Bikash Khabar
ଚାଷୀ ଦମ୍ପତିଙ୍କ ମହାନତାକୁ ପ୍ରଶଂସା କଲେ ଭିଭିଏସ୍ ଲକ୍ଷ୍ମଣ

ଲକ୍‌ଡାଉନ୍ ଭଳି କଟକଣା ସ୍ଥିତିରେ ବି ଏହି ଦମ୍ପତି ଲୋକଙ୍କୁ ସାହାଯ୍ୟ କରି ମାନବିକତାର ଅନନ୍ୟ ଉଦାହରଣ ସୃଷ୍ଟି କରିଛନ୍ତି। ସମାଜକୁ ଏହା ଏକ ଭଲ ବାର୍ତ୍ତା ଦେଉଛି, ଏଥିପାଇଁ ମୁଁ ସେମାନଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି’’ ବୋଲି ଟୁଇଟ୍‌ କରି କହିଛନ୍ତି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ କ୍ରିକେଟ୍‌ ତାରକା ଭିଭିଏସ୍ ଲକ୍ଷ୍ମଣ। ଏପ୍ରିଲ ୪ ତାରିଖରେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍‌ କୁରୁଦା ଗାଁର ଚାଷୀ ସର୍ବେଶ୍ବର ସାହୁ ଓ ତାଙ୍କ ପତ୍ନୀ ଛାୟାରାଣୀ ସାହୁ ନିଜ ଘରବାଡ଼ିରେ ଚାଷ ହୋଇଥିବା ପ୍ରାୟ ୬ କ୍ବିଣ୍ଟାଲ ପରିବା ଏକ ଡାଲା ଅଟୋରେ ଭର୍ତ୍ତି କରି ଘରଠାରୁ ୧୦ କିମି ଦୂର ବାସୁଦେବପୁର, ଭୈରବପୁର, ବଂଶୀପାଟଣା ଓ ଉଚ୍ଚଡିହା ଅଞ୍ଚଳରେ ରହୁଥିବା ଗରିବ, ସାଧାରଣ ଲୋକଙ୍କୁ ବାଣ୍ଟି ଦେଇଥିଲେ। ମିଡିଆରୁ ଏହା ଜାଣିବା ପରେ ଭିଭିଏସ୍‌ ଲକ୍ଷ୍ମଣ ସାଧାରଣ ଚାଷୀ ପରିବାରର ଏହି ବଦାନ୍ୟତା ଓ ମହତ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

03/05/2020

Leave a Reply

Your email address will not be published. Required fields are marked *

Comments