Bikash Khabar
ପ୍ରଶାସନ ଶୁଣିଲାନି,ନାଗାବଳୀ ନଦୀ ଉପରେ ଝୁଲା ପୋଲ ତିଆରି କଲେ ଗ୍ରାମବାସୀ

ଏପଟେ ପଂଚାୟତ,ବ୍ଲକ,ଡାକ୍ତରଖାନା,ଆଉ ସ୍କୁଲ ସେ ପଟେ ତଳସଜା ଆଉ ଉପର ସଜା ନାମକ ଦୁଇଟି ଗାଁ ମଝିରେ ,ନାଗାବଳୀ ନଦୀ ସ୍କୁଲ,ଡାକ୍ତରଖାନା କିମ୍ବା ହାଟ ବଜାର କୁ ଯିବାକୁ ହେଲେ ନାଗାବଳୀ ନଦୀ ପାର ହେବାକୁ ପଡେ। ଗତବର୍ଷ ଏହି ଗାଁ ଜଣେ ଗର୍ଭବତୀ ମହିଳାଙ୍କୁ ଭରା ନଦୀ ପାର କରାଇ ଭାର ରେ ନିଆଯାଉଥିବା ଖବର ରାଜ୍ୟରେ ଚହଳ ପକାଇଥିଲା।ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ ସେତେବେଳେ ସରକାର ପୋଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ କିନ୍ତୁ ସମୟ ବଢିବା ସହିତ ସରକାର ଭୁଲିଯାଇଛନ୍ତି।ଲୋକେ ସେମିତି ବିପଦ ଜନକ ଅବସ୍ଥାରେ ନଦୀ ପାର ହେଉଥିବା ବେଳେ ଏବେ ପ୍ରଶାସନ ତାଙ୍କ କଥା ଶୁଣୁ ଥିବାରୁ ତଳସଜା ଉପର ସଜା ଗ୍ରାମ ବାସି ନଦୀ ଉପରେ ଅସ୍ଥାୟୀ ଝୁଲା ପୋଲ ତିଆରି ପାଇଁ ବିଗତ ଦିନ ହେଲା ଶ୍ରମଦାନ ରେ ଲାଗିଛନ୍ତି। ୨୦୧୨ବନ୍ୟାରେ ଛିଡି ପଡିଥିବା ବିଦ୍ୟୁତ ତାର ଗୁଡିକୁ ସଂଗ୍ରହକରି ପୋଲ ନିର୍ମାଣରେ ଲାଗିଛନ୍ତି ତଳସଜା ଗାଁରେ ୩୭ ପରିବାର ଉପରସଜା ୩୦ ପରିବାର ଏହି ପୋଲ ଜରିଆରେ ବ୍ଲକ,ପଂଚାୟତ,ସ୍କୁଲ,ଡାକ୍ତରଖାନା ଆସିପାରିବେ  ପୋଲ ଉପରେ କିମି ରାସ୍ତା ଅତିକ୍ରମ କଲେ ପଂଚାୟତ ପଡୁଥିବା ବେଳେ ଭିନ୍ନ ରାସ୍ତାରେ ୪୦ କିମି ବୁଲି ବୁଲି ଆସିଲେ ଯାଇ ପଂଚାୟତ ପଡିଥାଏ ତେଣୁ ଏହି ପୋଲ ଲୋକଙ୍କ ପାଇଁ ଅତ୍ୟନ୍ତ ଆବଶ୍ୟକତା ରହିଛି 

19/07/2019

Leave a Reply

Your email address will not be published. Required fields are marked *

Comments