Bikash Khabar
ଆଜି ସାରା ଦେଶ ପାଳନ କରୁଛି କାର୍ଗିଲ ବିଜୟ ଦିବସ,ବୀର ସହିଦ ଙ୍କ ପ୍ରତି ଜଣାଉଛି ଶ୍ରଦ୍ଧାଞ୍ଜଳି

ଶୁକ୍ରବାର  ସାରା ଦେଶରେ ପାଳିତ ହେଉଛି କାର୍ଗିଲ୍ଦିବସ ୨୦ ବର୍ଷ ତଳେ ଆଜିର ଦିନରେ ଭାରତୀୟ ସେନାର ସାହସ,ତ୍ୟାଗ,ବଳିଦାନ ଦେଶପାଇଁ ସମର୍ପିତ ମନୋଭାବ ଆଗରେ ହାର ମାନିଥିଲା ପାକିସ୍ଥାନ ଯୁଦ୍ଧର ବିଂଶତିତମ ବାର୍ଷିକୀ ଅବସରରେ ଆଜି ସମଗ୍ର ଦେଶରେ ଅନେକ ଉତ୍ସବର ଆୟୋଜନ କରାଯାଉଛି। କାର୍ଗିଲ୍ଜିଲ୍ଲାର ଡ୍ରାସ୍ଠାରେ ଆୟୋଜନ କରାଯାଇଥିବା ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ରାଜ୍ୟପାଳ ସତ୍ୟପାଲ ମଲିକ, ସେନାମୁଖ୍ୟ ଜେନେରାଲ୍ବିପିନ ରାଓ୍ଵତ୍, ବାୟୁସେନା ମୁଖ୍ୟ ବୀରେନ୍ଦର ସିଂହ ଧାନ୍ଓ୍ଵା, ନୌସେନା ମୁଖ୍ୟ କରମବୀର ସିଂହ ରାଷ୍ଟ୍ରପତିଙ୍କୁ ସେଠାରେ ସ୍ୱାଗତ କରିବେ।ଜୁଲାଇ ୧୪ ତାରିଖ ଦିନ ଦିଲ୍ଲୀର ଜାତୀୟ ଯୁଦ୍ଧ ସ୍ମାରକୀରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ପ୍ରଜ୍ଜ୍ୱଳିତ କରିଥିବା ବିଜୟ ଶିଖାକୁ ସେନାମୁଖ୍ୟ ଶୁକ୍ରବାର ଦିନ ଡ୍ରାସ୍ରେ ଗ୍ରହଣ କରିବେ। ଏହାକୁ କାର୍ଗିଲ୍ଯୁଦ୍ଧ ସ୍ମାରକୀ ଠାରେ ଥିବା ଚିରନ୍ତନ ଶିଖାରେ ମିଶାଇ ଦିଆଯିବ।କଶ୍ମୀରର କାର୍ଗିଲ୍ଜିଲ୍ଲାରେ ୧୯୯୯ ମସିହା ମେ ତାରିଖ ଏବଂ ଜୁଲାଇ ୨୬ ତାରିଖ ମଧ୍ୟରେ ହୋଇଥିବା କାର୍ଗିଲ୍ଯୁଦ୍ଧ ହେଉଛି ଭାରତ  ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧଗୁଡ଼ିକ ମଧ୍ୟରେ ଅନ୍ୟତମ ପ୍ରମୁଖ ଯୁଦ୍ଧ। କାର୍ଗିଲ୍ଯୁଦ୍ଧକୁ ଅପରେସନ୍ବିଜୟ ମଧ୍ୟ କୁହାଯାଏ ୧୯୯୯ ମସିହା ଜୁଲାଇ ୨୬ ତାରିଖ ଠାରୁ ଭାରତରେ ପ୍ରତି ବର୍ଷ ଅପରେସନ୍ବିଜୟ ପାଳନ କରାଯାଉଛି। ୬୦ ଦିନ ବ୍ୟାପୀ ହୋଇଥିବା ଏହି ଯୁଦ୍ଧରେ ଉଭୟ ପକ୍ଷରୁ ଅନେକ ଯବାନ ପ୍ରାଣ ହରାଇଥିଲେ। କାର୍ଗିଲ୍ଯୁଦ୍ଧରେ ଦେଶ ପାଇଁ ସହିଦ ହୋଇଥିବା ୫୨୭ ଜଣ ଭାରତୀୟ ବୀର ଯବାନମାନଙ୍କ ସ୍ମରଣାର୍ଥେ ଜୁଲାଇ ୨୬ ତାରିଖ ଦିନ ଅପରେସନ୍ବିଜୟ ଦିବସ ପାଳନ କରାଯାଉଛି।

26/07/2019

Leave a Reply

Your email address will not be published. Required fields are marked *

Comments