Bikash Khabar
ଶାବର ଶ୍ରୀକ୍ଷେତ୍ର ରେ ନୁଆଁ ପରମ୍ପରା, ମାଆ ସୁଭଦ୍ରାଙ୍କ ରଥରେ ନିୟୋଜିତ ହେବେ ଦୁଇ ମହିଳା ଡାହୁକ

ରଥଯାତ୍ରା ପାଇଁ ଶାବର ଶ୍ରୀକ୍ଷେତ୍ର କୋରାପୁଟ  ଚଳଚଞ୍ଚଳ ହୋଇଉଠିଛି ୧୫ଦିନ ଧରି ଅନବସର ପରେ ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।  ଆସନ୍ତାକାଲି ସକାଳେ ମାବିମଳାଙ୍କ ଆଜ୍ଞାମାଳ ପାଇବା ପରେ ତିନି ଠାକୁରଙ୍କୁ ପହଣ୍ଡି କରାଯାଇ ରଥାରୁଢ଼ କରାଯିବ।ଶାବର ଶ୍ରୀକ୍ଷେତ୍ର କୋରାପୁଟରେ ଚଳିତ ବର୍ଷ ମାସୁଭଦ୍ରାଙ୍କ ରଥରେ ଦୁଇଜଣ ମହିଳା ଡାହୁକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିବେ। ପ୍ରଥମ ଥର ପାଇଁ କୋରାପୁଟରେ ଦୁଇଜଣ ମହିଳା(ଝୁନାମଣୀ ତ୍ରିପାଠୀ ପ୍ରତିମା ଭୋଳ)ଙ୍କୁ ଡାହୁକ ଭାବେ ଦେଖିବାକୁ ମିଳିବ। ସେପଟେ ରଥଯାତ୍ରା ପାଇଁ ରଥ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କାରିଗରଙ୍କ ଦ୍ୱାରା ରଥକୁ ଚୂଡ଼ାନ୍ତ ସ୍ପର୍ଶ ଦିଆଯାଉଛି। କୋରାପୁଟ କୁ ଶାବର ଶ୍ରୀକ୍ଷେତ୍ର ନାମରେ ପରିଚିତ।ଏଠାରେ ଆଦିବାସୀ ଗାଁର ମୁରବି ଛେରାପହଁରା କରିଥାନ୍ତି ଆଖପାଖ ଗ୍ରାମାଞ୍ଚଳରୁ ବ୍ୟାପକ ଜନସମାଗମ ହୋଇଥାଏ

 

03/07/2019

Leave a Reply

Your email address will not be published. Required fields are marked *

Comments