Bikash Khabar
ଗୋଟିଏ ପରିବାର ର ତିନି ଭଉଣୀ ପାଇଲେ ରାଜସ୍ଥାନ ପ୍ରଶାସନିକ ସେବା

ତିନି ବର୍ଷ ତଳେ ଅସମୟରେ ନିଜ ପିତାଙ୍କ ମୃତ୍ୟୁ ସେମାନଙ୍କ ପରିବାର ଉପରେ ଦୁଃଖର ପାହାଡ଼ ଲଦି ଦେଇଥିଲା ରାଜସ୍ଥାନ ଜୟପୁର ସାରଙ୍ଗ ଗାଁର ତିନି ଭଉଣୀ କମଳା ଚୌଧୁରୀ,ଗୀତାଏବଂ ମମତା ଦୁଃଖ,ଶୋକ, ଅଭାବ ବୋଧ ଭିତରେ ଶ୍ରମ ସଂଘର୍ଷ କରି ଏକାବେଳକେ ରାଜସ୍ଥାନ ପ୍ରଶାସନିକ ସେବାପାଇଁ ମନୋନୀତ ହୋଇ ପରିବାର ଦୁଃଖ ଦରିଦ୍ରତାକୁ ସୁଖ ସମ୍ପଦରେ ବଦଳାଇ ଦେଇଛନ୍ତି ଆଜି ସେହି ତିନି ଭଉଣୀ କେବଳ ରାଜସ୍ଥାନ ନୁହଁ ବରଂ ସାରା ଦେଶ ପାଇଁ ଉଦାହରଣ ପାଲଟିଛନ୍ତି ରାଜସ୍ଥାନ୍ର ଛୋଟ ଏକ ଗାଁ ସାରଙ୍ଗ ହଠାତ ଲୋକପ୍ରିୟ ହୋଇଯାଇଥିଲା।ଗୋଟିଏ ପରିବାର ତିନି ଭଉଣୀ ଏକାବେଳକେ ରାଜସ୍ଥାନ ପ୍ରଶାସନିକ ସେବା ପରୀକ୍ଷାରେ ସଫଳତା ପାଇଥିବା ଖବର ପ୍ରଚାର ପରେ ଗାଁକୁ ଛୁଟିଥିଲା ଜନତା ଙ୍କ ସୁଅ ସାରା ରାଜ୍ୟର ଦୃଷ୍ଟି ଏହି ଗାଁ ଉପରେ ନିବିଦ୍ଧ ଥିଲା ଏହି ତିନି ଭଉଣୀ ଙ୍କ ପିତା ଗୋପାଳ ପୁନିଆ ଲମ୍ବାସମୟ ଶେଯରେ ପଡି ମୃତ୍ୟୁବରଣ କରିବାପରେ ପରିବାର ଭାର ନିରକ୍ଷରା ମା ମୀରାଦେବୀ ଙ୍କ ଉପରେ ପଡିଲା  ମୀରା ଦେବୀ ଜାଣି ଥିଲେ ଯେ ତାଙ୍କ ଝିଅ ମାନେ କେଉଁ ଶ୍ରେଣୀରେ କେଉଁ ବିଶ୍ୱ ନେଇ ପଢୁଛନ୍ତି  କିନ୍ତୁ ସେ ଏତିକି ଜାଣିଥିଲେ ଯେ ପିଲାମାନଂକ ପାଠ ପଢିବା ପାଇଁ ତାଙ୍କୁ ଅଧିକ ମେହନତୀ କରିବାକୁ ପଡିବ ମୀରାଦେବୀଙ୍କ କଠିନ ପରିଶ୍ରମ ତିନି ଭଉଣୀଙ୍କ ମନରେ ନୁଆଁ ସଂକଳ୍ପନା ସୃଷ୍ଟିକଲା ସେମାନେ ମନ ଦେଇ ପଢିଲେ ମା ପାଇଁ ଏଭଳି ସଫଳତା ସାଉଁଟି ଆଣିଲେ  ଯେଉଁ ମାନେ କନ୍ୟା ସନ୍ତାନ ଙ୍କୁ ଅଦରକାରୀ ଭାବୁଛନ୍ତି ସେମାନଙ୍କ ପାଇଁ ଏହି ତିନି ଭଉଣୀ ପ୍ରେରଣାଦାୟୀ ନିଶ୍ଚିତ ବୋଲି ଗ୍ରାମବାସୀ କହିଛନ୍ତି 

 

29/06/2019

Leave a Reply

Your email address will not be published. Required fields are marked *

Comments