Bikash Khabar
ଆଜି ବିଶ୍ୱ ଯୁବ ଦିବସ,ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ଓ ୧୫ ଲକ୍ଷ ଯୁବକଙ୍କ ମୋବାଇଲକୁ ପଠାଯିବ ସଚେତନତା ବାର୍ତା

ଓଡ଼ିଶା ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତି (ଓସାକ୍ସ) ପକ୍ଷରୁ ବିଭିନ୍ନ ସଂଗଠନ ଗୁଡିକ ସହଯୋଗ କ୍ରମେ  ଆଜି  ବିଶ୍ୱ ଯୁବ ଦିବସ  ନିଆରା ଢଙ୍ଗରେ ପାଳନ କରାଯାଉଛି ଏସବିଆଇ ସହଯୋଗରେ ବାଲୁକା କଳା ଜରିଆରେ ସଚେତନତାର ବାର୍ତା ପ୍ରଦାନ କରାଯିବାକୁ ଥିବା ବେଳେ ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ୧୫ ଲକ୍ଷ ଲୋକଙ୍କ ମୋବାଇଲକୁ ସଚେତନା ବାର୍ତା , ୟୁଟ୍ୟୁବ ଲାଇଭ୍ ଫୋନ ଇନ୍ କାର୍ଯ୍ୟକ୍ରମରେ ରାଜ୍ୟର ୩୦ଟି ଜିଲ୍ଲାର ବିଭିନ୍ନ କଲେଜର ଛାତ୍ରଛାତ୍ରୀମାନଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏଚଆଇଭି ସମ୍ପର୍କିତ କୁଇଜ  କାର୍ଯ୍ୟକ୍ରମ ରହିଛି ଅନେକ ସ୍ଥାନରୁ ଗୋଟିଏ ଫୋନରେ ବିଶେଷଜ୍ଞଙ୍କ ଦ୍ୱାରା ପ୍ରଶ୍ନର ଉତର (ମଲ୍ଟି ଲୋକେସନ ଅଡିଓ କନଫରେନ୍ସ), ସ୍ୱାସ୍ଥ୍ୟ ଶିବିର ଆଦିର ଆୟୋଜନ କରାଯିବ ସେହିଭଳି ଜିଲ୍ଲା ସ୍ତରରେ ପଦଯାତ୍ରା, ସାଧାରଣ ସଭା ଏବଂ ପିଲାମାନଙ୍କ ମଧ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ ଏହି ଅବସରରେ କଲେଜରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏଚ୍ଆଇଭି/ଏଡ୍ସ ନିରାକରଣ ସମ୍ପର୍କିତ ପ୍ରତିଯୋଗିତା, ରେଡ ରିବନ କ୍ଲବର ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ତୃତା, ତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା କରାଯାଇ ଏଚଆଇଭି ସଚେତନତାର ବାର୍ତା ପହଂଚାଯିବାର କାର୍ଯ୍ୟକ୍ରମ ରହିଛି ରାଜ୍ୟର ବିଭିନ୍ନ କଲେଜରୁ ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ

12/08/2019

Leave a Reply

Your email address will not be published. Required fields are marked *

Comments