Bikash Khabar
ଭିଭିଏସ୍‌ ଲକ୍ଷ୍ମଣଙ୍କ ଟୁଇଟ୍‌ରେ ଭୁବନେଶ୍ୱରର କମଳଲୋଚନଙ୍କ କଥା: ଜରି ଗୋଟାଳି ସତ୍ତ୍ୱେ ବୁଲା କୁକୁରଙ୍କ ପେଟ ପୋଷୁଥିବାରୁ କଲେ ପ୍ରଶଂସା

 ରାଜଧାନୀରେ ବୁଲା କୁକୁରଙ୍କୁ ଖାଇବାକୁ ଦେଇ ଚର୍ଚ୍ଚାକୁ ଆସିଛନ୍ତି କମଳଲୋଚନ ବଳିୟାରସିଂ। ଭାରତର ପୂର୍ବତନ କ୍ରିକେଟର ଭିଭିଏସ୍ଲକ୍ଷ୍ମଣ  କମଳଙ୍କୁ ନେଇ ଏକ ଟୁଇଟ୍କରିଛନ୍ତି। କମଳ ହେଉଛନ୍ତି ଜଣେ ଜରି ଗୋଟାଳି। ବିଭିନ୍ନ ସ୍ଥାନ ବୁଲି ପ୍ଲାଷ୍ଟିକ ଗୋଟାଇ ପେଟ ପୋଷିଥାନ୍ତି। ହେଲେ ନିଜକୁ ଖାଇବାକୁ ମିଳିବ କି ନା ଜାଣି ଥିବା କମଳ କିନ୍ତୁ ଆଖପାଖରେ ରହୁଥିବା ବୁଲାକୁକୁରଙ୍କ ପାଇଁ ଖାଇବା ଯୋଗାଡ଼ କରିବାକୁ ଭୁଲନ୍ତି ନାହିଁ। ରାଜଧାନୀର ଚାକଚକ୍ୟ ଭିତରେ ହଜିଯାଉଥିବା ଏଭଳି ମାନବିକତାର ଉଦାହରଣକୁ ନେଇ ଭିଭିଏସ୍ଙ୍କ ଟୁଇଟ୍ଏବେ ଚର୍ଚ୍ଚାର ବିଷୟ ପାଲଟିଛି।ଟୁଇଟ୍ରେ ଭିଭିଏସ୍ଲେଖିଛନ୍ତି, ଭୁବନେଶ୍ୱରର କମଳଲୋଚନ ବଳିଆରସିଂହ ପ୍ରତିଦିନ ବୁଲା କୁକୁରମାନଙ୍କୁ ଖାଇବା ଦେଇଥାନ୍ତି। ସେ ସାରା ଦିନ ଦାନାଟିଏ ପେଟକୁ ନେଇପାରୁ ଥିଲେ ସୁଦ୍ଧା ତାଙ୍କ ଚାରିପାଖରେ ଥିବା କୁକୁରମାନଙ୍କୁ ପ୍ରତିଦିନ ସେ ଖାଇବାକୁ ଦେବାକୁ ଭୁଲନ୍ତି ନାହିଁ। ସେ ଜଣେ ଜରି ଗୋଟାଳି। ବିନା ଅନୁଦାନ ଏବଂ ଲାଳସାରେ ସେ ଏପରି କାର୍ଯ୍ୟ କରନ୍ତି ବୋଲି ଲକ୍ଷ୍ମଣ କହିଛନ୍ତି। କମଲଲୋଚନ ଏଭଳି କାମ କରି ରାଜଧାନୀ ଭୁବନେଶ୍ୱର ରେ ଏକ ଚର୍ଚିତ ବ୍ୟକ୍ତିତ୍ୱରେ ପରିଣତ ହୋଇଛନ୍ତି। ନିଜେ ଜଣେ ଜରିଗୋଟାଳି ହୋଇଥିବା ସତ୍ୱେ ଖାଦ୍ୟ ଯୋଗାଡ଼ ପାଇଁ ତାଙ୍କୁ ସଂଘର୍ଷ କରିବାକୁ ପଡୁଥିବା ବେଳେ ବୁଲା କୁକୁର ମାନଙ୍କ ପ୍ରତି ତାଙ୍କର ବ୍ୟବହାର ତାଙ୍କ ବ୍ୟକ୍ତିତ୍ୱକୁ ଉଚ୍ଚ କରିଛି

29/10/2019

Leave a Reply

Your email address will not be published. Required fields are marked *

Comments