Bikash Khabar
ସାମ୍ବାଦିକତା ଛାଡି ଏବେ ସ୍କୁଲପିଲାଙ୍କୁ ଶିଖାଉଛନ୍ତି ଟ୍ରାଫିକ ନିୟମର ପାଠ

ଦିନକୁ ଦିନ ବଢୁଛି ସହର ତାଳ ଦେଇ ବଢୁଛି ଯାନବାହାନ ସଂଖ୍ୟା ବର୍ଦ୍ଧିତ ଯାନବାହାନଙ୍କ ସଂଖ୍ୟା ଦୁର୍ଘଟଣାର କାରଣ ସାଜୁଛି ଏବେ ଦେଶରେ ଦିନକୁ ୧୨୯୦ ଜଣଙ୍କର ମୃତ୍ୟୁ ଘଟୁଛି ଅନେକ ଧନସମ୍ପତ୍ତି କ୍ଷୟକ୍ଷତି ଘଟୁଛି ସଡକ ଦୁର୍ଘଟଣା ରୋକିବା ପାଇଁ ସରକାରୀ ବେସରକାରୀ ସ୍ତରରେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ବେଳେ ଝାରଖଂଡର ଜଣେ ସାମ୍ବାଦିକ ଦିଗରେ ନିଃସ୍ୱାର୍ଥପର ସହଯୋଗ ଜାରି ରଖିଛନ୍ତି ସଡକ ସୁରକ୍ଷା ହିଁ ଜୀବନରକ୍ଷା ବୋଲି ବିଶ୍ୱାସ କରୁଥିବା ଏହି ସାମ୍ବାଦିକ ଋଷଭ ଆନନ୍ଦ ସଡକ ସୁରକ୍ଷା ଦିଗରେ ସଚେତନତା କରିବା ପାଇଁ ରାଜ୍ୟସାରା ବୁଲି ବିଦ୍ୟାର୍ଥୀ ମାନଙ୍କୁ ପ୍ରଶିକ୍ଷିତ କରାଉଛନ୍ତି ଭିତରେ ଋଷଭ ରାଜ୍ୟର ୨୫୦ ବିଦ୍ୟାଳୟରେ ପିଲାଙ୍କୁ ଟ୍ରାଫିକ ନିୟମ ପାଳନ ପାଇଁ ଶପଥପାଠ କରାଇଛନ୍ତି ୨୦୧୬ ମସିହା ଠାରୁ ଋଷଭ ସାମ୍ବାଦିକତା ଛାଡି ଟ୍ରାଫିକ ନିୟମ ବାବଦରେ ସଚେତନତା କରିବା କାମରେ ଲାଗିଛନ୍ତି ଏଥିପାଇଁ ସେ ନିଜେ ପ୍ରଥମେ ଏକ ସ୍କୁଲ ସ୍ଥାପନ କରି ସଫଳ ହେବାପରେ ଏବେ ପିଲା ଅଭିଭାବକଙ୍କୁ ଦିଗରେ ସଚେତନତା କରିବାରେ ଲାଗିଛନ୍ତି ତ୍ରୁଟିପୂର୍ଣ୍ଣ ଗାଡି ଚାଳନା,ଡ୍ରାଇଭିଙ୍ଗ ସମୟରେ ମଦ୍ୟପାନ,ଅଧିକ ରୋମାଞ୍ଚ ପାଇଁ ଦ୍ରୁତ ଗାଡି ଚାଳନା ,ତ୍ରୁଟିପୂର୍ଣ୍ଣ ସଡକ ଡ଼ିଜାଇନିଂ,ଗାଡିର ତ୍ରୁଟି ଆଦି କାରଣ ଦୁର୍ଘଟଣା ପାଇଁ ଦାୟୀ ଭବିଷ୍ୟତର ଗାଡି ଚାଳକଙ୍କ ହାତରେ ସଡକ ସୁରକ୍ଷିତ ରହୁ ଏହି ଲକ୍ଷ ନେଇ ଋଷଭ ନିଜର ମିଶନ ରେ ଲାଗିପଡିଛନ୍ତି ଏଥିରେ ଝାରଖଣ୍ଡ ପ୍ରଶାସନ ଋଷଭ ଙ୍କୁ ସହଯୋଗ କରୁଥିବା ସେ କହନ୍ତି

02/05/2019

Leave a Reply

Your email address will not be published. Required fields are marked *

Comments