Bikash Khabar
୪୫ ପ୍ରକାର ସୁସ୍ୱାଦୁ କେକ ପ୍ରସ୍ତୁତି ଓ ବିକ୍ରିକରି ସ୍ୱାବଲମ୍ବୀ ହୋଇଛନ୍ତି ଏହି ମହିଳା ସ୍ୱୟଂ ସହାୟକ ଦଳ

ଇଛାଶକ୍ତି ଥିଲା କିନ୍ତୁ ପାଖରେ ନଥିଲା ସେଭଳି ବଡ ପୁଞ୍ଜି ଯେଉଁଥିପାଇଁ କିଛି କରିବାର ଆଶା ଥିଲେ ବି ନିଜର ସ୍ୱପ୍ନର ବ୍ୟବସାୟ ଆରମ୍ଭ କରିପାରୁନଥିଲେ ସୁନ୍ଦରଗଡ ଝିରପାଣିର କିଛି ମହିଳା। ତେବେ ଦିନକୁ ଦିନ କିଛି ନୂଆ କରିବାର ଆଗ୍ରହ ସେମାନଙ୍କୁ ସ୍ୱୟଂ ସହାୟିକା ଗୋଷ୍ଠୀ(ଏସଏଚଜି) ଟିଏ ଗଠନ ପାଇଁ ପ୍ରେରଣା ଦେଇଥିଲା ଆଦିବାସୀ ବହୁଳ ଜିଲ୍ଲା ସୁନ୍ଦରଗଡ। ଏହି ଜିଲ୍ଲାର ଝିରପାଣିରେ ମହିଳାମାନେ ନିଜ ଚିରାଚରିତ ଜୀବନ ବଞ୍ଚୁଥିଲେ। କିନ୍ତୁ ୨୦୦୯ରେ କିଛି ମହିଳା ନୂଆ କରିବାର ସ୍ବପ୍ନ ଦେଖିଥିଲେ, ଆଉ ଗଠନ କରିଥିଲେ ଦିବ୍ୟଜ୍ୟୋତି ଏସଏଚଜି। ଏସଏଚଜିର ମହିଳାମାନେ ପାଉଁରୁଟି କୁକିଜ ପ୍ରସ୍ତୁତି କରିବାକୁ ଚିନ୍ତା କରିଥିଲେ।ଏହାପରେ ନିଜର କିଛି ସଂଚିତ ଅର୍ଥ ସହ ବ୍ୟାଙ୍କରୁ ଋଣ ଆଣି ପାଉଁରୁଟି ବିସ୍କୁଟ ପ୍ରସ୍ତୁତ କରିବାର ସାମଗ୍ରୀ ଯନ୍ତ୍ରପାତି କିଣିଥିଲେ। କିନ୍ତୁ ଉପଯୁକ୍ତ ତାଲିମ ଅଭାବରୁ ପ୍ରଥମେ ସେତେଟା ସଫଳତା ପାଇନଥିଲେ।ଏହାପରେ କର୍ଣ୍ଣାଟକ ବାଙ୍ଗାଲୋରରେ ଥିବା ଜଣେ କେକ ଏକ୍ସପର୍ଟଙ୍କ ସହ ଏହି ମହିଳାମାନେ ଯୋଗାଯୋଗ କରିଥିଲେ କେକ ବିଶେଷଜ୍ଞ ଜଣକ ମହିଳାମାନଙ୍କୁ ତାଲିମ ଦେବା ସହ କିଭଳି କେକ ପ୍ରସ୍ତୁତି ପରେ ଅଧିକ ଦିନ ଯାଏଁ ରଖିହେବ ତାହା ବାବଦରେ ବୁଝାଇଦେଇଥିଲେ ଏହାପରେ ପଛକୁ ଫେରି ଚାହିଁନାହାନ୍ତି ଏହି ମହିଳାମାନେ ବର୍ତ୍ତମାନ ୪୫ ପ୍ରକାରର ପାଉଁରୁଟି,କେକ,ପେଟିସ ପିଜା ପ୍ରସ୍ତୁତ କରୁଛନ୍ତି ସ୍ଥାନୀୟ ଅଂଚଳରେ ବିକ୍ରୟ କରୁଛନ୍ତି। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ମହିଳାମାନଙ୍କ କେକ ପେଟିସର ସ୍ୱତନ୍ତ୍ର ଚାହିଦା ସାରା ଓଡ଼ିଶାରେ ରହିଛି। ଓଡ଼ିଶାର ଯେ କୌଣସି ସ୍ଥାନରେ ମେଳା ପଡିଲେ ଏହି ସ୍ୱୟଂ ସହାୟିକା ଗୋଷ୍ଠୀର ଷ୍ଟଲ ଦେଖିବାକୁ ମିଳେ।ମେଳାକୁ ଆସିଥିବା ଲୋକଙ୍କର ମଧ୍ୟ ଏମାନଙ୍କ ଷ୍ଟଲ ଉପରେ ଭିଡ ଲାଗିଥାଏ। ସେଥିପାଇଁ ଅଳ୍ପ କିଛି ସଞ୍ଚିତ ଅର୍ଥରୁ ଏବେ ଏମାନଙ୍କ ବାର୍ଷିକ ଆୟ . ଲକ୍ଷ ଟଙ୍କାରେ ପହଂଚିପାରିଛି ଦିନେ ଯେଉଁ ମହିଳା ମାନେ ପରିବାର ଚାରିକାନ୍ଥ ଚୌହଦୀ ମଧ୍ୟରେ ନିଜକୁ ଆବଦ୍ଧ କରି ରଖୁଥିଲେ ସେମାନେ ଏବେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହୋଇପାରିଛନ୍ତି

 

23/09/2019

Leave a Reply

Your email address will not be published. Required fields are marked *

Comments