Bikash Khabar
ସପ୍ତାହେ ବ୍ୟାପୀ ଚାଲିବ ‘ବର୍ଜ୍ୟ ମୁକ୍ତ ଭାରତ’ ଅଭିଯାନ

ଅଗଷ୍ଟ ୧୫ ଯାଏ ସପ୍ତାହେବ୍ୟାପୀ ସାରା ରାଜ୍ୟରେ ପାଳିତ ହେବ ବର୍ଜ୍ୟ ମୁକ୍ତ ଭାରତ ଅଭିଯାନ। ଏହା ମାଧ୍ୟମରେ ପରିବେଶକୁ ସଫାସୁତୁରା ରଖିବା ସହ ସ୍ବଚ୍ଛତା ବଜାୟ ରଖିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯିବ। କୋଭିଡ୍‌-୧୯ ଗାଇଡ୍ଲାଇନ୍କୁ ପାଳନ କରି ପ୍ରତିଦିନ ଗାଁରେ ବିଭିନ୍ନ ପରିବେଶ ସଚେତନତାଧର୍ମୀ କାର୍ଯ୍ୟକ୍ରମ ଚାଲିବ। ଏନେଇ ଓଡ଼ିଶା ସ୍କୁଲ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ ଗତକାଲି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଗାଇଡ୍ଲାଇନ୍କୁ ଆଧାର କରି ଶ୍ରୀ ପୁନିଆ କହିଛନ୍ତି ଯେ ୮ଦିନ ଧରି ଏହି ଅଭିଯାନ ଜାରି ରହିବ। ଅଗଷ୍ଟ ତଥା ଆଜି ରାଷ୍ଟ୍ରୀୟ ସ୍ବଚ୍ଛତା କେନ୍ଦ୍ରର ଉନ୍ମୋଚନ କରାଯାଇଛି। ଶିକ୍ଷା ସଂଯୋଗଆପ୍, ହ୍ବାଟସ-ଆପ୍ଗ୍ରୁପ୍ଆଦି ମାଧ୍ୟମରେ ତାହାକୁ ସ୍କୁଲ, ଶିକ୍ଷକ, ଅଭିଭାବକ, ଏସ୍ଏମ୍ସି/ଏସ୍ଏମ୍ଡିସି ସଦସ୍ୟ, ପିଆରଆଇ ସଦସ୍ୟଙ୍କ ନିକଟରେ ପହଞ୍ଚାଇବାକୁ କୁହାଯାଇଥିଲା। ତେବେ ଆଜିର କାର୍ଯ୍ୟକ୍ରମ ସଫଳ ହୋଇପାରି ନଥିବା ସୂଚନା ମିଳିଛି। ଅଗଷ୍ଟ ୯ରେ ଗ୍ରାମ ମୁଖିଆ ତଥା ସରପଞ୍ଚଙ୍କ ନେତୃତ୍ବରେ ସିଙ୍ଗଲ୍ୟୁଜ୍ପବ୍ଲିକ ବ୍ୟବହାର ଉପରେ ସଚେତନତା କରାଯିବାକୁ ଥିବା ବେଳେ ୧୦ ତାରିଖରେ ପଞ୍ଚାୟତରେ ପବ୍ଲିକ୍ବିଲଡିଂ ସଫେଇ ସ୍ବଚ୍ଛ ଭାରତ ମିସନ୍ ମୋବାଇଲ୍ଏକାଡେମି ଉଦ୍ଘାଟନ, ୧୧ରେ ସ୍ବଚ୍ଛ ଭାରତ ମିସନ୍ବାର୍ତ୍ତାକୁ ଆଧାର କରି ଗାଁ କାନ୍ଥରେ ଚିତ୍ରାଙ୍କନ, ୧୨ରେ ବୃକ୍ଷରୋପଣ କରାଯିବ।

09/08/2020

Leave a Reply

Your email address will not be published. Required fields are marked *

Comments