Bikash Khabar
ୟୁନିସେଫ ଓଡ଼ିଶାରେ ଜାରି ରଖିବ ସ୍ୱାସ୍ଥ୍ୟସେବା

ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା ପୂର୍ବକ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ୟୁନିସେଫର ଓଡିଶା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୟୁନିସେଫ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସେନ୍ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବିବେକ ବିରେନ୍ଦ୍ର ସିଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଶିଶୁ ମାତୃ ମୃତ୍ୟୁହାର ହ୍ରାସ ଏବଂ ସମ୍ପୂର୍ଣ୍ଣା ଯୋଜନା ସଫଳ ହୋଇଥିବା କହିଛନ୍ତିରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ସମୀକ୍ଷା ପୂର୍ବକ ଗୁରୁବାର ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ୟୁନିସେଫର ଓଡିଶା ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ୟୁନିସେଫ ମୁଖ୍ୟ କ୍ଷେତ୍ର ଅଧିକାରୀ ମୋନିକା ନେଲସେନ୍ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ବିବେକ ବିରେନ୍ଦ୍ର ସିଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ରାଜ୍ୟରେ ଶିଶୁ ମାତୃ ମୃତ୍ୟୁହାର ହ୍ରାସ ଏବଂ ସମ୍ପୂର୍ଣ୍ଣା ଯୋଜନା ସଫଳ ହୋଇଥିବା କହିଛନ୍ତି। ଆଗାମୀ ଦିନରେ ୟୁନିସେଫ ଓଡିଶାକୁ ସମସ୍ତ ପ୍ରକାର ସହାୟତା ଜାରି ରଖିବ ବୋଲି ସେମାନେ କହିଛନ୍ତି। ଆଗାମୀ ଦିନରେ ୟୁନିସେଫ ଓଡିଶାକୁ ସମସ୍ତ ପ୍ରକାର ସହାୟତା ଜାରି ରଖିବ ବୋଲି ସେମାନେ କହିଛନ୍ତି।ସୂଚନା ଯୋଗ୍ୟ ଯେ ୟୁନିସେଫ ବିଗତ ବହୁବର୍ଷ ଧରି ରାଜ୍ୟର ଦୁର୍ଗମ ଜିଲ୍ଲାଗୁଡିକରେ ମହିଳା ଶିଶୁସ୍ୱାସ୍ଥ୍ୟ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମରେ ସହଯୋଗ କରିଛି। ଜଳ,ପରିମଳ,ପରିଚ୍ଛନ୍ନତା ଦିଗରେ ୟୁନିସେଫ ନିର୍ଦିଷ୍ଟ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ଆନୁଷ୍ଠାନିକ ପ୍ରସବ ରେ ସହାୟତା,ମାତୃ,ଶିଶୁ କିଶୋରୀ ସ୍ୱାସ୍ଥ୍ୟ ଦିଗରେ କାର୍ଯ୍ୟକ୍ରମ ଏଚ ଆଇ ଭି ତଥା ଏଡ୍ସ ବିରୁଦ୍ଧରେ ସଂଗ୍ରାମ ଜରିଆରେ ୟୁନିସେଫ ଓଡିଶାବାସୀଙ୍କ ସହ ଯୋଡି ହୋଇ ରହିଛି ଆଗାମୀ ଦିନରେ ଏହା ଅଧିକ ଦୃଢ଼ୀଭୁତ ହେବ ବୋଲି କୁହାଯାଇଛି

30/08/2019

Leave a Reply

Your email address will not be published. Required fields are marked *

Comments