Bikash Khabar
ପୂର୍ବ ଭାରତରେ ପ୍ରଥମ ପ୍ରକଳ୍ପ ,ଓଡିଶା ର ସମସ୍ତ ର୨୩୨ ଵେଳଷ୍ଟେସନ ରେ ଲାଗିବ ପୂର୍ଵନିର୍ମିତ ଶୌଚାଳୟ

 ଓଡ଼ିଶାର ସମସ୍ତ ୨୩୨ଟି ରେଳ ଷ୍ଟେସନରେ ପୂର୍ବନିର୍ମିତ ଶୌଚାଳୟ ଲାଗିବ। ଏଥିପାଇଁ ଖର୍ଚ ହେବ ୫୮.୦୭ କୋଟି ଟଙ୍କା। ବର୍ଷକ ଭିତରେ ଏହି ଧରଣର ଶୌଚାଳୟ ଲଗାଯିବା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ସମଗ୍ର ପୂର୍ବ ଭାରତରେ ଏଭଳି ପ୍ରକଳ୍ପ ପ୍ରଥମ। ଏହି ପ୍ରକଳ୍ପ ମାଧ୍ୟମରେ ରାଜ୍ୟର ସମସ୍ତ ରେଳ ଷ୍ଟେସନରେ ସ୍ୱଚ୍ଛ ଭାରତ ମିସନ୍କାର୍ଯ୍ୟକାରୀ ହୋଇପାରିବ।

 ପୂର୍ବତଟ ରେଳପଥ ସହିତ ରାଇଟ୍ସ ମହାନଦୀ କୋଲ୍ଫିଲ୍ଡ୍ସ(ଏମସିଏଲ୍‌) ମଧ୍ୟରେ ବୁଝାମଣା ପତ୍ର(ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଅନୁଯାୟୀ ପୂର୍ବନିର୍ମିତ ବା ପ୍ରି-ଫାବ୍ରିକେଟେଡ୍ଟଏଲେଟ୍‌ ‌ସଂଗ୍ରହ କରି ଯୋଗାଇଦେବ ରାଇଟ୍ ବା ରେଲ୍ଇଣ୍ଡିଆ ଟେକ୍ନିକାଲ୍ଆଣ୍ଡ ଇକୋନୋମିକ୍ସ ସର୍ଭିସ ନାମକ ଏକ ଗୁରୁଗାଓଁର ପରିବହନ ଭିତ୍ତିଭୂମି ସଂପର୍କିତ ପରାମର୍ଶଦାତା ସଂସ୍ଥା। ସମସ୍ତ ଶୌଚାଳୟ ପାଇଁ ଏମ୍ସିଏଲ୍ପ୍ରାୟ ୫୮.୦୭ କୋଟିର ଖର୍ଚ ବହନ କରିବ। ଏହି ଶୌଚାଳୟଗୁଡ଼ିକ ସ୍ଥାପନ ପରେ ରେଳବାଇ ଏହାକୁ ନିଜ ଅଧୀନକୁ ଆଣି ଏହାର ରକ୍ଷଣାବେକ୍ଷଣ ଯଥା: ସଫାଇ କାର୍ଯ୍ୟ, ଜଳ ଯୋଗାଣ, ବିଦ୍ୟୁତ୍ବନ୍ଦୋବସ୍ତ ଦାୟିତ୍ବ ତୁଲାଇବ।ପ୍ରସ୍ତାବିତ ୨୩୨ଟି ଶୌଚାଳୟ ମଧ୍ୟରୁ ପୂର୍ବତଟ ରେଳପଥ ଅଧୀନରେ ଓଡ଼ିଶାର ୧୭୨ଟି ଷ୍ଟେସନ, ଦକ୍ଷିଣ ପୂର୍ବ ରେଳପଥ ଅଧୀନରେ ୫୫ଟି ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ଅଧୀନରେ ୫ଟି ରେଳପଥ ଅନ୍ତର୍ଭୁକ୍ତ। ପ୍ରତିଟି ଶୌଚାଳୟ ବ୍ଲକ୍ରେ ୭ଟି ଶୌଚାଳୟ ରହିବ। ସେଥିମଧ୍ୟରୁ ପୁରୁଷଙ୍କ ପାଇଁ ୩ଟି ଶୌଚାଳୟ ସହିତ ୪ଟି ପରିଶ୍ରାଗାର, ମହିଳାଙ୍କ ପାଇଁ ୩ଟି ଦିବ୍ୟାଙ୍ଗଙ୍କ ପାଇଁ ଗୋଟିଏ ଉଦ୍ଦିଷ୍ଟ। ଏହା ସହିତ ଓଭରହେଡ୍ପାଣିଟାଙ୍କି, ୱାସ୍ବେସିନ ଏବଂ ବୈଦ୍ୟୁତିକ ସରଞ୍ଜାମ ଉପଲବ୍ଧ ହେବ। ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ଶୌଚାଳୟରେ ନାପ୍କିନ୍ଭେଣ୍ଡିଙ୍ଗ ମେସିନ ଇନ୍ସିନେରେଟର ଏବଂ ପୁରୁଷଙ୍କ ଶୌଚାଳୟରେ କଣ୍ଡମ ଭେଣ୍ଡିଙ୍ଗ ମେସିନ ରହିବ। ସମସ୍ତ ଶୌଚାଳୟ ରେଳ ଷ୍ଟେସନ ବାହାରେ ସ୍ଥାପନ କରାଯିବ। ଫଳରେ ରେଳ ଯାତ୍ରୀ, ସାଧାରଣ ଜନତା, ହକର, ଭେଣ୍ଡର, ଅଟୋ ରିକ୍ସା ଚାଳକ, କୁଲି, ରେଳବାଇ କର୍ମଚାରୀ ଏବଂ ଦିବ୍ୟାଙ୍ଗ ଲୋକେ ଉପକୃତ ହେବେ।

04/06/2019

Leave a Reply

Your email address will not be published. Required fields are marked *

Comments