Bikash Khabar
ଆଜି ବିଶ୍ୱ ମାତୃ ଦିବସ ,ସାରା ଜଗତ ମନେପକାଉଛି ମା ମାନଙ୍କୁ

ମା ଶବ୍ଦ ଉଚ୍ଚାରଣ ମାତ୍ରକେ ମନ ପ୍ରାଣରେ ଏକ ନୂଆ ପୁଲକ ଶିହରଣ ଖେଳିଯାଏ ମା ଶବ୍ଦ ଛୋଟ ହୋଇପାରେ କିନ୍ତୁ ତାର ଭାବ ବ୍ୟାପକ। ୧୦ ମାସ ୧୦ ଦିନ ନିଜ ଗର୍ଭରେ ସ୍ଥାନ ଦେଇ ସେ  ଆଉ ଏକ ଜୀବନକୁ ସଂସାରକୁ ଆଣେ  ସନ୍ତାନର ଅଳି ଅଝଟକୁ ପୁରଣ କରେ ଆଜି ହେଉଛି ସେହି ମା ଦିନ ନିଜ ସନ୍ତାନ ହସ ଅଶ୍ରୁ ଯାହାର ସୁଖ ଦୁଃଖ ସିଏ ହେଉଛି ମା ନିଜ ଛୁଆର ଓଠରେ ଟିକେ ହସ ଦେଖିବାକୁ ଜୀବନର ସବୁ ଦୁଃଖ କଷଣକୁ ମଥା ପାତି ଯେ ସହିଯିବାର ସ୍ପର୍ଦ୍ଧା ରଖେ ସେ ହେଉଛି ମା ଭୋକ ଲାଗିବା ଆଗରୁକେବଳ ମା ହିଁ  ପେଟ ଚିହ୍ନି ଖାଇବା ବାଢ଼ିଦିଏ ସନ୍ତାନର  ସ୍ୱାସ୍ଥ୍ୟ ଖରାପ ହେଲେ ସାରା ରାତି ଚେଇଁ ରହେ। ସେଇଥି ପାଇଁ ସେ ମା ମାମାନଙ୍କ ପ୍ରତି ସନ୍ତାନ ମାନଙ୍କ ଥିବା ଭଲପାଇବା ପରଖିବା ଲାଗି ସ୍ବତନ୍ତ୍ର ଦିନଟିଏ। ଏହିଦିନରେ କିଏ ମାଙ୍କ ପାଇଁ ମନଲାଖି ଉପହାର ଆଣୁଥିବା ବେଳେ ଆଉ କିଏ ମାଙ୍କୁ  ବିଭିନ୍ନ ସ୍ଥାନ ବୁଲାଇବାକୁ ନେଇଥାନ୍ତି। ସନ୍ତାନମାନଙ୍କ ମତରେ ମା ତୁଳନା ନାହିଁ। ମା ମମତା ପାଖରେ ଦୁନିଆର ସବୁକିଛି ତୁଚ୍ଛ।  ମାନିଜେ କଷ୍ଟ ସହି ତା ସନ୍ତାନ ମୁହଁରେ ହସ ଫୁଟାଇବା ପାଇଁ ଦିନ ରାତି ଏକ କରିଦିଏ। ଆଉ ସନ୍ତାନ ଯେତେବେଳେ ମାମୁହଁରେ ହସ ଫୁଟାଇବା ପାଇଁ ସକ୍ଷମ ହୁଏ ସେତେବେଳେ ମା ସବୁ କଷ୍ଟ ଲାଘବ ହୋଇଥାଏ।  

୧୯୧୪ ମସିହାରେ ରାଷ୍ଟ୍ରପତି ଉଡ୍ର ଓ୍ଵିଲ୍ସନ୍ ଏହି ସେବାକାରିଣୀ ମାଆଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ପ୍ରତିବର୍ଷ ମେ ମାସର ଦ୍ୱିତୀୟ ରବିବାରକୁ ମାତୃ ଦିବସରୂପେ ପାଳନ ପାଇଁ ଘୋଷଣା କରିଥିଲେ। ପରେ ତାହା ଆମେରିକୀୟମାନଙ୍କ ଲାଗି ଏକ ଜାତୀୟ ଦିବସର ମାନ୍ୟତା ପାଇଥିଲା। ବିଶ୍ୱର ଏକାଧିକ ରାଷ୍ଟ୍ରରେ ଏହି ଦିବସ ପାଳନ ହେଉଥିବାବେଳେ ଆମ ଦେଶରେ ମଧ୍ୟ ମେ ମାସ ଦ୍ୱିତୀୟ ରବିବାରକୁ ମାତୃ ଦିବସ ଭାବେ ପାଳନ କରାଯାଉଛି। ଜନ୍ମଦାତ୍ରୀ ମାଆଶବ୍ଦର ତୁଳନା ନାହିଁ କି ବିକଳ୍ପ ନାହିଁ। ଶିଶୁଟିଏ ଜନ୍ମ ହେବା ମାତ୍ରେ ପ୍ରଥମେ ସେ ମାଆଶବ୍ଦ ହିଁ ଉଚ୍ଚାରଣ କରିଥାଏ। ମାଆ କୋଳ ତାପାଇଁ ସବୁଠାରୁ ନିରାପଦ ଆଶ୍ରୟସ୍ଥଳୀ। କଷ୍ଟ ସହି ନିଜ ଶିଶୁ ପାଇଁ ସୁଖ ଦେବାରେ ମଧ୍ୟ ମାଆର ଆନନ୍ଦ ଅତୁଳନୀୟ। ଆଜି ଦୁନିଆର ସବୁ ମାଆ ପାଇଁ ଶ୍ରଦ୍ଧା ସମ୍ମାନର ଦିନଟିଏ।

12/05/2019

Leave a Reply

Your email address will not be published. Required fields are marked *

Comments