Bikash Khabar
୨୦୨୩ ସୁଦ୍ଧା ତାଳଚେର ସାର କାରଖାନାରୁ ଉତ୍ପାଦିତ ହେବ ବାର୍ଷିକ ୧.୨୭ ମିଲିଅନ୍ ଟନ୍ ନିମ୍ବ ଆସ୍ତରଣଯୁକ୍ତ ୟୁରିଆ

 ୨୦୨୩ ମସିହା ସୁଦ୍ଧା ପରୀକ୍ଷାମୂଳକ ଭାବେ କାର୍ଯ୍ୟକ୍ଷମ ହେବ ତାଳଚେର ସାର କାରଖାନା (ଟିଏଫ୍ଏଲ୍) କୋଇଲା ଗ୍ୟାସିଫିକେସନ୍ ଭିତ୍ତିକ ୟୁରିଆ ସାର କାରଖାନା କାର୍ଯ୍ୟକ୍ଷମ ହେବାରେ ଟିଏଫ୍ଏଲ ଦେଶରେ ପ୍ରଥମ ପ୍ରକଳ୍ପ। ଏଥିରୁ ଦୈନିକ ୨୨ଶହ ଟନ୍ ଆମୋନିଆ ୩୮୫୦ ମେଟ୍ରିକ୍ ଟନ୍ୟୁରିଆ ଉତ୍ପାଦିତ ହେବ। ଏହାସହ ବାର୍ଷିକ .୨୭ମିଲିଅନ୍ ଟନ୍ ନିମ୍ବ ଆସ୍ତରଣଯୁକ୍ତ ୟୁରିଆ ସାର ଉତ୍ପାଦିତ ହେବ। ଏହାଛଡ଼ା ଦୈନିକ ୧୦୦ ମେଟ୍ରିକ୍ ଟନ୍ବିକ୍ରି ଯୋଗ୍ୟ ସଲଫର ମଧ୍ୟ ଉତ୍ପାଦିତ ହେବ। ଏହି କାରଖାନା କାର୍ଯ୍ୟକ୍ଷମ ହେବା ଫଳରେ ସ୍ଥାନୀୟ ଅଞ୍ଚଳରେ ୧୦ହଜାର ଲୋକ ପ୍ରତ୍ୟକ୍ଷ ପରୋକ୍ଷ ନିଯୁକ୍ତି ପାଇବେ ବୋଲି କହିଛନ୍ତି କେନ୍ଦ୍ର ସାର ମନ୍ତ୍ରଣାଳୟ ସଚିବ ଛବିଳେନ୍ଦ୍ର ରାଉଳ। ସୋମ ବାର  ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାଉଳ କହିଲେ, ଦେଶରେ ବାର୍ଷିକ ୩୨୦ଲକ୍ଷ ମେଟ୍ରିକ୍ ଟନ୍ ସାର ଆବଶ୍ୟକତା ଥିବା ବେଳେ ଦେଶରେ ୨୪୦ଲକ୍ଷ ମେଟ୍ରିକ୍ ଟନ୍ଉତ୍ପାଦିତ ହେଉଛି। ଯାହାଫଳରେ ପ୍ରତିବର୍ଷ ୮୦ ମେଟ୍ରିକ୍ ଟନ୍ସାର ବିଦେଶରୁ ଆମଦାନି କରିବାକୁ ପଡ଼ୁଛି। ତେବେ ତାଳଚେର ସମେତ ଦେଶରେ ଆହୁରି ୫ଟି ଏଭଳି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ସିନ୍ଧ୍ରି, ବରାଉଣୀ, ଗୋରଫୁର ରାମାଗୁଣ୍ଡମଠାରେ ନିର୍ମାଣ ହେବାକୁ ଥିବା ପ୍ରତ୍ୟେକ କାରଖାନାରୁ ୧୨.୭ଲକ୍ଷ ମେଟ୍ରିକ୍ ଟନ୍ସାର ଉତ୍ପାଦିତ ହେବାକୁ ଥିବା ବେଳେ ଦେଶରେ ଉତ୍ପାଦନ କ୍ଷମତା ଆହୁରି ୬୨ଲକ୍ଷ ମେଟ୍ରିକ୍ ବୃଦ୍ଧି ପାଇବ। ୨୦୨୩ ମସିହାରୁ ବିଦେଶରୁ ଆଉ ୟୁରିଆ ସାର ଆମଦାନି କରିବାକୁ ପଡ଼ିବ ନାହିଁ ବୋଲି ଆଶା କରାଯାଉଛି। ପ୍ରାକୃତିକ ଗ୍ୟାସ୍ରେ ୟୁରିଆ ଉତ୍ପାଦନ ପାଇଁ ଯେତିକି ଟଙ୍କା ଖର୍ଚ ହୋଇଥାଏ କୋଇଲା ଗ୍ୟାସିଫିକେସନ୍ରେ ମଧ୍ୟ ସମାନ ଟଙ୍କା ଖର୍ଚ ହେବ। ତାଳଚେର ସାର କାରଖାନାରେ ଗେଲ୍ ଇଣ୍ଡିଆ, କୋଲ୍ ଇଣ୍ଡିଆ, ରାଷ୍ଟ୍ରୀୟ କେମିକାଲ ଏଣ୍ଡ ଫର୍ଟିଲାଇଜର ବା ଏଫ୍ସିଆଇଏଲର ଏଥିରେ ଅଂଶୀଦାର ରହିଛି। ତାଳଚେର ଅଞ୍ଚଳରେ ଗଚ୍ଛିତ ଥିବା କୋଇଲାକୁ ପରିବେଶ ଅନୁକୂଳ ଶୈଳୀରେ ଉପଯୋଗ କରାଯିବ। କାରଖାନାରୁ ଦୈନିକ .୩୮ ମିଲିୟନ କ୍ୟୁବିକ୍ ମିଟର ପରିମାଣର ପ୍ରାକୃତିକ ଗ୍ୟାସ ଉତ୍ପାଦନ ହେବ।

21/01/2020

Leave a Reply

Your email address will not be published. Required fields are marked *

Comments