Bikash Khabar
କଇଁଛ ସୁରକ୍ଷା ପାଇଁ ସମୁଦ୍ର ସଫା ରେ ଲାଗିଛନ୍ତି ଦୁଇବନ୍ଧୁ

ସୌମ୍ୟ ରଞ୍ଜନ ବିଶ୍ୱାଳ ଦିଲୀପ କୁମାର ବିଶ୍ୱାଳ ଙ୍କ ବୟସ ଯଥାକ୍ରମେ ୨୨ ଏବଂ ୨୦। କିନ୍ତୁ ସେମାନେ ଯେଉଁ କାମରେ ଲାଗିଛନ୍ତି ତାହା ବଡ଼ ବଡ଼ ଲୋକେ ବି କରିବାକୁ ପଛଘୁଞ୍ଚା ଦେବେ ଉଭୟ ବନ୍ଧୁ ସାମୁଦ୍ରିକ ଜୀବ ମାନଙ୍କ ଜୀବନ ବଂଚାଇବା ପଣ କରିଛନ୍ତି ବିରଳ ଅଲିଭରିଡ଼ଲେ କଇଛ ଙ୍କ ପାଇଁ ଏକ ସୁରକ୍ଷିତ ବେଳାଭୂମି ସୃଷ୍ଟି ଦିଗରେ ସେମାନେ ମନୋନିବେଶ କରିଛନ୍ତି ଦିଲୀପ କହନ୍ତି ସେ ନିଜର ୧୦ ବର୍ଷ ବୟସରୁ ବେଳାଭୂମିରେ ବୁଲି ବୁଲି ପ୍ଲାଷ୍ଟିକ ଜରି ଗୋଟାଇବା ସହ ଅଣ୍ଡା ଗୁଡିକୁ ଅନ୍ୟ ଜୀବଜନ୍ତୁଙ୍କ କବଳରୁ ରକ୍ଷାକରି ଆସୁଛନ୍ତି  ପ୍ରତିବର୍ଷ  ସମୁଦ୍ରରେ ପ୍ରାୟ ମିଲିୟନ ମେଟ୍ରିକ ଟନ ପ୍ଲାଷ୍ଟିକ ବର୍ଜ୍ୟ ମିଶିଥାଏ  ଏହାକୁ ଖାଇ ଅନେକ ଜଳଚର ପ୍ରାଣୀ ପକ୍ଷୀଙ୍କ ମୃତ୍ୟୁ ଘଟିଥାଏ ଜଳରେ ଭାସୁଥିବା ପ୍ଲାଷ୍ଟିକ ବର୍ଜ୍ୟ ୬୦ ପ୍ରତିଶତ ପକ୍ଷୀ ସମସ୍ତ ପ୍ରକାର କଇଛ ଙ୍କ ଜୀବନ ପାଇଁ ବିପଦ ସାବ୍ୟସ୍ତ ହୋଇଛି ଫେବୃଆରୀ ମାସରେ କଇଛ ମାନେ ଓଡ଼ିଶାର ବିଭିନ୍ନ ବେଳାଭୂମିକୁ ଗଣଅଣ୍ଡାଦାନ ପାଇଁ ଆସି ବିଭିନ୍ନ ପ୍ରକାର ବିପଦରେ ପଡ଼ିଥାନ୍ତି ସେମାନଙ୍କୁ ସୁରକ୍ଷା ଦେବା ଦିଗରେ ଏହି ଦୁଇବନ୍ଧୁ ନିଷ୍ଠାପର ଭୂମିକା ତୁଲାଇଥାନ୍ତି କଇଛଙ୍କ ପରି ପୋଷାକ ପିନ୍ଧି ଏହି ଦୁଇବନ୍ଧୁଙ୍କ ସଚେତନତାକୁ ବନବିଭାଗ ତାରିଫ କରିଛି 

29/06/2019

Leave a Reply

Your email address will not be published. Required fields are marked *

Comments