Bikash Khabar
ଜଳୁଛି ଟିଟିଲାଗଡ଼,ସାରା ଓଡ଼ିଶାରେ ନିଆଁବର୍ଷା

ଅସହ୍ୟ ତାତିରେ ଆଉଟୁପାଉଟୁ ହେଉଛି ଓଡିଶା ପଶ୍ଚିମ ଓଡ଼ିଶାରେ ନାହିଁ ଥିବା ରୋୖଦ୍ରତାପ ପ୍ରଚଣ୍ଡ ଖରା ବଲାଙ୍ଗୀର,ସମ୍ବଲପୁର,ଝାରସୁଗୁଡା,ଅନୁଗୋଳ,ସୋନପୁର ସୁନ୍ଦରଗଡ ବାସୀଙ୍କୁ ନାକେଦମ କରିଦେଲାଣି ଟିଟିଲାଗଡ଼ର ଅବସ୍ଥା ସଂଗୀନ ଦିନ ହେଲା ସହରର ତାପମାତ୍ରା ୪୦ ଡିଗ୍ରୀ ତଳକୁ ଛୁଉଁ ଥିବାବେଳେ ଗତକାଲି ଅର୍ଥାତ ମେ ୧୭ ଶୁକ୍ରବାର ଦିନଦ୍ୱିତୀୟଥର ପାଇଁ ଏହାର ତାପମାତ୍ରା ଚଳିତ ବର୍ଷର ସର୍ବାଧିକ ୪୫. ଡିଗ୍ରୀକୁ ଛୁଇଁଥିଲା   ଗତ ୧୦ ତାରିଖରେ ତାପମାତ୍ରା ଚଳିତ ବର୍ଷର ସର୍ବାଧିକ ୪୫. ଡିଗ୍ରୀଥିବାବେଳେ  ପୁଣି ଥରେ ଗତକାଲି  ୪୫.୫ରେ ପହଞ୍ଚିଛି। ଗତ ମାର୍ଚ୍ଚ ମାସରୁ କ୍ରମାଗତ ଭାବରେ ଅଗ୍ନି ବର୍ଷା ଲୋକଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି। ସୂର୍ଯ୍ୟ ଉଦୟ ହେବା ପରଠାରୁ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ରୌଦ୍ରତାପ ଜାରି ରହିବା ସହ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଝାଞ୍ଜି ପବନ ଜନଜୀବନକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ କରିପକାଇଛି। ୧୮ରୁ ତାତି ଆହୁରି ବଢିବା ସମ୍ଭାବନା ରହିଥିବା ପ୍ରଶାସନ ପକ୍ଷରୁ ସତର୍କତା ଜାରି କରାଯାଇଛି। ଏପରିକି ଚଳିତ ବର୍ଷ ସ୍ଥଳ ବିଶେଷରେ ତାତି ୪୯କୁ ଛୁଇଁପାରେ ବୋଲି ପାଣିପାଗ ବିଭାଗର ଆକଳନ ନେଇ ସାଧାରଣରେ କୋକୁଆ ଭୟ ସୃଷ୍ଟି କରିଛି। ତେଣେ କଟକ,ଭୁବନେଶ୍ୱର,କେଉଁଝର,ଅନୁଗୋଳ,ତାଳଚେର, ବୌଧ ପ୍ରଭୃତି ସହରରେ ତାପମାତ୍ରା ବୃଦ୍ଧି ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି ପୁରୀ ସହର ସମେତ ଗ୍ରାମାଞ୍ଚଳରେ ବିଦ୍ୟୁତ ବ୍ୟବସ୍ଥା ସଜଡା ଯାଇନଥିବା ସ୍ଥଳେ ଝାଂଜି ମାଡ଼ରେ ରାସ୍ତାଘାଟ ନିଶୁନ ହୋଇଯାଉଛି ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନ୍ୟୁନ ଜଣ ଅଂଶୁଘାତରେ ମୃତ୍ୟୁ ବରଣ କରିଥିବା ଜଣାଯାଇଛି

18/05/2019

Leave a Reply

Your email address will not be published. Required fields are marked *

Comments