Bikash Khabar
ଦେଶର ଅଧାରୁ ଅଧିକ ଅଂଚଳରେ ଭୀଷଣ ଗ୍ରୀଷ୍ମ ପ୍ରକୋପ,ଅଂଶୁଘାତ ମୃତ୍ୟୁ ସଂଖ୍ୟା ୧୦୦ କୁ ଟପିଲାଣି

ମୌସୁମୀ ଆଗମନ କୁ ଅପେକ୍ଷା କରିବସିଛି ସାରା ଦେଶ   ଜୁନ୍ ରେ ରେ କେରଳରେ ମୌସୁମୀ ପହଞ୍ଚିବ ବୋଲି ଅନୁମାନ କରାଯାଉଛି କିନ୍ତୁ ଦେଶରେ ପ୍ରାକ ମୌସୁମୀ ବର୍ଷା ଯେତିକି ହେବ କଥା ହୋଇନାହିଁ ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଦେଶର ବିଭିନ୍ନ ଭାଗରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ୧୦୦ ଅତିକ୍ରମ କରିଛି ଗ୍ରୀଷ୍ମ ପ୍ରବାହ ଯୋଗୁଁ ସର୍ବାଧିକ ମୃତ୍ୟୁ ତେଲେଙ୍ଗାନାରେ ହୋଇଛି। ତେଲେଙ୍ଗାନାରେ ବିଗତ ୨୩ ଦିନରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ରିପୋର୍ଟରୁ ଜଣାପଡ଼ିଛି

 ଦେଶରେ  ବିଗତ ୬୫ ବର୍ଷ ମଧ୍ୟରେ ଦ୍ବିତୀୟ ଥର ପାଇଁ ପ୍ରାକ୍ମୌସୁମୀ ମରୁଡ଼ି ସ୍ଥିତି ଦେଖିବାକୁ ମିଳିଛି ବୋଲି କହିଛି ଭାରତୀୟ ପାଣିପାଗ ବିଭାଗ ୧୯୫୪ରେ ଦେଶରେ ପ୍ରାକ୍ମୌସୁମୀ ବର୍ଷା ୯୩. ମିମି ରେକର୍ଡ କରାଯାଇଥିଲା।  ୨୦୦୯ ମାର୍ଚ, ଏପ୍ରିଲ ଏବଂ ମେ ମଧ୍ୟରେ ୯୯ ମିମି ବର୍ଷା ହୋଇଥିଲା। ୨୦୧୨ରେ ୯୦. ମିମି ବର୍ଷା ହୋଇଥିବା ବେଳେ ଏବେ ୨୦୧୯ରେ ୯୯ ମିମି ବର୍ଷା ହୋଇଛି। ସବୁଠାରୁ କମ୍ବର୍ଷା କେନ୍ଦ୍ରୀୟ ମହାରାଷ୍ଟ୍ର, ମରାଠୱାଡ଼ା ଏବଂ ମହାରାଷ୍ଟ୍ରର ବିଦର୍ଭ ଅଂଚଳରେ ହୋଇଛି। ଏହା ବ୍ୟତୀତ କୋଙ୍କଣ-ଗୋଆ, ଗୁଜରାଟର ସୌରାଷ୍ଟ୍ର ଏବଂ କଚ୍ଛ ଅଂଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ତଟବର୍ତ୍ତୀ କର୍ଣ୍ଣାଟକ, ତାମିଲନାଡ଼ୁ ଏବଂ ପୁଡ଼ୁଚେରୀ ଆଦି ଅଂଚଳରେ ମଧ୍ୟ ପ୍ରାକ୍ମୌସୁମୀ ବର୍ଷା ଯଥେଷ୍ଟ କମ୍ରହିଛି। ପାହାଡ଼ି ରାଜ୍ୟ ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ସମେତ ପଶ୍ଚିମ ଉତ୍ତର ପ୍ରଦେଶ, ଉତ୍ତର କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ରୟଲସୀରେ ମଧ୍ୟ କମ୍ବର୍ଷା ହୋଇଛି।ମହାରାଷ୍ଟ୍ରରେ ପ୍ରାକ୍ମୌସୁମୀ ମରୁଡ଼ିଜନିତ ସଙ୍କଟ ସର୍ବାଧିକ ରହିଥିବା ବେଳେ ଏବେ ଦେଶର ଅଧାରୁ ଅଧିକ ଅଂଚଳରେ ଭୀଷଣ ଗ୍ରୀଷ୍ମ ପ୍ରକୋପ ଦେଖିବାକୁ ମିଳିଛି। ଅନେକ ସ୍ଥାନରେ ତାପମାତ୍ରା ୪୫ ଡିଗ୍ରି ସେଲ୍ସିୟସ ଉପରେ ପହଞ୍ଚିଛି। ରାଜସ୍ଥାନ ଚୁରୁରେ ଶନିବାର  ସର୍ବାଧିକ ତାପମାତ୍ରା ୫୦ ଡିଗ୍ରି ଛୁଇଁଥିଲା। ଦେଶରେ ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ଯୋଗୁଁ ଆଜି ପର୍ଯ୍ୟନ୍ତ ଅତି କମ୍ରେ ୧୦୦  ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି ଗ୍ରୀଷ୍ମ ପ୍ରବାହ ଆହୁରି ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି ରୋୖଦ୍ରତାପ ସର୍ବାଧିକ ପ୍ରଭାବ ରାଜସ୍ଥାନ, ପଂଜାବ, ହରିୟାଣା ଚଣ୍ଡିଗଡ଼, ଦିଲ୍ଲୀ, ମଧ୍ୟ ପ୍ରଦେଶ, ଉତ୍ତର ପ୍ରଦେଶ, ଆନ୍ଧ୍ର ପ୍ରଦେଶ, ତେଲେଙ୍ଗାନା, ବିହାର, ଝାଡ଼ଖଣ୍ଡ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ରହିଛି ଚଳିତ ବର୍ଷ ଓଡ଼ିଶାର ଟିଟିଲାଗଡ଼ ସମେତ ଭୁବନେଶ୍ୱର ତାଳଚେର ଅସହ୍ୟ ଗରମ ଜନଜୀବନକୁ ଅସ୍ତବ୍ୟସ୍ତ କରାଇଛି

 

03/06/2019

Leave a Reply

Your email address will not be published. Required fields are marked *

Comments