Bikash Khabar
ମାନବିକତା ଦେଖାଇଲେ ମହିଳା କନେଷ୍ଟବଳ,ରକ୍ତ ଦେଇ ବଂଚାଇଲେ କଏଦୀ ଙ୍କ ଜୀବନ

ଜଣେ ମହିଳା କନେଷ୍ଟବଳ ମାନବିକତା ଦେଖାଇଛନ୍ତି  ସାଧାରଣତଃ ପୋଲିସ କଏଦୀ ପଛରେ ଦୌଡୁଥିବା ବେଳେ ଏହି ମହିଳା କନେଷ୍ଟବଳ ଜଣକ କଏଦୀଙ୍କ ପାଇଁ ନିଆରା ମାନବିକତା ପ୍ରଦର୍ଶିତ କରିଛନ୍ତି    ମାନବିକତା ନିଦର୍ଶନ ଦେଖାଇଥିବା ଏହି କନେଷ୍ଟବଳ ଙ୍କ ନାଁ ରଶ୍ମୀ ରାଣୀ ସତ୍ନାମ

ମାଲକାନଗିରି ଜିଲ୍ଲା କାରାଗାରରେ ରତନ ଭତ୍ରା ନାମକ ଜଣେ କଏଦୀ ରକ୍ତହୀନତାର ଶିକାର ହୋଇ ମାଲାକନଗିରି ଡାକ୍ତରଖାନାରେ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ରକ୍ତ ଅଭାବ ଥିବା ଜାଣିବାକୁ ପାଇ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ ରଶ୍ମୀ ରତନ ଭତ୍ରା ଗଂଜେଇ ଚୋରା ଚାଲାଣ ମାମଲାରେ ଛନ୍ଦି ହୋଇ ଗତ କିଛି ମାସ ଧରି ମାଲକାନଗିରି ଜିଲ୍ଲା କାରାଗାରରେ ବିଚାରଧିନ କଏଦୀ ଭାବେ ସଜା କାଟୁଛନ୍ତି ଗତ କିଛି ଦିନ ଧରି ରତନ ଅସୁସ୍ଥ ରହି ଆସୁଥିଲେ ପରବର୍ତ୍ତୀ ସମୟରେ ସେ ରକ୍ତହୀନତାରେ ପୀଡିତ ଥିବା ଜେଲ ଫାର୍ମାସି, ଜେଲ ସୁପରିଟେଣ୍ଡେଂଟଙ୍କୁ ଜଣାଇଥିଲେ ତେବେ ତାଙ୍କ ଅବସ୍ଥା ସଂକଟାପନ୍ନ ଦେଖି ତୁରନ୍ତ ରତନଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ ତାଙ୍କୁ ରକ୍ତ ଆବଶ୍ୟକତା ଥିବା ଡାକ୍ତର କହିବା ପରେ ମାଲକାଲିଗିରି ରିଜର୍ଭ ଅଫିସରେ କାର୍ଯ୍ୟରତ ମହିଳା କନେଷ୍ଟବଳ ରଶ୍ମୀ ରାଣୀ ସତ୍ନାମ ଆଗେଇ ଆସିଥିଲେ କଏଦୀଙ୍କ ଜୀବନ ବଂଚାଇବା ପାଇଁ ରଶ୍ମିରଣୀ ଙ୍କ ଏଭଳି ମନୋବୃତିକୁ ଜିଲାବାସୀ ସ୍ୱାଗତ କରିଛନ୍ତି ସାରା ବିଶ୍ୱ ରବିବାର ମାତୃଦଇବସ ପାଳନ କରୁଥିବା ବେଳେ ରଶ୍ମିରାଣୀ ମା ଜାତିର ଟେକ ରଖିଛନ୍ତି ବୋଲି ଏଠାରେ ଚର୍ଚା ହେଉଛି

13/05/2019

Leave a Reply

Your email address will not be published. Required fields are marked *

Comments