Bikash Khabar
ପ୍ରକାଶ ପାଇଲା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଫଳ,ପ୍ରଥମ ୧୦ ଜଣଙ୍କ ମଧ୍ୟରେ ୨ ଓଡ଼ିଆ

ପ୍ରକାଶ ପାଇଲା ସିଭିଲ୍ସର୍ଭିସ୍ପରୀକ୍ଷା ଫଳାଫଳ। ଆଇଏଏସ୍, ଆପିଏସ୍, ଆଇଆର୍ଏସ୍, ଆଇଏଫ୍ ଆଦି ବିଭିନ୍ନ ବର୍ଗର ପରୀକ୍ଷାର୍ଥୀଙ୍କୁ ମିଶାଇ ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ହୋଇଛନ୍ତି। ଏହି ପରୀକ୍ଷାରେ ଚଳିତବର୍ଷ ଟପ୍ପର ହୋଇଛନ୍ତି ପ୍ରଦୀପ ସିଂହ। ସେହିପରି ଦ୍ବିତୀୟ ତୃତୀୟ ସ୍ଥାନରେ ରହିଛନ୍ତି ଜତିନ କିଶୋର ଏବଂ ପ୍ରତିଭା ଶର୍ମା। ଓଡ଼ିଶାର ଅଭିଷେକ ସରାଫ ଅଷ୍ଟମ ସ୍ଥାନରେ ରହିଥିବା ବେଳେ ସଂଜିତା ମହାପାତ୍ର ଦଶମ ସ୍ଥାନରେ ରହିଥିବା ସୂଚନା ରହିଛି। ୧୨୫ ରାଙ୍କ୍ରେ ଅଛନ୍ତି ଓଡ଼ିଶାର ନବଲ କୁମାର ଦାସ । ସମୁଦାୟ ୮୨୯ ଜଣ କୃତକାର୍ଯ୍ୟ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୦୪ ଜଣ ସାଧାରଣ ବର୍ଗର ହୋଇଥିବା ବେଳେ ୭୮ ଜଣ ଓଡବ୍ଲୁସ୍, ୨୫୧ ଜଣ ଓବିସି, ୨୨୯ ଜଣ ଅନୁସୂଚିତ ଜାତି ୬୭ ଅନୁସୂଚିତ ଜନଜାତି ବର୍ଗର।

 

04/08/2020

Leave a Reply

Your email address will not be published. Required fields are marked *

Comments