Bikash Khabar
ୟୁନିସେଫ ତଥ୍ୟ :ସ୍ୱଚ୍ଛ ଭାରତ ଅଭିଯାନ ଫଳରେ କମିଛି ଭୁତଳଜଳ ପ୍ରଦୂଷଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ୱାକାଂକ୍ଷୀ ଯୋଜନା ସ୍ବଚ୍ଛ ଭାରତ ଅଭିଯାନକାରଣରୁ ଭାରତର ବହୁ ଗ୍ରାମରେ ଭୂତଳ ଜଳରେ ପ୍ରଦୂଷଣ ମାତ୍ରା ହ୍ରାସ ପାଇଛି। ମୁକ୍ତାକାଶ ଶୌଚ ହ୍ରାସ ପାଇବା ଫଳରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି ବୋଲି  ୟୁନିସେଫ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ଓଡ଼ିଶା, ବିହାର ଏବଂ ପଶ୍ଚିମବଙ୍ଗରେ ସ୍ବଚ୍ଛ ଭାରତ ଅଭିଯାନ ସମ୍ପର୍କିତ  ଏକ ଅଧ୍ୟୟନ ଆଧାର ରେ ୟୁନିସେଫ ଏହି ରିପୋର୍ଟ ପ୍ରକାଶ କରିଛି। ଯେଉଁ ଗ୍ରାମଗୁଡିକରେ ଲୋକେ ଆଦୌ  ଖୋଲା ସ୍ଥାନରେ ଶୌଚ ହେଉନାହାନ୍ତି ସେଗୁଡିକୁ ବାହ୍ୟ ମଳମୁକ୍ତ  ଗ୍ରାମ (ଓଡ଼ିଏଫ) ଭାବେ ଘୋଷଣା କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଓଡିଏଫ ଗ୍ରାମଗୁଡିକର ମାଟି  ତୁଳନାରେ ଅଣ-ଓଡିଏଫ ଗ୍ରାମର ମାଟି .୧୩ ଗୁଣା ଅଧିକ ପ୍ରଦୂଷିତ। ସେହିଭଳି ଅଣ-ଓଡିଏଫ ଗ୍ରାମର ଭୂତଳ ଜଳ ଓଡ଼ିଏଫ ଗ୍ରାମ ତୁଳନାରେ ୧୧.୨୫ଗୁଣା ଅଧିକ ଦୂଷିତ। ମୃତ୍ତିକା ଏବଂ ଭୂତଳ ଜଳ ଦୂଷିତ ହେଲେ ସେଥିରେ ଅମଳ କରାଯାଇଥିବା ଫସଲ ମଧ୍ୟ ପ୍ରଦୂଷିତ ହୋଇଥାଏ। ଓଡିଏଫ ଗ୍ରାମରେ ଅମଳ କରାଯାଉଥିବା ଫସଲ ତୁଳନାରେ ଅଣ-ଓଡ଼ିଏଫ ଗ୍ରାମର ଫସଲ .୪୮ଗୁଣା ବେଶି ଦୂଷିତ। ଏପରିକି ଅଣ-ଓଡିଏଫ ଗ୍ରାମର .୬୮ ଗୁଣା ଅଧିକ ଘରର ପାନୀୟ ଜଳ ଦୂଷିତ ବୋଲି ୟୁନିସେଫ ଦର୍ଶାଇଛି।

ସୂଚନା ଯୋଗ୍ୟ ଯେ ୨୦୧୪ରେ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଭାବେ ନିଜର ପ୍ରଥମ ବକ୍ତବ୍ୟରେ ମୋଦୀ ପରିମଳ ବ୍ୟବସ୍ଥା ଏବଂ ଶୌଚାଳୟ ନିର୍ମାଣର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ସ୍ବଚ୍ଛ ଭାରତ ଏବେ ଜନ ଆନ୍ଦୋଳନ ପାଲଟିଛି। ଖୋଲାରେ ଶୌଚ କରୁଥିବା ଲୋକଙ୍କୁ ଅନ୍ୟମାନେ ତାଗିଦା କରୁଛନ୍ତି। ପୂର୍ବରୁ ଶୌଚାଳୟ ନିର୍ମାଣ କରାଯାଉଥିଲା; ମାତ୍ର ବ୍ୟବହାର କରାଯାଉ ଥିଲା। ଲକ୍ଷାଧିକ ମହିଳା ଏବେ ଶୌଚାଳୟ ବ୍ୟବହାର କରୁଛନ୍ତି। ଆଗାମୀ ଦିନରେ କେନ୍ଦ୍ର ସରକାର ଅଧିକ ଶୌଚାଳୟ ଯୋଗାଇ ଦେବେ ବୋଲି ସେ କହିଛନ୍ତି।

07/06/2019

Leave a Reply

Your email address will not be published. Required fields are marked *

Comments