Bikash Khabar
ଆଜି ବିଶ୍ୱ ରକ୍ତଦାନ ଦିବସ,ରକ୍ତଦାତା ମାନଙ୍କୁ କୃତଜ୍ଞତା ଜଣାଇବାର ଦିନଟିଏ

ଆଜି ସାରା ବିଶ୍ୱରେ ପାଳିତ ହେଉଛି  ବିଶ୍ୱ ରକ୍ତଦାତା ଦିବସ ୨୦୦୪ ମସିହା ଠାରୁ ପ୍ରତିବର୍ଷ ଜୁନ ୧୪ କୁ ବିଶ୍ୱ ରକ୍ତଦାତା ଦିବସ ଭାବେ ପାଳନ କରାହୋଇ ଆସୁଛି ନିରାପଦ ରକ୍ତ ବିଭିନ୍ନ ରକ୍ତ ଉତ୍ପାଦର ଆବଶ୍ୟକତା ପୁରାଣ କ୍ଷେତ୍ରରେ ରକ୍ତଦାତା ମାନଙ୍କ ଅବଦାନ ବାବଦରେ ସଚେତନତା ସୃଷ୍ଟିକରିବା ଏବଂ ସେମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ ପାଇଁ ଏହି ଦିନଟି ପାଳନ କରାଯାଉଛି ନୋବେଲ ବିଜେତା କାର୍ଲ ଲାଣ୍ଡ ସ୍ଟେନର ବି ବ୍ଲଡ଼ ଗ୍ରୁପ ସିଷ୍ଟମ କୁ ଚିହ୍ନଟ କରିଥିଲେ। ତାଙ୍କ ଜନ୍ମ ଦିନରେ ଏହି ଦିନଟିକୁ ପାଳନ କରାଯାଉଛି ୬୦ ଟି ଦେଶରେ ସ୍ବେଛାକୃତ ରକ୍ତଦାତାଙ୍କରକ୍ତ ବ୍ୟବହୃତ ହେଉଥିବା ବେଳେ ୭୩ ଟି ଦେଶରେ ଏବେବି ସମ୍ପର୍କୀୟ ତଥା କିଣା ରକ୍ତ ଉପରେ ନିର୍ଭର କରାଯାଉଛି ୨୦୨୦ ସୁଦ୍ଧା ସାରା ବିଶ୍ୱରେ ସ୍ବେଛାକୃତ ରକ୍ତଦାତାଙ୍କ ମାଧ୍ୟମରେ ରକ୍ତ ସଂଗ୍ରହ କରିବାର ଲକ୍ଷ ରହିଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ରକ୍ତର ବିକଳ୍ପ ନାହିଁ କଳକାରଖାନାରେ ତିଆରି ହୋଇପାରିବନି ରକ୍ତ ସ୍ବେଛାକୃତ ରକ୍ତଦାତା ମାନଙ୍କ ସଂଖ୍ୟା ବୃଦ୍ଧି କରାଯିବା ସାଙ୍ଗକୁ ରକ୍ତଦାନ ଶିବିର ଗୁଡିକୁ ଗ୍ରାମାଭିମୁଖୀ କରାଇବାକୁ ପଡିବ

14/06/2019

Leave a Reply

Your email address will not be published. Required fields are marked *

Comments