Bikash Khabar
ଟିଟିଲାଗଡ଼ : ଗାଁ ରାସ୍ତା ଚଉଡ଼ା କରିବାକୁ ଘର ଭାଙ୍ଗି ଜାଗା ଦେଲେ ଗ୍ରାମବାସୀ

ବିନାଯୁଦ୍ଧେ ସୂଚ୍ୟଗ୍ର ମେଦିନି ଦେବାର ଜିଦିରୁ ମହାଭାରତ ଯୁଦ୍ଧହୋଇଥିଲା। ବର୍ତ୍ତମାନ ଯୁଗରେ ବି କେହି ଇଞ୍ଚେ ଜାଗା କାହାକୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି। ବରଂ ସୁଯୋଗ ମିଳିଲେ ରାସ୍ତା, ଡ୍ରେନ୍ଆଦିକୁ ଅକ୍ତିଆର କରି ପକାଉଛନ୍ତି। ଏଭଳି ସ୍ଥିତିରେ ଟିଟିଲାଗଡ଼ ବ୍ଲକ ସିହିନି ଗ୍ରାମବାସୀ ଓଲଟା ଧାରାର ଏକ ମହନୀୟ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ଗାଁ ରାସ୍ତା ଚଉଡ଼ା କରିବାକୁ ସମସ୍ତେ ସ୍ବଇଚ୍ଛାରେ ନିଜ ନିଜ ଜମିରୁ ଏପରିକି ସେମାନଙ୍କ ଘରର କିଛି କିଛି ଜମି ଛାଡ଼ି ଦେଇଛନ୍ତି। ପ୍ରକାଶ ଯେ, ଟିଟିଲାଗଡ଼ ବ୍ଲକ ମାର୍ଲାଡ ନିକଟଉନ୍ଦେର ନଦୀ ପୋଲ ନିର୍ମାଣ ପରେ ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାକୁ ସିଧାସଳଖ ସଂଯୋଗ ହୋଇପାରିଛି। କିଛି ବସ୍ମଧ୍ୟ ଚଳାଚଳ କରୁଛି। ହେଲେ ସୁରୁଖୁରୁରେ ଯିବାଆସିବାରେ ମୁଖ୍ୟ ଅନ୍ତରାୟ ସାଜିଛି ସିହିନି ଗାଁ ଭିତର ରାସ୍ତା। ପାଓମେକ୍ସ ଷ୍ଟିଲ କାରଖାନା ଠାରୁ ଆରମ୍ଭ କରି ସିହିନି ପଞ୍ଚାୟତ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ ରହିଛି ଏବଂ ସିହିନି ଗାଁ ପାର ହେବା ପରେ କୁମୁଡ଼ା ଠାରୁ ମାର୍ଲାଡ଼ ଗାଁ ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଛି। ଏହି ଦୁଇଟି ରାସ୍ତା ଠିକ ରହିଛି। କିନ୍ତୁ, ସିହିନି ଗାଁ ଭିତରର ପ୍ରାୟ ଆଠ ଶହ ମିଟର ରାସ୍ତା ଅତି ଶୋଚନୀୟ ହୋଇ ପଡ଼ିଛି। ଏହାକୁ ନେଇ ସିହିନି ସରପଞ୍ଚ ବୀରବର ସାହୁ ତଥା ଗ୍ରାମବାସୀ ଅନେକ ଥର ପ୍ରଶାସନର ଦ୍ୱାରସ୍ଥ ହୋଇଛନ୍ତି। ବଲାଙ୍ଗୀର କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ଏକ ଏମ୍ପାୱାରିଂ କମିଟି ଗଠନ କରି ଏହାର ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦେଲେ ହିଁ ରାସ୍ତାର ଉନ୍ନତୀକରଣ କରାଯାଇ ପାରିବ ବୋଲି କୁହାଯାଇଥିଲା। କିଛିଦିନ ତଳେ ଟିଟିଲାଗଡ଼ ବିଧାୟିକା ତଥା ମହିଳା ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ ଏହି ରାସ୍ତାର ଉନ୍ନତୀକରଣ ପାଇଁ ୧୮ଲକ୍ଷ ଟଙ୍କା ମଞ୍ଜୁର କରିବା ସହ ରାସ୍ତା ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ। ଏହି ରାସ୍ତା ୧୨ ଫୁଟ ଚଉଡ଼ା କରିବାକୁ ପ୍ରସ୍ତାବ ଦିଆଯାଇଥିଲା।

 

25/11/2019

Leave a Reply

Your email address will not be published. Required fields are marked *

Comments