Bikash Khabar
ସ୍ବେଚ୍ଛାସେବୀଙ୍କ ପଞ୍ଜୀକରଣ ପାଇଁ ​ୱେବସାଇଟ୍‌

କରୋନା ମହାମାରୀକୁ ପ୍ରତିହତ କରିବାକୁ ବିଭିନ୍ନ କ୍ଷେତ୍ରରେ ଦକ୍ଷତା ଥିବା ବ୍ୟକ୍ତିବିଶେଷ ଆଗେଇ ଆସି ସରକାରଙ୍କୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ। ସେହି ଅନୁଯାୟୀ ସ୍ବେଚ୍ଛାସେବୀମାନଙ୍କ ପଞ୍ଜୀକରଣ ପାଇଁ ଆଜି ସରକାର ଏକ ଓ୍ବେବ୍‌ସାଇଟ୍‌ର ଶୁଭାରମ୍ଭ କରିଛନ୍ତି। କରୋନା ଯୋଦ୍ଧାଙ୍କ ପାଇଁ ଏହି ଓ୍ବେବ୍‌ସାଇଟଟି ହେଉଛି https://covidsangramee.odisha.gov.in। ଏହାକୁ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ କାର୍ଯ୍ୟାଳୟରେ ଉନ୍ନୟନ କମିସନର ସୁରେଶ ଚନ୍ଦ୍ର ମହାପାତ୍ର ଉନ୍ମୋଚନ କରିଛନ୍ତି।ଏ ସମ୍ପର୍କରେ ଏସ୍‌ଆର୍‌ସିଙ୍କ ପକ୍ଷରୁ ଜାରି ପ୍ରେସ୍‌ ଇସ୍ତାହାରରେ କୁହାଯାଇଛି, କରୋନା ମହାମାରୀ ମୁକାବିଲା ପାଇଁ ରାଜ୍ୟ ସରକାର ତାଙ୍କର ସମସ୍ତ ସମ୍ବଳ ବିନିଯୋଗ କରୁଛନ୍ତି। ଏହା ସହିତ ବିଭିନ୍ନ ଜାତୀୟ ଓ ଅନ୍ତର୍ଜାତୀୟ ଅନୁଷ୍ଠାନ ତଥା ସ୍ବେଚ୍ଚାସେବୀ ସଂଗଠନ ମଧ୍ୟ ଏହି ବିପର୍ଯ୍ୟୟ ମୁକାବିଲାରେ ସରକାରଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି। ଏହାସହିତ ବହୁ ଲୋକ ଏପରି ଅଛନ୍ତି, ଯେଉଁମାନେ କି କୌଣସି ସଂସ୍ଥା ସହିତ ଜଡ଼ିତ ନ ଥିଲେ ବି ସରକାରଙ୍କୁ ସହଯୋଗ କରିବା ପାଇଁ ଚାହୁଁଛନ୍ତି। ସେହିମାନଙ୍କୁ ସୁଯୋଗ ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଏପରି ବ୍ୟବସ୍ଥା କରାଯାଇଛି।

26/04/2020

Leave a Reply

Your email address will not be published. Required fields are marked *

Comments