Bikash Khabar
ବୀର ଚକ୍ରରେ ସମ୍ମାନିତ ହେବେ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ! ସ୍କ୍ୱାଡ଼ର୍ନଲିଡର ମିଣ୍ଟି ଅଗ୍ରୱାଲ ଙ୍କୁ ଯୁଦ୍ଧ ସେବା ପଦକ

ସ୍ବାଧୀନତା ଦିବସ ଅଵସର ରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ବୀରତା ସମ୍ମାନ ଘୋଷଣା କରାଯାଇଛି ଚଳିତ ବର୍ଷ ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ବୀର ଚକ୍ର ରେ ସମ୍ମାନିତ କରାଯିବ  ଏହା ବ୍ୟତୀତ ସ୍କ୍ୱାଡ଼ର୍ନଲିଡର ମିଣ୍ଟି ଅଗ୍ରୱାଲ ଙ୍କୁ ଯୁଦ୍ଧ ସେବା ପଦବୀରେ ସମ୍ମାନିତ କରାଯିବ   ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନର ବାଲାକୋଟରେ ଏୟାର୍ ଷ୍ଟ୍ରାଇକ୍ ପରେ ପାକ୍ ଅଧିକୃତ କାଶ୍ମୀର (ପିଓକେ) ରେ ଏଫ୍-୧୬ ବିମାନକୁ ତଳକୁ ଖସାଇ ଦେଇଥିଲେ  ! ପରେ ତାଙ୍କ ବିମାନ ପାକଁ କ୍ଷେପଣାସ୍ତ୍ର ଟାର୍ଗେଟ ହୋଇଥିଲା  ନିଜ ବିମାନ ନଷ୍ଟ ହେବା ପୂର୍ବରୁ ପାରାଚୁଟ ସାହାଯ୍ୟରେ ଅବତରଣ କରିଥିବା ଅଭିନନ୍ଦନ ପି କେ ଅଞ୍ଚଳରେ ଫସିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଧରିନେଇ ପାକଁ ସେନା ହାତରେ ଦେଇଥିଲେ ! ପାକିସ୍ତାନରେ ୫୬ ଘଣ୍ଟା ରହିବା ପରେ ଅନ୍ତରାଷ୍ଟ୍ରୀୟ ଚାପ ଯୋଗୁଁ ସେ ସ୍ୱଦେଶ ବାହୁଡିଥିଲେ ତାଙ୍କର ଏଭଳି ଅସୀମ ସାହସ ପାଇଁ ଦେଶ ତାଙ୍କୁ ବୀର ଚକ୍ରର ଗୌରବ ଦେଉଛି  ଅଭିନନ୍ଦନଙ୍କ ସହ ସ୍କ୍ୱାଡର୍ଣ୍ଣ ଲିଡର ମିଣ୍ଟି ଅଗ୍ରୱାଲଙ୍କୁ ଯୁଦ୍ଧସେବା ପଦକରେ ସମ୍ମାନିତ କରାଯିବ ଯୁଦ୍ଧକାଳରେ ପରାକ୍ରମ ପାଇଁ ଦିଆଯାଉଥିବା ତୃତୀୟ ସବୁଠାରୁ ବଡ ସୈନ୍ୟ ପୁରସ୍କାର ହେଉଛି ବୀର ଚକ୍ର ଏହି ତାଲିକାରେ ପ୍ରଥମରେ ପରମବୀର ଏବଂ ଦ୍ୱିତୀୟରେ ମହାବୀର ଚକ୍ର ଆସିଥାଏ ଏହା ସମେତ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ ରେ ସାମିଲ ଥିବା ପାଇଲଟ ଅମିତ ରଞ୍ଜନ,ରାହୁଲ ବୋସାପା ,ପଙ୍କଜ ଭୁଜାଡ଼େ,ବି କେଏନରେଡ୍ଡୀ,ଏବଂ ଶଶାଙ୍କ ସିଂହ ଙ୍କୁ ବାୟୁ ସେନା ମେଡାଲ ଦିଆଯିବ।

14/08/2019

Leave a Reply

Your email address will not be published. Required fields are marked *

Comments