Bikash Khabar
ସବୁ ଗାଁ କୁ ଗ୍ରାମ ନେଟ ମାଧ୍ୟମରେ ମିଳିବ ଓ୍ବାଇଫାଇ ସୁବିଧା

ଦେଶର ସବୁ ଗ୍ରାମକୁ ଗ୍ରାମ ନେଟ୍ମାଧ୍ୟମରେ ୧୦ରୁ ୧୦୦ ଏମ୍ବିପିଏସ୍ସ୍ପୀଡର ଓ୍ବାଇଫାଇ ସୁବିଧା ଯୋଗାଇ ଦିଆଯିବ। ସି-ଡଟର ୩୬ତମ ପ୍ରତିଷ୍ଠା ଦିବସ ଅବସରରେ କେନ୍ଦ୍ର ଯୋଗାଯୋଗ ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ରାମରାଓ ଧୋତ୍ରେ ଏହି ସୂଚନା ଦେଇଛନ୍ତି। ଏହା ବାଦ ଭାରତ ନେଟରେ ମଧ୍ୟ ଜିବିପିଏସ୍ସଂଯୋଗ ପ୍ରଦାନ କରାଯିବା ନେଇ ଯୋଜନା କରାଯାଉଥିବା ଧୋତ୍ରେ ପ୍ରକାଶ କରିଛନ୍ତି। ଏହାକୁ ୧୦ ଜିବିପିଏସ୍ପର୍ଯ୍ୟନ୍ତ ବଢାଯାଇ ପାରିବ। ସୋମବାର ଶୁଭାରମ୍ଭ ହୋଇଥିବା ସି-ଡଟର ଏକ୍ସଜିଏସ୍‌-ପିଓଏନ୍ଏହାକୁ ସଫଳ କରିବା ଦିଗରେ ସମ୍ପୂର୍ଣ୍ଣ ସହାୟକ ହେବ। ଗ୍ରାମକୁ ଆତ୍ମନିର୍ଭରଶୀଳ କରାଇବା ଦିଗରେ ମହାତ୍ମାଗାନ୍ଧୀଙ୍କ ସ୍ବପ୍ନ ପୂରଣ କରିବାରେ ଏହା ଯୋଗଦାନ ରଖିବ ବୋଲି ସେ ମତ ଦେଇଛନ୍ତି। ସେ ଆାହୁରୀ ମଧ୍ୟ କହିଛନ୍ତି ଯେ, ସି-ଡଟର ସି-ସ୍ୟାଟ ଫାଇ ପ୍ରଯୁକ୍ତି ଗ୍ରାମୀଣ ଏବଂ ଦେଶର ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକଙ୍କୁ ଶସକ୍ତ କରିବ। ଦେଶର କୋଣ ଅନୁକୋଣରେ ମୋବାଇଲ ଫୋନରେ ଓ୍ବାଇଫାଇ ସୁବିଧା ଉପଲବ୍ଧ ହେବ। ନୂତନ ବୈଷୟିକ ଜ୍ଞାନକୌଶଳରେ ଫାଇବର ସଂଯୋଗ ଏବଂ ଇଣ୍ଟରନେଟ ଥିବା ଦୁର୍ଗମ ଅଞ୍ଚଳରେ ଲୋକମାନଙ୍କୁ ଉପଗ୍ରହ ସହ ସଂଯୋଗ କରାଯାଇ ମୂଖ୍ୟ ସ୍ରୋତକୁ ଆଣାଯାଇ ପାରିବ। ଏହି ଅବସରରେ ସି-ସ୍ୟାଟ ଫାଇ ଏବଂ ସିଆଇଏସ୍ଟିବିର ଲୋକାର୍ପଣ କରାଯାଇଛି।

27/08/2019

Leave a Reply

Your email address will not be published. Required fields are marked *

Comments