Bikash Khabar
ଆଜି ଚନ୍ଦ୍ରଗ୍ରହଣ,ଅପରାହ୍ନ ୪.୩୨ ରୁ ପାକତ୍ୟାଗ

ଆଜି ମଙ୍ଗଳବାର ଆଷାଢ଼ ମାସ ପୁର୍ଣିମା ତିଥି ଆଜି ଭାରତ ବିଭିନ୍ନ ଭାଗରେ କେତୁଗ୍ରସ୍ତ ଖଣ୍ଦଗ୍ରାସ ଚନ୍ଦ୍ର ଗ୍ରହଣ ଦୃଶ୍ୟମାନ ହେବ   ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ପୁରୀକୁ ଭାରତୀୟ ସମୟ ଅନୁସାରେ- ରାତ୍ରି ୦୧ା୩୨ରେ ଗ୍ରହଣ ସ୍ପର୍ଶ, ରାତ୍ରି ୦୩ା୦୧ରେ ଗ୍ରହଣ ମଧ୍ୟ ଏବଂ ରାତ୍ରି ୦୪ା୩୦ରେ ସର୍ବମୋକ୍ଷ ହେବ ଗ୍ରହଣ ସ୍ପର୍ଶର ଘଣ୍ଟା ପୂର୍ବରୁ ଅର୍ଥାତ୍ଅପରାହ୍ନ ୦୪ା୩୨ରୁ ପାକତ୍ୟାଗ ଦେବନୀତି ନିଷେଧ ତେବେ ବାଳକ, ବୃଦ୍ଧ, ରୋଗୀ ଆତୁର ବ୍ୟକ୍ତିମାନଙ୍କ ପକ୍ଷେ ନିୟମ ଲଂଘନୀୟ। ସର୍ବମୋକ୍ଷ ପରେ ସ୍ନାନପୂର୍ବକ ଦେବନୀତି ଅନ୍ନଭୋଜନ କରାଯାଇପାରିବ। ବିଶେଷତଃ ଚତୁର୍ଥପ୍ରହରରେ ସର୍ବମୋକ୍ଷ ହେଉଥିବାରୁ ସୂର୍ଯ୍ୟୋଦୟ ପୂର୍ବରୁ ବା ପରେ ଠାକୁରମାନଙ୍କର ମହାସ୍ନାନ ଦେବନୀତି ଏବଂ ପରଦିନ ପାକ କାର୍ଯ୍ୟାଦି କରିବା ବିଧିସଙ୍ଗତ। ଗ୍ରହଣଦିନଠାରୁ ସାତଦିନ ପର୍ଯ୍ୟନ୍ତ ଦୂରଯାତ୍ରା, ଦିନ ପର୍ଯ୍ୟନ୍ତ ବିବାହ ଦିନ ପର୍ଯ୍ୟନ୍ତ ବ୍ରତୋପନୟନ ନିଷେଧ।

16/07/2019

Leave a Reply

Your email address will not be published. Required fields are marked *

Comments