Bikash Khabar
ଉପୁଡି ପଡିଥିବା ଗଛକୁ ନ କାଟି ପୋତାଗଲା,ବାଣୀବିହାର ରେ ବଉଳଗଛ ପାଇଲା ନୁଆଁ ଜୀବନ

ଫୋନି ବାତ୍ୟାର ଫୁତ୍କାର ରେ ଟଳିପଡିଛି ଲକ୍ଷ ଲକ୍ଷ ଗଛ ଦିନ ରାତି ଏକା କରି ସେସବୁ କାଟି ରାସ୍ନା ସଫା କରାଇଛନ୍ତି ଓଡିଆରଏଫ ଏନଡିଆରଏଫ କର୍ମଚାରୀମାନେ ଟଳିପଡିଥିବା ଗଛକୁ କାଟିବା ଦୃଶ୍ୟ ବିଗତ ତାରିଖ ସଂଧ୍ୟାପରଠାରୁ ଦେଖିବାକୁ ମିଳୁଛି ହେଲେ ଏହାର ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଛି ଉତ୍କଳ ବିଶ୍ୱବିଦ୍ୟାଳୟ ବାଣୀବିହାର ପରିସରରେ ବାଣୀବିହାର ପରିସର ସବୁଜିମା କୁ ଧ୍ୱସ୍ତ କରିଦେଇଛି ଫୋନିବାତ୍ୟା କ୍ୟାମ୍ପସ ରେ ଥିବା ବ୍ୟାପକ ଗଛ ଧରାଶାୟୀ ହୋଇଛି କ୍ରମରେ ସେଣ୍ଟ୍ରାଲ କ୍ୟାଣ୍ଟିନ ନିକଟରେ ପଡିଥିବା ଏକ ବଉଳ ଗଛକୁ କାଟିବା ପାଇଁ    ଏନଡିଆରଏଫ କର୍ମଚାରୀମାନେ କଟରଓ ଅନ୍ୟାନ ସାମଗ୍ରୀ ମାନଧରି ପହଂଚିଥିଲେ ଗଛଟିକୁ କାଟିବା ପାଇଁ ପ୍ରୟାସ ଆରମ୍ଭ ହୋଇଥିବା ବେଳେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ କର୍ମଚାରୀମାନେ ଗଛଟିକୁ କାଟି ତାକୁ ପୁନଃ ରୋପଣ ପାଇଁ ପରାମର୍ଶ ଦେଇଥିଲେ   ମହାବାତ୍ୟା ସମୟରେ କ୍ୟାମ୍ପସରେଅନୁରୂପ ପଦକ୍ଷେପ ନିଆଯାଇଥିବା ସେମାନେ କହିବା ପରେଏନଡିଆରଏଫ ପକ୍ୱୟରୁ ଜେସିବି ମଗାଇଗଛଟିକୁ ଠିଆକରାଯିବାର ଉଦ୍ୟମ ଆରମ୍ଭ ହେଲା  ଯେତିକି ସମୟରେ ଗଛଟି କଟାଯାଇଥାନ୍ତା ସେତିକି ସମୟରେ ତାର ପୁନଃରାପନ ହୋଇଯାଇଥିଲା  ଏଭଳି ଉଦ୍ୟମରେ ବଉଳ ଗଛଟି ନୁଆଁ ଜୀବନ ପାଇଥିଲା 

16/05/2019

Leave a Reply

Your email address will not be published. Required fields are marked *

Comments