Bikash Khabar
ଛ ମାସ ଭିତରେ ଶେଷ ହେବ ସ୍ୱର୍ଗଦ୍ୱାର ନବକଳେବର କାର୍ଯ୍ୟ

 ୬ମାସ ଭିତରେ ପୁରୀ ସ୍ୱର୍ଗଦ୍ୱାର ନବକଳେବର କାମ ସାରିବାକୁ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଏହି ସମୟ ଭିତରେ ସ୍ୱର୍ଗଦ୍ୱାର ଚାରିପାଖରୁ ଜବରଦଖଲ ଉଚ୍ଛେଦ, ସ୍ୱର୍ଗଦ୍ୱାର ରେକର୍ଡ଼ରେ ଥିବା ୧୬ ଏକର ୪୦୦ ଡିସିମିଲ୍ ଜମି ଅଧିଗ୍ରହଣ ଏବଂ ଏହାର ଉନ୍ନତି ସୌନ୍ଦର୍ଯ୍ୟକରଣ କାମ ଜିଲ୍ଲା ପ୍ରଶାସନ ପାଇଁ ଏକ ପ୍ରକାର ଚ୍ୟାଲେଂଜ୍ ସୃଷ୍ଟି କରିଛି ଅଢ଼େଇ ହଜାର ବର୍ଷ ପୂର୍ବେ ଆଦିଗୁରୁ ଶଙ୍କରାଚାର୍ଯ୍ୟ ସମୁଦ୍ରକୂଳରେ ପ୍ରତିଷ୍ଠା କରିଥିଲେ ଆସ୍ଥା ବିଶ୍ବାସର ପୀଠ ପୁରୀ ସ୍ୱର୍ଗଦ୍ୱାର   ପ୍ରତିଷ୍ଠା ସମୟରେ ମଠର ମୂଳ ରେକର୍ଡ଼ ମୁତାବକ ସ୍ୱର୍ଗଦ୍ୱାର ପାଇଁ ଥିଲା ୩୩ ଏକରରୁ ଅଧିକ ଜମି। ତେବେ ୧୮୯୯ ବେଳକୁ ଏହା ୧୬ ଏକର ୪୦୦ ଡ଼ିସିମିଲିକୁ ହ୍ରାସ ପାଇଥିଲା ବାଲି ସାହି ମଉଜା ସାବକ ଖାତା ୩୩, ପ୍ଲଟ ନଂ ୮୫୩ରେ ମଠର ଏହା ଥିଲା ଅମୃତ ମଣୋହୀ ଜମି ଜମିର ମାଲିକ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ। ବିଜେ ପୁରୀ ମାର୍ଫତ୍ ଥିଲେ ଶ୍ରୀମନ୍ଦିର ପରିଚାଳନା କମିଟି   ଆଉ ତତ୍ତ୍ବାବଧାରକ ଥିଲେ ଶଙ୍କରାଚାର୍ଯ୍ୟ ମଠ   ପରବର୍ତ୍ତି ସମୟରେ ଅର୍ଥାତ୍ ୧୯୮୪ ମସିହାରେ ଏହା ଚାଲିଆସିଲା ରାଜସ୍ବ ବିଭାଗ ହାତକୁ ଆଉ ଧୀରେ ଧୀରେ ସ୍ୱର୍ଗଦ୍ୱାର ସମ୍ପତ୍ତି ହ୍ରାସ ପାଇବାରେ ଲାଗିଲା ୧୯୮୪ ମସିହାରେ ସ୍ୱର୍ଗଦ୍ୱାର ପରିଚାଳନା ଦାୟିତ୍ବ ପୁରୀ ପୌରସଂସ୍ଥା ହାତକୁ ଗଲା ପୁରୀ ତହସିଲଦାର ସ୍ୱର୍ଗଦ୍ୱାର ପାଇଁ ପୌରସଂସ୍ଥାକୁ ୧୯୮୫ ରୁ ୧୯୮୭ ମସିହା ମଧ୍ୟରେ ପ୍ରଦାନ କରିଲେ ମାତ୍ର ଏକର ସମ୍ପତ୍ତି ଯାହାକି ୧୯୮୯ ହାଲ ରେକର୍ଡ଼ରେ ଏହି ଜମି ଇଲାକା ସଙ୍କୁଚିତ ହୋଇ ଏବେ ପହଞ୍ଚିଛି ମାତ୍ର ୪୬୪ ଡ଼ିସିମିଲରେ। ୨୦୧୭ ମସିହାରେ ସ୍ୱର୍ଗଦ୍ୱାର ସଙ୍କୁଚିତ ସମସ୍ୟା ପ୍ରସଙ୍ଗ ଉଠାଇଥିଲା ନ୍ୟୁଜ୍ 7 ଲଗାତର ଖବର ପ୍ରସାରଣ କରିବା ପରେ ଆକ୍ସନମୁଡ଼କୁ ଆସିଥିଲା ଜିଲ୍ଲା ପ୍ରଶାସନ ସ୍ୱର୍ଗଦ୍ୱାର ଚାରିପାଖରେ ଗଢ଼ି ଉଠିଥିବା ୩୦୦ ବ୍ୟବସାୟିକ ଅନୁଷ୍ଠାନକୁ ନୋଟିସ କରାଯାଇଥିଲା ହେଲେ ଏହା ପରେ ସବୁକିଛି ଚପିଯାଇଥିଲା ନାଲି ଫିତା ତଳେ ଏବେ କିନ୍ତୁ ରାଜ୍ୟ ସରକାର ପୁରୀ ସ୍ୱର୍ଗଦ୍ୱାରର ନବକଳେବର ପାଇଁ ଅଣ୍ଟା ଭିଡ଼ିଛନ୍ତି ଏଥି ପାଇଁ ପ୍ରଥମ ପର୍ଯ୍ୟାୟରେ କୋଟି ଟଙ୍କା ଖର୍ଚ୍ଚ କରାଯିବ

05/11/2019

Leave a Reply

Your email address will not be published. Required fields are marked *

Comments