Bikash Khabar
ଆଜି ଉପସ୍ଥାପିତ ହେବ କେନ୍ଦ୍ର ବଜେଟ

ନରେନ୍ଦ୍ର ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ୍ଶୁକ୍ରବାର ସଂସଦରେ ଆଗତହେବ। ଦେଶର ପ୍ରଥମ ପୂର୍ଣ୍ଣାଙ୍ଗ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ ୨୦୧୯-୨୦ ମସିହା ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବେ। ପୂର୍ବରୁ ମହଲା ଅର୍ଥମନ୍ତ୍ରୀ ଭାବେ ଏଭଳି ସୌଭାଗ୍ୟ ଇନ୍ଦିରା ଗାନ୍ଧୀଙ୍କ ନାଁରେ ଥିଲା ଚଳିତ ଥର ବିପୁଳ ଜନସମର୍ଥନ ପାଇ ନରେନ୍ଦ୍ର ମୋଦିଙ୍କ ସରକାର କ୍ଷମତାକୁ ଆସିଥିବାରୁ ସାଧାରଣ ଜନତାଙ୍କ ବଜେଟ ଉପରେ ଆଶା ଆକାଂକ୍ଷା ଅଧିକ ରହିଛି ନିଯୁକ୍ତି, ଚାହିଦା, ରପ୍ତାନି ଏବଂ ଉତ୍ପାଦକତା ବୃଦ୍ଧିର ମୂଳରେ ଅଧିକ ନିବେଶ ରହିଥିବାରୁ ଅର୍ଥମନ୍ତ୍ରୀ ନେଇ କିଛି ଠୋସ୍ ପଦକ୍ଷେପ ନେଇପାରନ୍ତି। ଭିତ୍ତିଭୂମି କ୍ଷେତ୍ରରେ ଭାରତର ବାର୍ଷିକ ନିବେଶ ୨୦୦ ବିଲିଅନ ଡଲାରକୁ ବୃଦ୍ଧିର ଆବଶ୍ୟକତା ରହିଛି ତେବେ କ୍ଷେତ୍ରରେ ପ୍ରମୁଖ ଆହ୍ବାନ ହେଲାଘରୋଇ ନିବେଶକୁ ଆକୃଷ୍ଟ କରିବା। ତେଣୁ ଅର୍ଥମନ୍ତ୍ରୀ ଘରୋଇ ଏବଂ ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ଭଳି କିଛି ପଦକ୍ଷେପ ବଜେଟରେ ଘୋଷଣା କରିପାରନ୍ତି ଗ୍ରାମୀଣ ଅର୍ଥନୀତିକୁ ସୁଧାରିବା ପାଇଁ ଅର୍ଥମନ୍ତ୍ରୀ ଉଦ୍ୟମ କରିପାରନ୍ତି। ଏଥିପାଇଁ ସେ ବିଭିନ୍ନ ଗ୍ରାମୀଣ କୈନ୍ଦ୍ରିକ ଯୋଜନାରେ ଅଧିକ ବ୍ୟୟବରାଦ କରିପାରନ୍ତି ବିଶେଷଜ୍ଞଙ୍କ ପୂର୍ବାନୁମାନ ଅନୁଯାୟୀ, ବଜେଟ୍ରେ କୃଷି, ଏମ୍ଏସ୍ଏମ୍ ବା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ଜଳସମ୍ପଦ କ୍ଷେତ୍ରକୁ ସର୍ବାଧିକ ପ୍ରାଧାନ୍ୟ ମିଳିବ। ଉଦ୍ୟୋଗୀମାନଙ୍କୁ ବିନା ବନ୍ଧକରେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ, କୃଷକମାନଙ୍କୁ ବିନା ସୁଧରେ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ପ୍ରଦାନର ବ୍ୟବସ୍ଥା କରିପାରନ୍ତି। ସେହିଭଳି କୃଷକ ଏବଂ ବ୍ୟବସାୟୀମାନଙ୍କ ପାଇଁ ପେନସନ ଯୋଜନା ବାବଦରେ ବ୍ୟୟବରାଦ ମଧ୍ୟ କରିପାରନ୍ତି। ଗ୍ରାମାଞ୍ଚଳ ପରିବାର ଗୁଡ଼ିକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବାବଦରେ ବଜେଟରେ ପ୍ରାଧାନ୍ୟ ଦିଆଯାଇପାରେ। ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇ ଗୁଣ କରିବା ନିମନ୍ତେ ଲକ୍ଷ୍ୟ ରଖାଯାଇଥିବାରୁ କୃଷି କ୍ଷେତ୍ରର ସଂସ୍କାର ନେଇ ବଜେଟରେ କିଛି ଘୋଷଣା କରାଯାଇପାରେ।ବିମୁଦ୍ରୀକରଣ ଏବଂ ଜିଏସଟି ବା ସାମଗ୍ରୀ ସେବା ଟିକସକୁ ସରକାର କାର୍ଯ୍ୟକାରୀ କରିସାରିଥିବାରୁ ଏବେ ପ୍ରତ୍ୟକ୍ଷ ଟିକସକୋଡ୍ରେ ସଂସ୍କାର ସରକାରଙ୍କର ପରବର୍ତ୍ତୀ ଲକ୍ଷ୍ୟ। ତେଣୁ ଅର୍ଥମନ୍ତ୍ରୀ ବଜେଟରେ ନେଇ କିଛି ଘୋଷଣା କରିପାରନ୍ତି ବୋଲି ଆଶା କରାଯାଉଛି।ଆୟକର ସୀମା ଲକ୍ଷ ପର୍ଯ୍ୟନ୍ତ ହୋଇପାରେ ବୋଲି ଆକଳନ କରାଯାଉଛି

05/07/2019

Leave a Reply

Your email address will not be published. Required fields are marked *

Comments