Bikash Khabar
ମହିଳାଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି କଟକ ର ଏହି ମହିଳା

ଏବେ ମହିଳା ମାନେ ଆଉ ପରିବାର ଚାରିକାନ୍ଥ ଚୌହଦୀ ମଧ୍ୟରେ ନିଜକୁ ସୀମିତ ରଖିନାହାନ୍ତି ପ୍ରତ୍ୟେକ କ୍ଷେତ୍ରରେ ସେମାନେ ପୁରୁଷଙ୍କ ସହିତ  ତାଳଦେଇ ବିକାଶ ପ୍ରକ୍ରିୟାରେ ନିଜକୁ ସାମିଲ କଲେଣି ମହିଳା ମାନେ ନିଯୁକ୍ତି ଆଉ ରୋଜଗାର କ୍ଷେତ୍ରରେ ପାଦ ଥାପି ଥିବାରୁ ସେମାନେ ଆଉ ବିପତ୍ତି ସମୟରେ ବେସାହାରା ହୋଇପଡୁନାହାନ୍ତି ଏମିତି ଜଣେ ମହିଳା ହେଉଛନ୍ତି କଟକ ସହର ସମ୍ମୁ ବିବି ସମ୍ମୁ ନିଜ ସ୍ବାମୀଙ୍କ ବିୟୋଗ ପରେ ଭାଙ୍ଗି ଯାଇ ନିଜ ଝିଅ ଆଉ ନିଜକୁ ସମ୍ମାନର ସହ ଜୀବନ ଧାରଣ ପାଇଁ ବ୍ୟବସାୟ ରେ ଯୋଗ ଦେଇ ସଫଳତା ପାଇଛନ୍ତି ଗାଡ଼ି ସର୍ଭିସିଂ କରୁଛନ୍ତି ସମ୍ମୁ ତାଳଦଣ୍ଡା କେନାଲ କୂଳରେ ଏଥିପାଇଁ ଏକ ଦୋକାନ ଖୋଲିଛନ୍ତି ସ୍ବାବଲମ୍ବୀ, ସ୍ବାଭିମାନୀ ସମ୍ମୁ ବିବିଙ୍କର ଏଭଳି କାର୍ଯ୍ୟ ଅନ୍ୟ ମହିଳାମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି। ଯୋବ୍ରା ଚାରିଘରିଆରେ ବାସ କରୁଥିବା ସମ୍ମୁ ବିବି ପରିସ୍ଥିତି ଆଗରେ ହାର ମାନି ଏହି ବ୍ୟବସାୟରେ ପ୍ରାଧାନ୍ୟ ବିସ୍ତାର କରିଥିବା ପୁରୁଷ ମାନଙ୍କ ପାଇଁ ବି ଚାଲେଞ୍ଜ ସୃଷ୍ଟି କରିଛନ୍ତି। ସ୍ବାମୀଙ୍କ ଦେହାନ୍ତ ପରେ ସମ୍ମୁ ନିଜ ପରିବାର ଚଳାଇବା ପାଇଁ ଯୋବ୍ରା କେନାଲ ରୋଡ଼ଠାରେ ଖୋଲିଛନ୍ତି ନିଜର ଗାଡ଼ି ସର୍ଭିସିଙ୍ଗ ସେଣ୍ଟର। ପରିବାରର ଆର୍ଥିକ ପରିସ୍ଥିତି ଖରାପ ପାଇଁ ତୃତୀୟ ଶ୍ରେଣୀ ଯାଏଁ ପାଠ ପଢ଼ି ଅଧାରୁ ପଢ଼ା ଛାଡ଼ିଥିଲେ ସେ। ୨୦ ବର୍ଷ ବୟସରେ ବିବାହ କରିଥିଲେ। ବିବାହର କିଛି ବର୍ଷ ପରେ ସ୍ବାମୀଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯିବାରୁ ପରିବାରର ଆର୍ଥିକ ପରିସ୍ଥିତି ଶୋଚନୀୟ ହୋଇପଡ଼ିଥିଲା। ଯାହା ଫଳରେ ସମ୍ମୁ ନିଜେ ରୋଜଗାର କରିବା ସହ ନିଜ ଝିଅକୁ ପାଠ ପଢ଼ାଇ ମଣିଷ କରିବାକୁ ନିଷ୍ପତ୍ତି ନେଇଥଲେ। ପ୍ରଥମେ ଚାଜଳଖିଆ ଦୋକାନ ପରେ ସଉଦା ଦୋକାନ ଆରମ୍ଭ କରିଥିଲେ। ହେଲେ ତାହା ଚାଲିବାରୁ ଧାର କରଜ କରିବାକୁ ବାଧ୍ୟ ହୋଇଥଲେ। ପରେ ସେ ନିଜ ସର୍ମ୍ପକୀୟଙ୍କ ସହାୟତାରେ ଗୋଟେ ପାଣିପମ୍ପ୍କିଣି ଆଜିକୁ ଯୋବ୍ରା ବନ୍ଦୋବସ୍ତ କାର୍ଯ୍ୟାଳୟ କଡ଼ରେ ନିଜର ଗାଡ଼ି ସର୍ଭିସିଙ୍ଗ ସେଣ୍ଟର ଖୋଲିଥିଲେ। ସରକାରୀ ଜାଗା ହୋଇଥିବାରୁ ସେଠାରୁ ତାଙ୍କୁହଟାଇ ଦିଆଯାଇଥିଲା। ପରେ ସେ ଯୋବ୍ରା ଚୁନଭାଟି କେନାଲ ରୋଡ଼ ଠାରେ ଗାଡ଼ି ସର୍ଭିସିଙ୍ଗ ଦୋକାନ କରି ସ୍ବାବଲମ୍ବୀ ହୋଇ ପାରିଛନ୍ତି। ନିଜ ଝିଅକୁ ପାଠ ପଢ଼ାଇ ବିବାହ ଦେଇ ପାରିଛନ୍ତି। କାମ ଭଲ ଚାଲିଥିବାରୁ ସେ ନିଜ ଦୋକାନରେ ଦୁଇଟି ପିଲା ରଖି ଏହି କାମ କରୁଛନ୍ତି।

11/10/2019

Leave a Reply

Your email address will not be published. Required fields are marked *

Comments