Bikash Khabar
ରାଜ୍ୟର ୬ଟି ଉପକୂଳ ଜିଲ୍ଲାର ୩୨୮ ଗାଁକୁ ‘ସୁନାମୀ ପ୍ରସ୍ତୁତ’ କରାଯିବ

 ଓଡ଼ିଶାରେ ଯେପରି ସୁନାମୀ ପ୍ରଭାବ ବିଶେଷ ପଡ଼ିବନି ସେନେଇ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓସ୍ଡମା) ଯୋଜନା ପ୍ରସ୍ତୁତ କରିଛି। ରାଜ୍ୟର ୬ଟି ଉପକୂଳ ଜିଲ୍ଲାର ୩୨୮ଟି ସୁନାମୀ ପ୍ରବଣ ଗ୍ରାମକୁ ସୁନାମୀ ପ୍ରସ୍ତୁତଗ୍ରାମରେ ପରିଣତ କରାଯିବ। ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ବସିଥିବା ଓସ୍ଡମା ପରିଚାଳନା ପରିଷଦ ବୈଠକରେ ଏନେଇ ନିଷ୍ପତ୍ତ ହୋଇଛି। ସୁନାମୀ ପ୍ରବଣ ଗ୍ରାମରେ ସୁନାମୀ ପ୍ରସ୍ତୁତି ବିଷୟରେ ସଚେତନତା, ସୂଚନା, ଶିକ୍ଷା ନିୟମିତ ଯୋଗାଯୋଗ କାର୍ଯ୍ୟକ୍ରମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି।

ଏଥିରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା କହିଥିଲେ ଯେ, ଗଞ୍ଜାମ ଜିଲ୍ଲାର ବକ୍ସିପାଲି ଜଗତସିଂହପୁର ଜିଲ୍ଲାର ଗଡ଼ହରିଶପୁର ଗ୍ରାମ ସୁନାମୀ ପ୍ରସ୍ତୁତଗ୍ରାମ ନିମନ୍ତେ ୟୁନିସେଫ୍ ନିର୍ଦ୍ଧାରିତ ୧୧ଟି ମାନକ ପୂରଣ କରିଛନ୍ତି। ଏହି ଦୁଇଟି ଗ୍ରାମ ଖୁବ୍ଶୀଘ୍ର ସୁନାମୀ ପ୍ରସ୍ତୁତ ଗ୍ରାମ ଭାବେ ୟୁନିସେଫର ସ୍ବୀକୃତି ଲାଭ କରିବେ ବୋଲି ଆଶା କରୁଛୁ। ଏହି ସ୍ବୀକୃତି ମିଳିଲେ ଭାରତ ମହାସାଗର ସହ ସଂଯୁକ୍ତ ପ୍ରାୟ ୬୫ଟି ଦେଶ ମଧ୍ୟରେ ଓଡ଼ିଶା ଏହି ମାନ୍ୟତା ପାଇବା କ୍ଷେତ୍ରରେ ପ୍ରଥମ ରାଜ୍ୟ ହେବ।ଏହି ଅବସରରେ ମୁଖ୍ୟ ଶାସନ ସଚିବ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧିତ ସଦ୍ୟତମ ତଥ୍ୟର ସମୀକ୍ଷା କରିବା ସହ ସମସ୍ତ ବହୁମୁଖୀ ଆଶ୍ରୟସ୍ଥଳର ମରାମତି ରକ୍ଷଣାବେକ୍ଷଣ ସୁନିଶ୍ଚିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ରାଜ୍ୟରେ ଏବେ ୮୭୯ଟି ବହୁମୁଖୀ ଆଶ୍ରୟସ୍ଥଳୀ ଥିବାବେଳେ ଏଥିରୁ ୫୦୩ଟି ବାତ୍ୟା ଆଶ୍ରୟସ୍ଥଳୀ, ୩୧୧ଟି ବନ୍ୟା ଆଶ୍ରୟସ୍ଥଳୀ ରାଜ୍ୟ ସରକାର ନିର୍ମାଣ କରିଥିବାବେଳେ ୬୫ଟି ବାତ୍ୟା ଆଶ୍ରୟସ୍ଥଳୀ ଭାରତୀୟ ରେଡକ୍ରସ ସୋସାଇଟି ଦ୍ବାରା ନିର୍ମାଣ କରାଯାଇଛି। ଏହି ସବୁର ମରାମତି କାର୍ଯ୍ୟ ଜୁନ୍ମାସ ସୁଦ୍ଧାେଶଷ କରିବାକୁ କୁହାଯାଇଛି। ସମସ୍ତ ଆଶ୍ରୟସ୍ଥଳୀରେ ବଜ୍ରପାତ ନିରୋଧ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରୁ ଜଣାପଡ଼ିଛି ଯେ, ଆମେରିକାର ଆର୍ଥ ନେଟୱାର୍କସସଂସ୍ଥା ସହ ସହଭାଗିତାରେ ରାଜ୍ୟର ୬ଟି ସ୍ଥାନରେ ବଜ୍ରପାତ ଘଡ଼ଘଡ଼ି ପୂର୍ବାନୁମାନ ଯନ୍ତ୍ର ସ୍ଥାପନ କରାଯାଇଛି। ଏହାଦ୍ବାରା ବଜ୍ରପାତର ୩୦ମିନିଟ ପୂର୍ବରୁ ବଜ୍ରପାତ ସମ୍ଭାବନା ଥିବା ଅଞ୍ଚଳର ଲୋକଙ୍କୁ ଏସ୍ଏମ୍ଏସ୍ମାଧ୍ୟମରେ ଆଗୁଆ ସୂଚନା ଦିଆଯାଇପାରୁଛି। ଏହି ଯନ୍ତ୍ର ରାଜ୍ୟର ଅଧିକରୁ ଅଧିକ ସ୍ଥାନରେ ଲଗାଇବାକୁ ନିଷ୍ପତ୍ତି ହୋଇଛି।

14/03/2020

Leave a Reply

Your email address will not be published. Required fields are marked *

Comments