Bikash Khabar
ଆଜି ବିଶ୍ୱ ଖାଦ୍ୟ ନିରାପଦ ଦିବସ:ଏବେବି ବିଷାକ୍ତ ଖାଦ୍ୟ ଖାଇ ଭାରତରେ ବର୍ଷକୁ ଯାଉଛି ୧୫ଲକ୍ଷ ଜୀବନ

ପୁଷ୍ଟିକର ଖାଦ୍ୟ ଚିରନ୍ତନ ବିକାଶ କୁ ଆଗକୁ ନେଇଥାଏ ସନ୍ତୁଳିତ ପୁଷ୍ଟିକର ଖାଦ୍ୟ ଅଭାବରୁ ରୋଗଗ୍ରସ୍ତ ହେଲେ ଶ୍ରମଦିବସ ନଷ୍ଟହୁଏ ଏବଂ ବିକାଶ ଉପରେ ପ୍ରତ୍ୟକ୍ଷ ପ୍ରଭାବ ପଡିଥାଏ ସମସ୍ତଙ୍କୁ ଆବଶ୍ୟକୀୟ ପୁଷ୍ଟି ସନ୍ତୁଳିତ ଖାଦ୍ୟ ଏବେ ବି ଦୂର ସ୍ବପ୍ନ ହୋଇ ରହିଛି ଖାଦ୍ୟ ଅଭାବ ରେ ଅନେକ ଲୋକ ଅଖାଦ୍ୟ ଭୋଜନ କରି ମର୍ତ୍ୟୁ ମୁଖରେ ପଡ଼ିଥାନ୍ତି  ମରୁଡି ପ୍ରପୀଡ଼ିତ ପଶ୍ଚିମ ଓଡ଼ିଶାର କେତେକ ଅଂଚଳ ସମେତ ଦକ୍ଷିଣ କାଶୀପୁର ରେ ସ୍ଥାନୀୟ ବାସିନ୍ଦା ଅନେକ ସମୟରେ ଆମ୍ବ କୋଇଲି ଖାଇ ମୃତ୍ୟୁ ମୁଖରେ ପଡୁଥିବା ଜଣାଯାଏ  ଆମ୍ବ କୋଇଲି,ବିଷାକ୍ତ ଛତୁ,ଜଙ୍ଗଲୀ କନ୍ଦା,ଶୁଖିଲା ମାଂସ,ବଣୁଆ ଫଳ,ସମେତ ସଢ଼ିଯାଇଥିବା ଖାଦ୍ୟ ଖାଇ ଆମ ଦେଶରେ  ବର୍ଷକୁ ୧୫ ଲକ୍ଷ ଲୋକଙ୍କ ଜୀବନ ଜୀବନ ଯାଉଥିବା ଜଣାଯାଇଛି। କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରାଳୟପକ୍ଷରୁ ସମ୍ପର୍କିତ ତଥ୍ୟ ପ୍ରକାଶ ପାଇଛି  ରିପୋର୍ଟ ଅନୁସାରେ ୨୦୦୮ ରୁ ୨୦୧୭ ମଧ୍ୟରେ ବିଷାକ୍ତ ଖାଦ୍ୟ ଜନିତ ମୃତ୍ୟୁସଂଖ୍ୟା ଦେଶରେ ବୃଦ୍ଧିପାଇଥିଲା। ନିମ୍ନମାନର  ଖାଦ୍ୟ ଗ୍ରହଣ କରୁଥିବା ଦେଶ ମାନଙ୍କ ମଧ୍ୟରେ  ଭାରତ ବିଶ୍ୱରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛି ପ୍ରଥମ ସ୍ଥାନରେ ଅଛି ଚାଇନା ଚାଇନା ରେ  ବର୍ଷକୁ ୩୧ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଥାଏ    ବିଷାକ୍ତ ଖାଦ୍ୟ ଯୋଗୁଁ ଆମ ଦେଶ ଉପରେ ଅତିରିକ୍ତ  ୧୭,,୧୦୦ କୋଟି ଟଙ୍କାର ବୋଝ ପଡୁଥିବା ଏହି ରିପୋର୍ଟ ଦର୍ଶାଇଛି  ବଳକା ଖାଦ୍ୟକୁ ଠିକ ରୂପେ ପରିଚାଳନା କରାନଯିବା କାରଣରୁ କ୍ଷୁଧା ସହିତ ସଢ଼ି ଯାଇଥିବା ଖାଦ୍ୟର ବିଷ ଭୋଜନକାରୀଙ୍କ ଜୀବନ ନେଉଛି  ବିଷାକ୍ତ ଖାଦ୍ୟରେ ୨୦୦ ପ୍ରକାର ରୋଗ ହେଉଥିବା ବିଶ୍ୱ ସ୍ୱାସ୍ଥ୍ୟସଙ୍ଗଠନ କହିଛି 

07/06/2019

Leave a Reply

Your email address will not be published. Required fields are marked *

Comments