Bikash Khabar
ରାଜ୍ୟରେ ସୌର ଶକ୍ତି ଉତ୍ପାଦନ ପାଇଁ ନିଆରା ଯୋଜନା,ଜଳାଶୟରେ ଭାସମାନ ପ୍ରକଳ୍ପ ସ୍ଥାପନ କରାଯିବ

 ରାଜ୍ୟରେ ସୌର ଶକ୍ତି ଉତ୍ପାଦନ ବଢ଼ାଇବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ୨୦୨୨ ସୁଦ୍ଧା ୧୫୦୦ ମେଗାୱାଟ୍ସୌର ଶକ୍ତି ଉତ୍ପାଦନ କରିବାକୁ ଓଡ଼ିଶା ଲକ୍ଷ୍ୟ ରଖିଛି। ସବୁଜ ଶକ୍ତି ବିକାଶ ନିଗମ (ଗେଡ୍କଲ୍‌) ଓରେଡା ତରଫରୁ ରାଜ୍ୟର ବିଭିନ୍ନ ସ୍ଥାନରେ ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଉଛି। ବର୍ତ୍ତମାନ ସୁଦ୍ଧା ୫୭୪ ମେଗାୱାଟର ଅନ୍‌-ଗ୍ରିଡ୍ସୌର ଶକ୍ତି ପ୍ରକଳ୍ପ ସ୍ଥାପନ କରାଯାଇଛି। ସେଥି ମଧ୍ୟରୁ ଗେଡ୍କଲ୍୩୬୨ ମେଗାୱାଟ୍ଏବଂ ଓରେଡା ତରଫରୁ ୧୧୨ ମେଗାୱାଟର ପ୍ରକଳ୍ପ ସ୍ଥାପନ କରାଯାଇଛି। ଏହା ବ୍ୟତୀତ ଓରେଡା ତରଫରୁ ଆଉ ୪୬୦ ମେଗାୱାଟ ସୌର ଶକ୍ତି ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ଗେଡ୍କଲ୍ ଅଧ୍ୟକ୍ଷ ବିଷ୍ଣୁପଦସେଠୀ କହିଛନ୍ତି, ଏବେ ସୌର ଶକ୍ତିର ୟୁନିଟ୍ ପିଛା ଦାମ୍ ଟଙ୍କା ୭୧ ପଇସା ରହିଛି। ତେଣୁ, ବାଣିଜ୍ୟିକ ଉପାୟରେ ରାଜ୍ୟରେ ସୌର ଶକ୍ତିର ଉତ୍ପାଦନ ବଢ଼ାଇବା ଲାଗି ବିଶେଷ ସୁଯୋଗ ରହିଛି ବୋଲି ସେ କହିଛନ୍ତି। ଆଜିର ବୈଠକରେ ନିଷ୍ପତ୍ତି ହୋଇଛି ଯେ, ସମ୍ବଲପୁର ବୌଦ୍ଧ ଜିଲ୍ଲାର ଚାରିଟି ସ୍ଥାନରେ ୨୭୫ ମେଗାୱାଟ୍ ସୌର ପାର୍କ ବିକଶିତ କରାଯିବ। ଜଳାଶୟ ଉପରେ ଭାସମାନ ପ୍ରକଳ୍ପ ଭାବେ ୫୦୦ ମେଗାୱାଟର ପ୍ରକଳ୍ପ ସ୍ଥାପନ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍ଏଚ୍ପିସି ସହଯୋଗରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ। ବିଭିନ୍ନ ସ୍ଥାନରେ ଗେଡ୍କଲ୍ସ୍ଥାପନ କରୁଥିବା ୧୯ ମେଗାୱାଟ୍ ଅନ୍‌-ଗ୍ରିଡ୍ ରୁଫ୍ଟପ୍ ସୌର ପ୍ରକଳ୍ପ ମେଗାୱାଟର ଭୂପୃଷ୍ଠ ସୌର ପ୍ରକଳ୍ପ କାର୍ଯ୍ୟ ତ୍ବରାନ୍ବିତ କରିଛି। ଓରେଡା ପାଇଁ ମେଗାୱାଟ୍କୁ ନେଇ ଯେଉଁ କଟକଣା ରହିଥିଲା ତାହାକୁ ଆଜିର ବୈଠକରେ ହଟାଇ ଦିଆଯାଇଛି।

08/07/2020

Leave a Reply

Your email address will not be published. Required fields are marked *

Comments