Bikash Khabar
ଆଜି ରସଗୋଲା ଦିବସ,ବେଳାଭୂମିରେ ପଦ୍ମଶ୍ରୀ ଶିଳ୍ପୀ ସୁଦର୍ଶନ ଙ୍କ ବାଲୁକା କଳା

ଶ୍ରୀମନ୍ଦିର ସାମ୍ନାରେ ଲାଗିଛି ତିନିରଥ ସୁନାବେଶ ଗତକାଲିର ଅଧର ପଣା ପରେ ଆଜି ହେବ ନୀଳାଦ୍ରି ବିଜେ। ପ୍ରଭୁ ଚକାନୟନ ନବଦିନ ବ୍ୟାପି ଯାତ୍ରାରେ ନିଜ ଜନ୍ମବେଦୀକୁ ଯାଇଥିଲେ। ପତ୍ନୀ ଲକ୍ଷ୍ମୀ ସାଆନ୍ତାଣୀ ଙ୍କୁ ନେଇ ଭାଇ ଭଉଣୀଙ୍କ ସହିତ ଯାତ୍ରା କରିଥିବାରୁ ବଡ଼ଠାକୁର ମା ଲକ୍ଷ୍ମୀ ଙ୍କ ରୋଷର ଶିକାର ହୋଇଥିଲେ ଏବେ ଶ୍ରୀମନ୍ଦିର କୁ ଫେରୁଥିବା ବେଳେ ଜଗତର ନାଥ ଜଗନ୍ନାଥ ମା ଲକ୍ଷ୍ମୀଙ୍କ ମାନଭଞ୍ଜନ ପାଇଁ ସୁଆଦିଆ ରସଗୋଲା ନେଇ ଆସିଛନ୍ତି ଯାତ୍ରାରୁ ଘରକୁ ଫେରୁଥିବାବେଳେ ଓଡ଼ିଆ ଘର ପରମ୍ପରା କିଛି ସ୍ୱାଦିଷ୍ଟ ଦ୍ରବ୍ୟ ନେଇ ଆସିବା ବିଧି କୁ କ୍ଷେତ୍ର ରେ ପାଳନ କରାଯାଇଛି  ଜୟବିଜୟ ଦ୍ୱାରରେ ମହାଲକ୍ଷ୍ମୀଙ୍କ କ୍ରୋଧ ଭାଂଗିବାପାଇଁ ଶ୍ରୀଜଗନ୍ନାଥଙ୍କ ପକ୍ଷରୁ ରସଗୋଲା ଲାଗି କରାଯିବ ପରମ୍ପରା ଦ୍ୱାଦଶ ଶତାବ୍ଦୀରୁ ପ୍ରଚଳିତ ହୋଇଆସୁଛି  ଓଡ଼ିଆଙ୍କ ସବୁଠୁ ସ୍ୱାଦିଷ୍ଟ ଏହି ବ୍ୟଞ୍ଜନ ପାଇଁ ପଡୋଶୀ ପଶ୍ଚିମବଙ୍ଗ କିନ୍ତୁ ବାଜି ମାରି ନେଇଛି  ଓଡ଼ିଆଙ୍କ ନୁହଁ ବଙ୍ଗାଳି ମାନେ ରସଗୋଲା ଉଦ୍ଭାବକ ବୋଲି ସୂଚିତ କରାଇ ଜିଓଗ୍ରାଫିକାଲ ଇଂଡିକେଶନ ଟ୍ୟାଗରେ  ଏହି ମିଠାକୁ ସୂଚିତ କରାଇନେଇଛନ୍ତି  ସେ ଯାହା ହେଉ ଆଜି ନୀଳାଦ୍ରି ବିଜେ ରେ ପାଳିତ ହେଉଛି ରସଗୋଲା ଦିବସ  ଅବସରରେ ବିଶିଷ୍ଟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ଜରିଆରେ ଏହି ଦିବସର ତାତ୍ପର୍ଯ୍ୟକୁ ମନେ ପକାଇଦେଇଛନ୍ତି  

15/07/2019

Leave a Reply

Your email address will not be published. Required fields are marked *

Comments