Bikash Khabar
ସ୍କୁଲ କୁ ମଦ୍ୟପାନ କରି ଆସିଲେ ବହିସ୍କୃତ ହେବେ ଶିକ୍ଷକ

 ଶିକ୍ଷକ କିମ୍ବା କର୍ମଚାରୀ ଯଦି ମଦ୍ୟପାନ କରି ବିଦ୍ୟାଳୟ ଆସନ୍ତି,ତେବେ  ସେମାନଙ୍କ ବିରୋଧରେ ଓସିଏସ୍‌(ସିସିଏ ରୁଲ୍) ୧୯୬୨ର ରୁଲ୍‌-୧୬ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ। ବହିଷ୍କାର ପରି ଦଣ୍ଡ ବି ମିଳିପାରେ। ବିଦ୍ୟାଳୟ ପରିସରରେ  ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ କଡ଼ାନିର୍ଦେଶ ଜାରି ହୋଇଛି। ଅନ୍ୟାନ ନିଶା ସେବନ କରିଥିବା ଜଣାପଡ଼ିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଳମ୍ବରେ ସରକାର ଚେତିଛନ୍ତି। ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢି ବଢ଼ି ଚାଲିଛି। କେଉଁଠି ଶିକ୍ଷକମାନେ କ୍ୟାମ୍ପସ୍କୁ ମଦ୍ୟପାନ କରି ଆସୁଛନ୍ତି ଆଉ କେଉଁଠି ସ୍କୁଲ ହଷ୍ଟେଲରୁ ମଦ ବୋତଲ ମାନ ବାହାରୁଛି। ରାଜ୍ୟର ଅନେକ ଆଶ୍ରମ ସ୍କୁଲ   ନାବାଳିକା ଗର୍ଭବତୀ ହେବାର ଏକାଧିକ  ଅଭିଯୋଗ ହେଉଛି।କନ୍ଧମାଳ,କଳାହାଣ୍ଡି,କୋରାପୁଟ ଠାରୁ ରାଜଧାନୀ ଭୁବନେଶ୍ୱର ଯାଏଁ ମଦ୍ୟପ ଶିକ୍ଷକ ଙ୍କ ସ୍କୁଲ ପରିସରରେ ଦୌରାତ୍ମ ଦେଖିବାକୁ ମିଳିଛି ତିନି ବର୍ଷ ହେଲା ଓଡ଼ିଶାରେ ଛାତ୍ରୀ ନିର୍ଯାତନା ଅଭିଯୋଗ ବଢ଼ି ଚାଲିଛି। ଗତ ଶିକ୍ଷାବର୍ଷରେ ଏନେଇ ବାରମ୍ବାର ଅଭିଯୋଗ ଆସିଥିବାରୁ ଏଥର ବିଭାଗ ପକ୍ଷରୁ ପୁଣିଥରେ ଗାଇଡ୍ଲାଇନ୍ଜାରି ହୋଇଛି। କୌଣସି ସ୍ଥାନରେ ଯଦି ଛାତ୍ରଛାତ୍ରୀଙ୍କ ଅଧିକାର ସୁରକ୍ଷା ବାଧାପ୍ରାପ୍ତ ହେଉଥିବା ଦୃଷ୍ଟିକୁ ଆସେ, ତେବେ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ କୁହାଯାଇଛି। କ୍ଲାସରୁମ୍ଠାରୁ କ୍ୟାମ୍ପସ, ମଧ୍ୟାହ୍ନଭୋଜନ, ବିଲଡି˚ରେ ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ରହିବେ, ସେଥିପ୍ରତି ଗୁରୁତ୍ବ ଦେବାକୁ କୁହାଯାଇଛି।ଯଦି କୌଣସି ସ୍ଥାନରେ ଛାତ୍ରଛାତ୍ରୀଙ୍କ ସୁରକ୍ଷାରେ ଅବହେଳା ହେଉଥିବ, ତେବେ ଇଣ୍ତିଆନ୍ପେନାଲ କୋଡ୍‌(ଆଇପିସି) ବିଭିନ୍ନ ଧାରା, ଅନୁସୂଚିତ ଜାତି ଜନଜାତି ଆଇନ, ସିଭିଲ୍ରାଇଟ୍ସ୍ଆକ୍ଟ, ଶିଶୁଙ୍କ ଯୌନଶୋଷଣ ଆଇନ ୨୦୧୨, ଶିକ୍ଷା ଅଧିକାର ଆଇନ ବଳରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି। ଏନେଇ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ପକ୍ଷରୁ ୨୦୧୩ ଡିସେମ୍ବର ୨୭ରେ ମାଧ୍ୟମିକ ଶିକ୍ଷା, ପ୍ରାଥମିକ ଶିକ୍ଷା, ଉଚ୍ଚ ମାଧ୍ୟମିକ ଶିକ୍ଷା, ଟିଇ ଏସ୍ସିଇଆରଟି, ରାମସା ଏବ˚ ଓପେକା କତୃର୍ପକ୍ଷଙ୍କୁ ଚିଠି ଲେଖାଯାଇଥିଲା। ଏବେ ନିୟମକୁ କଡ଼ାକଡ଼ି ଲାଗୁ କରିବା ଲାଗି ପୁଣିଥରେ ନିର୍ଦେଶ ଦିଆଯାଇଛି।ସବୁ ସ୍କୁଲ ରେ ପାଚେରୀ ବାଧ୍ୟତାମୂଳକ କରିବା ସହ ସ୍କୁଲ ଆଖପାଖରେ ତମାଖୁ ଗୁଟଖା ହଟାଇବା ଦିଗରେ ପଦକ୍ଷେପ ନେବା କୁହାଯାଇଛି।

15/07/2019

Leave a Reply

Your email address will not be published. Required fields are marked *

Comments