Bikash Khabar
ମହିଳାଙ୍କ ଦ୍ୱାରା ପରିଚାଳିତ ରେଳଷ୍ଟେସନ କୁ ଜାତିସଙ୍ଘର ପ୍ରଶଂସା

ମହିଳା ସଶକ୍ତିକରଣ ଦିଗରେ ପ୍ରତିଦିନ ନୁଆଁ ନୁଆଁ ନଜିର ସୃଷ୍ଟି ହେବାରେ ଲାଗିଛି।ନିକଟରେ ଏଭଳି ଏକ ନୁଆଁ ପ୍ରୟାସ ପାଇଁ ଦେଶ କୁ ଜାତିସଙ୍ଘର ପ୍ରଶଂସା ମିଳିଛି।  ରାଜସ୍ଥାନର ଗାନ୍ଧିନଗର ସ୍ଥିତ ରେଳଷ୍ଟେସନ୍ ପରିଚାଳନା ଦାୟିତ୍ୱ ସମ୍ପୂର୍ଣ ଭାବେ ମହିଳା କର୍ମଚାରୀଙ୍କୁ ନ୍ୟସ୍ତ କରାଯାଇ ଏହାର ଦକ୍ଷତା ବଢାଇବାରେ ସଫଳ ହୋଇଥିବାରୁ ଜାତିସଂଘ ଭାରତୀୟ ରେଳବାଇକୁ ପ୍ରଶଂସା କରିଛି। ଜାତିସଂଘ ଏକ ଟ୍ୱିଟ୍ଜରିଆରେ ପ୍ରଶଂସା କରି କହିଛି ଯେ , ମହିଳାମାନେ ରେଳଷ୍ଟେସନ୍କୁ ପରିଚାଳନା କରିବା ପରେ ଅଧିକ ଅର୍ଥ ସଂଗ୍ରହ ହେଉଛି ଏବଂ ଯାତ୍ରୀଙ୍କୁ ଉନ୍ନତମାନର ସେବା ମିଳିପାରୁଛି ଉତ୍ତର-ପଶ୍ଚିମ ରେଳ ମଣ୍ଡଳ ଅଧୀନରେ ଥିବା ଜୟପୁର ଜିଲ୍ଲାର ଗାନ୍ଧିନଗର ଷ୍ଟେସନ୍କୁ ଗତ ଫେବ୍ରୁଆରୀ ମାସରେ ସମ୍ପୂର୍ଣ ଭାବେ ମହିଳା କର୍ମଚାରୀଙ୍କ ଦାୟିତ୍ୱରେ ନ୍ୟସ୍ତ କରାଯାଇଥିଲା। ଏଠାରେ ନିୟୋଜିତ ୪୦ ଜଣ ମହିଳା କର୍ମଚାରୀ ଷ୍ଟେସନ୍ ସମସ୍ତ ଦାୟିତ୍ୱ ସୁଚାରୁ ରୂପେ ନିର୍ବାହ କରିପାରୁଛନ୍ତି ଟିକଟ୍ବିକ୍ରୟକାରୀ, ଟିକଟ୍ସଂଗ୍ରହକାରୀ, ଷ୍ଟେସନ୍ମାଷ୍ଟର୍ଇତ୍ୟାଦି ସମସ୍ତ ପଦରେ ମହିଳାଙ୍କୁ ନିୟୋଜିତ କରାଯାଇଛି। ଏହି ଷ୍ଟେସନ୍ଦେଇ ପ୍ରତି ଦିନ ୫୦ଟି ଟ୍ରେନ୍ଯାତାୟାତ କରୁଥିବା ବେଳେ ଏଠାରେ ୨୪ଟି ଟ୍ରେନ୍ ରହଣି ଅଛି। ଦୈନିକ ପ୍ରାୟ ହଜାର ଯାତ୍ରୀ ଏଠାରେ ଉପକୃତ ହେଉଛନ୍ତି। ମହିଳାମାନେ ଦାୟିତ୍ୱ ନେବା ପରେ ବିଭିନ୍ନ ସେବାରେ ଉନ୍ନତି ପରିଲକ୍ଷିତ ହୋଇଛି। ଷ୍ଟେସନ୍କୁ ପରିଚ୍ଛନ୍ନ ରଖିବା, ସିସିଟିଭି ବ୍ୟବସ୍ଥା କରାଯିବା ସହ ଯାତ୍ରୀସେବାରେ ମଧ୍ୟ ଅନେକ ସଂସ୍କାରମୁଖୀ ପଦକ୍ଷେପ ଗ୍ରହଣ କରାଯାଇଛି ମହିଳାଯାତ୍ରୀଙ୍କ ସୁରକ୍ଷା ପାଇଁ ଏହି ଷ୍ଟେସନ୍ରେ ମହିଳା ଥାନା ମଧ୍ୟ ସ୍ଥାପନ କରାଯାଇଛି। ଭାରତରେ କର୍ମକ୍ଷେତ୍ରରେ ମହିଳାଙ୍କ ଯୋଗଦାନ ମାତ୍ର ୨୭ ପ୍ରତିଶତ ଥିବା ବେଳେ ଭାରତୀୟ ରେଳ ତରଫରୁ ମହିଳା ସଶକ୍ତିକରଣ ଦିଗରେ ଏହି ପଦକ୍ଷେପ ନିଆଯାଇ ଉଦାହରଣ ସୃଷ୍ଟି କରାଯାଇଛି। ମୁଖ୍ୟସ୍ରୋତରେ ଥିବା ଷ୍ଟେସନ୍ମଧ୍ୟରେ ସମ୍ପୂର୍ଣ୍ଣ ଭାବେ ମହିଳାଙ୍କୁ ପରିଚାଳନା ଦାୟିତ୍ୱ ଦିଆଯିବାରେ ଏହା ପ୍ରଥମ।

20/05/2019

Leave a Reply

Your email address will not be published. Required fields are marked *

Comments