Bikash Khabar
ଆସନ୍ତାକାଲି ପାକଶାଳା ବଗିଚା ଦିବସ,ପାକଶାଲା ରୁ ମିଳିଥାଏ ବହୁବିଧ ଲାଭ

ଅଗଷ୍ଟ ୨୪ ତାରିଖରେ ପାଳିତ ହେଉଛି କିଚେନଗାର୍ଡେନ ବା ପାକଶାଳା ଦିବସ ଘର ନିକଟରେ କରାଯାଇଥିବା ବଗିଚାକୁ ପାକଶାଳା ବଗିଚା କୁହାଯାଏ ଶାରୀରିକ ଶ୍ରମ କରି ଗଛ,ଲତା ଲଗାଇଲେ ଦେହ ମନ ଭଲରହେ। ତଟକା ଶାଗ,ଲଙ୍କା,ଆଦି ଖାଇବାକୁ ମିଳେ ଯାହା ପୁଷ୍ଟି ଆବଶ୍ୟକତା ପୂରଣକରେ। ଘର ନିକଟରେ ବଗିଚା ମାନସିକ ଚାପ ଅବସାଦ କୁ କମାଇ ଥାଏ ଏହାକୁ ଦୃଷ୍ଟିରେ ରଖି ବହୁ କାଳରୁ ପ୍ରତ୍ୟେକ ପରିବାର ନିଜ ଘର ନିକଟରେ ବଗିଚା କରିଆସିଛି ସମୟ ବଦଳିଛି ସତ କିନ୍ତୁ ବଦଳିନାହିଁ ମଣିଷର ଗଛ ସହିତ ମୁହୂର୍ତ ବିତିବାର ପରିକଳ୍ପନା ପାକଶାଳା ବଗିଚା କରୁଥିବା ଲୋକେ ସହରରେ ଏକାଠି ହୋଇ ଏହି ଦିବସ ପାଳନ କରିଥାନ୍ତି। ଭୁବନେଶ୍ୱର ବ୍ୟସ୍ତ ବହୁଳ ମଣିଷମାନେ ଏକାଠି ହୋଇ ଏଭଳି ଏକ ଦିବସ ରେ ବିଭିନ୍ନ କାର୍ଯ୍ୟକ୍ରମ ସହ ଯୋଡି ହୋଇଛନ୍ତି  କିଚେନ୍ଗାର୍ଡେନ୍ ଆସୋସିଏସନ୍ପକ୍ଷରୁ ବିଶ୍ବ କିଚେନ ଗାର୍ଡେନ ଦିବସସହିଦ ନଗରସ୍ଥିତ ରାଜ୍ୟ ଗୁଣବତ୍ତା ନିୟନ୍ତ୍ରଣ ପରୀକ୍ଷାଳୟ (‌ଷ୍ଟେଟ୍କ୍ବାଲିଟି କଣ୍ଟ୍ରୋଲ ଲ୍ୟାବ୍‌)ରେ ପାଳିତ ହେବ। ଏହି ଅବସରରେ ପ୍ରଦର୍ଶନୀ, ବିଭିନ୍ନ କାର୍ଯ୍ୟକଳାପ ବୈଷୟିକ ଅଧିବେଶନ ଜରିଆରେ ସହରିଆ ଗ୍ରାମୀଣ ଲୋକଙ୍କୁ କିଚେନ ଗାର୍ଡେନ ସମ୍ପର୍କରେ ସଚେତନ କରାଯିବ। ବହୁ ବିଶେଷଜ୍ଞ ଚାଷୀମାନେ ଏଠାରେ ଉପସ୍ଥିତ ରହି ସେମାନଙ୍କ ଜ୍ଞାନ ଅନୁଭୂତି ବଖାଣିବେ। ଏଥିରେ ମହିଳା, ପରିବାର ପୋଷଣ ସହରୀ କୃଷିଏବଂ ପ୍ରାକୃତିକ ସମ୍ବଳର ଅମଳ ଛାତ ଉପରେ ଚାଷସମ୍ପର୍କିତ ଦୁଇଟି ଆଲୋଚନାଚକ୍ର ଅନୁଷ୍ଠିତ ହେବ ବୋଲି ଆସୋସିଏସନ୍ ମ୍ୟାନେଜିଂ ଟ୍ରଷ୍ଟି  ସୂଚନା ଦେଇଛନ୍ତି।

24/08/2019

Leave a Reply

Your email address will not be published. Required fields are marked *

Comments