Bikash Khabar
ଆଜି ପହିଲି ରଜ,ପାନ,ପିଠା ଓ ଦୋଳିକୁ ନେଇ ସବୁଠି ନୁଆଁ ଉତ୍ସାହ

ଆଜି ଓଡ଼ିଶାର ପୁରପଲ୍ଲୀରେ ପାଳିତ ହେଉଛି ରଜପର୍ବ ମାଟିର ପର୍ବ ରଜ କୁ ନେଇ ଚଳଚଂଚଳ ହୋଇଛି ଗାଁ ଠାରୁ ରାଜଧାନୀ ତିନିଦିନିଆ ଏହି ଗଣପର୍ବ ଉପକୂଳ ଓଡ଼ିଶାରେ ଯେଭଳି ଜାକଜମକରେ ପାଳନ କରାଯାଏ ଉତ୍ତର ଓଡିଶା ବିଶେଷ କରି ବାଲେଶ୍ୱର,ମୟୁରଭଞ୍ଜ କେନ୍ଦୁଝର ଜିଲ୍ଲାରେ ବି ସେମିତି ପୁରା ଗାଁ  ଏକାଠି ହୋଇ ଏହି ପର୍ବ ମନାନ୍ତି  ରାଜଧାନୀ ଭୁବନେଶ୍ୱର,କଟକ ସହର ପୁରୀ  ରେ ମଧ୍ୟ ନିଆରା ଢଙ୍ଗରେ ପାଳିତ ହୁଏ ରଜ ରାଜଧାନୀରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରଜ ପର୍ବ ପାଳନ କରାଯାଇଥାଏ  ପାନ୍ଥ ନିବାସଠୁ ଆରମ୍ଭ କରି ରବୀନ୍ଦ୍ର ମଣ୍ତପ, ପ୍ରଦର୍ଶନୀ ପଡ଼ିଆ, ବିଭିନ୍ନ ମଲ୍, ବସ୍ତି, ବରମୁଣ୍ତାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡ଼ିଆ, ବଡ଼ଗଡ଼ ବ୍ରିଟ୍କଲୋନି ଥାନା ପାଖ ପଡ଼ିଆ ବିଶେଷ କରି ପାତ୍ର ପଡା ପଡିଆରେ ଦୋଳି ଖେଳିବା ପାଇଁ ଏହି ପର୍ବ ତିନିଦିନ ଭିଡ଼ ଦେଖିବାକୁ ମିଳିବ କବାଡ଼ି, ପୁଚି ଭଳି ପ୍ରତିଯୋଗିତାର ଆୟୋଜନ ରାଜଧାନୀବାସୀଙ୍କୁରଜ ମନସ୍କ କରାଇଦେବ ଓଡ଼ିଶାର ଗାଁଗଣ୍ଡାରେ ରଜ ମହକ କୁ ବିଶେଷ ଭାବେ ଅନୁଭବ କରାଯାଇଥାଏ

14/06/2019

Leave a Reply

Your email address will not be published. Required fields are marked *

Comments