵଛତା ରଥ

 ଆଗକୁ ରହିଛି ସ୍ବଚ୍ଛ ସର୍ବେକ୍ଷଣ-୨୦୨୦। ସ୍ବାର୍ଟସିଟି ଭୁବନେଶ୍ୱର କିପରି ଚଳିତଥର ଭଲ ପ୍ରଦର୍ଶନ କରିବ ସେନେଇ ପ୍ରସ୍ତୁତି ଜୋର୍ଦାର ହୋଇଛି। କିଛିଦିନ ହେବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏନେଇ ବହୁ ଯୋଜନା କାର୍ଯ୍ୟକାରୀ କରୁଛି। ମୁଁ ସଫେଇବାଲାଅଭିଯାନ ଦ୍ୱାରା ସହରକୁ ସ୍ବଚ୍ଛ ରଖିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଏନେଇ ଦୈନିକ ପଥପ୍ରାନ୍ତ ନାଟକ ଚାଲିଥିବାବେଳେ ଆସନ୍ତା ୧୪ ତାରିଖ ଶିଶୁ ଦିବସଠାରୁ ଏହାକୁ ଆହୁରି ବ୍ୟାପକ କରାଯିବ। ଏହି ଦିବସରୁ ବିଏମ୍ସି ସ୍ବଚ୍ଛତା ରଥସହର ପରିକ୍ରମା କରିବ ବୋଲି ଜଣାପଡ଼ିଛି। ବିଏମ୍ସି ଆଡିଶନାଲ କମିଶନର ସୁରଥଚନ୍ଦ୍ର ମଲ୍ଲିକ କହିଛନ୍ତି, ସହରକୁ ସ୍ବଚ୍ଛ ରଖିବାକୁ ଲୋକଙ୍କୁ ଏବେଠାରୁ ସଚେତନ କରିବାକୁୁ ପଦକ୍ଷେପ ଆରମ୍ଭ ହୋଇଛି। ଏଥିପାଇଁ ସହରର ଜୋନ୍ରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଯଥା- ପଥପ୍ରାନ୍ତ ନାଟକ ସ୍ବଚ୍ଛତା ରଥରେ ପ୍ରଚାର ମାଧ୍ୟମରେ ପ୍ଲାଷ୍ଟିକ୍ବର୍ଜନ, ସୂତା ବ୍ୟାଗ୍ବ୍ୟବହାର ଆଦି ସଂକ୍ରାନ୍ତରେ ସଚେତନ କରାଯିବ। ଏଥିସହ ଲୋକଙ୍କୁ ବ୍ୟାଗ୍ବଣ୍ଟନ, ଡଷ୍ଟବିନ୍ବାଣ୍ଟିବା ଆଦି କାର୍ଯ୍ୟ ହାତକୁ ନିଆଯାଇଛି। ଲୋକେ କିପରି ଆକର୍ଷିତ ହୋଇ ସଚେତନ ହେବେ ସେଥିପାଇଁ ସ୍ବଚ୍ଛତା ରଥକୁ ନିଆରା ଢଙ୍ଗରେ ସଜାଯିବ। ଏହି ରଥ ପ୍ରସ୍ତୁତି ପାଇଁ ଏକ ବିଜ୍ଞାପନ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି।

ସେହିପରି ଏବେ ମୁଁ ସଫେଇବାଲାଅଭିଯାନକୁ ସ୍କୁଲ ଆପାର୍ଟମେଣ୍ଟ ସ୍ତରରେ ଆରମ୍ଭ କରାଯାଇଛି। ମାସେ ହେବ ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମର ସମୀକ୍ଷା କରାଯିବ। ସ୍କୁଲରେ ପିଲାମାନେ ସ୍ବଚ୍ଛତା ନେଇ ଶିଖିଲେ ଏହାଦ୍ୱାରା ପ୍ରଭାବ ପଡ଼ିଲା ସେନେଇ ସର୍ଭେ କରିବାକୁ ବିଏମ୍ସି ସ୍ଥିର କରିଛି। ଏଥିପାଇଁ କିଛି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ସହ ପିଲାଙ୍କ ମଧ୍ୟରେ ପ୍ରତିଯୋଗିତା କରାଯିବ। ସେମାନଙ୍କ ମଧ୍ୟରୁ କାହା ପରିବାର ସଫେଇବାଲା କାହା ପରିବାର କଚରାବାଲା ଜଣାପଡ଼ିଯିବ। ଯେଉଁ ପରିବାର ସ୍ବଚ୍ଛତା ଆପଣାଉଥିବ ସେମାନଙ୍କୁ ବିଏମ୍ସି ଦ୍ୱାରା ପୁରସ୍କୃତ କରାଯିବ। ସ୍ବଚ୍ଛତାକୁ ଆପଣାଇବା ପାଇଁ ସହରର ବିଭିନ୍ନ ସ୍ଥାନରେ ହୋର୍ଡିଂ, ବ୍ୟାନର ଲଗାଇବା ପାଇଁ ବିଏମ୍ସି ସ୍ଥିର କରିଛି ବୋଲି ଆଡିଶନାଲ କମିଶନର ମଲ୍ଲିକ କହିଛନ୍ତି।

11/11/2019

Leave a Reply

Your email address will not be published. Required fields are marked *

Comments